ବିଏସଏନଏଲ ଆଣିଲା ୨ଟି ନୂଆ ଶସ୍ତା ପ୍ଲାନ୍‌, ମିଳିବ ଏସବୁ ଲାଭ..

ନୂଆଦିଲ୍ଲୀ : ବିଏସଏନଏଲ ୨ଟି ନୂଆ ରିଚାର୍ଜ ପ୍ଲାନ୍‌ ନିକଟରେ ଲଞ୍ଚ କରିଛି । ଯାହାର ଦାମ୍‌ ଖୁବ୍‌ କମ୍‌ । ଏହି ପ୍ରିପେଡ୍‌ ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ଅନେକ ସୁବିଧା ମିଳିବ। ଏହି ୨ଟି ହିଁ ପ୍ରିପେଡ୍‌ ପ୍ଲାନ୍‌ । ଏହାର ଦାମ୍‌ ୨୧୫ ଓ ୬୨୮ ଟଙ୍କା । ଏହି ପ୍ଲାନ୍‌ରେ ଅସୀମିତ କଲିଙ୍ଗ୍‌ ଓ ଡାଟା ମିଳିବ। ଜାଣନ୍ତୁ ଏହି ପ୍ଲାନ୍‌ ବିଷୟରେ..

ବିଏସଏନଏଲର ୨୧୫ ଟଙ୍କାର ରିଚାର୍ଜ ପ୍ଲାନ୍‌ରେ ୩୦ ଦିନ ସମୟ ସମୟସୀମା ରହିଛି। ଏକ ମାସ ପର୍ଯ୍ୟନ୍ତ ଏହି ପ୍ଲାନ୍‌ର ସୁବିଧା ମିଳିବ।

ଏହି ରିଚାର୍ଜ ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ଅସୀମିତ କଲିଙ୍ଗର ଲାଭ ମିଳିବ। ଏଥିରେ ଲୋକାଲ୍‌ ଓ ଏସଟିଡି କଲ୍‌ ମଧ୍ୟ ସାମିଲ ରହିଛି। ଏଥିରେ ଉପଭୋକ୍ତାଙ୍କୁ ଦୈନିକ ୨ ଜିବି ଡାଟା ମିଳିବ । ଅର୍ଥାତ୍‌ ଏହି ପ୍ଲାନ୍‌ରେ ମୋଟ୍‌ ୬୦ ଜିବି ଡାଟା ମିଳିବ ।

ଏକାଠି ହେବେ ସୂର୍ଯ୍ୟ-ଶନି, ହେବ ମହାସଂଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ, କିଣିବେ ଜମି..

prayash

ସେହିପରି ୬୨୮ ଟଙ୍କାର ପ୍ଲାନ୍‌ରେ ୮୪ ଦିନ ସମୟସୀମା ପର୍ଯ୍ୟନ୍ତ ମିଳିବ। ଏଥିରେ କଲିଙ୍ଗ୍‌, ଡାଟା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି । ଏଥିରେ ଲୋକାଲ୍‌ ଓ ଏସଟିଡି କଲ୍‌ ମଧ୍ୟ ସାମିଲ ରହିଛି।
ଏହାସହ ଦୈନିକ ୩ ଜିବି ଡାଟା ମିଳିବ। ମୋଟ୍‌ ୨୫୬ ଜିବି ଡାଟା ମିଳିବ । ଦୈନିକ ୧୦୦ଟି ଏସଏମଏସର ସୁବିଧା ମଧ୍ୟ ମିଳିବ।

ଶନିବାର ଘରକୁ କିଣି ଆଣନ୍ତୁ ନାହିଁ; ନଚେତ୍‌..

kalyan agarbati

Comments are closed.