www.samajalive.in
Saturday, December 13, 2025
27.1 C
Bhubaneswar

ବଡ ସଫଳତା – ମହାକାଶରେ ଗଜା ହେଲା ମଞ୍ଜି

ଡେସ୍କ: ସାରା ବିଶ୍ୱ ଯେଉଁ ବିଷୟ ନେଇ ଅପେକ୍ଷା କରିଥିଲା, ତାହା ଭାରତୀୟ ମହାକାଶ ଗବେଷଣା ସଂଗଠନ – ଇସ୍ରୋ ସଫଳ କରି ଦେଖାଇଛି। ମହାକାଶରେ ଗଜା ହୋଇଛି ମଞ୍ଜି। ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମହାକାଶରେ ଝୁଡ଼ଙ୍ଗ ମଞ୍ଜି ଗଜା ହୋଇଛି। ଇସ୍ରୋ ପକ୍ଷରୁ ସ୍ପେଡେକ୍ସ ମିଶନ ଜରିଆରେ ମହାକାଶକୁ ଝୁଡଙ୍ଗ ମଞ୍ଜି ପଠାଯାଇଥିଲା ଏବଂ ଏହାର ଉଦ୍ଦେଶ୍ୟ ଥିଲା ଯେ ମହାକାଶରେ ମଞ୍ଜି ଗଜା ହେବ କି ନାହିଁ ଓ ଏହା ବିକଶିତ ହେବ କି ନାହିଁ ପରୀକ୍ଷା କରିବା। ନିଜର ଅଫିସିଆଲ ସାମାଜିକ ଗଣମାଧ୍ୟମ ଏକ୍ସରେ ଏ ସମ୍ପର୍କରେ ଇସ୍ରୋ ସୂଚନା ଦେଇଛି। ମାତ୍ର ୪ ଦିନ ମଧ୍ୟରେ ଝୁଡ଼ଙ୍ଗ ମଞ୍ଜି ଗଜା ହୋଇଥିବା ଇସ୍ରୋ ସୂଚନା ଦେଇଛି। ଖୁବଶୀଘ୍ର ଏଥିରେ ପତ୍ର ଆସିବ ବୋଲି ଇସ୍ରୋ କହିଛି।

୨୦୨୪ ଡିସେମ୍ବର ୩୦ ତାରିଖରେ ସ୍ପେଡେକ୍ସ ମିଶନ ଜରିଆରେ ମହାକାଶକୁ ୮ଟି ଝୁଡ଼ଙ୍ଗ ମଞ୍ଜି ପଠାଯାଇଥିଲା। ଅନ୍ୟପକ୍ଷରେ ମହାକାଶ ମଣିଷ ପାକସ୍ଥଳୀ ଓ ଅନ୍ତନଳୀରେ ରହୁଥିବା ଜୀବାଣୁ ମଧ୍ୟ ପଠାଯାଇଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories