ପର୍ଯ୍ୟଟନ ପାଇଁ ବ୍ୟବହାର ହେବ ଡବଲ ଡେକର୍ ଓ ନୂଆ ମୋ ବସ୍
ଡେସ୍କ: ରାଜ୍ୟକୁ ଇତି ମଧ୍ୟରେ ୨ଟି ଡବଲ ଡେକର ବସ ଆସିଥିବା ବେଳେ ଆଉ ୩ଟି ଡବଲ ଡେକର ବସ ଆସିବ। ଏହାଛଡା ନୂତନ ଧରଣର ୫ଟି ମୋ ବସ ଆସିଥିବା ବେଳେ ଆଉ ୫ଟି ବସ ମଧ୍ୟ ଆସିବ। ଆସନ୍ତା ଜାନୁଆରୀ ୮ରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ଅତିଥିମାନଙ୍କୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲାଇ ନେବା ନିମନ୍ତେ ଏହି ବସଗୁଡିକ ବ୍ୟବହାର କରାଯିବ।
ପରେ ସେହି ବସ ଗୁଡିକୁ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ପାଇଁ ବ୍ୟବହାର କରାଯିବ ବୋଲି ଜଣାପଡିଛି। ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ତେବେ ପୂର୍ବରୁ ଏହି ବସ ଗୁଡିକ ସାଧାରଣ ଯାତ୍ରୀଙ୍କ ପାଇଁ କଟକ-ଭୁବନେଶ୍ୱର-ପୁରୀ ମଧ୍ୟରେ ଚାଲିବ ବୋଲି କୁହାଯାଇଥିଲା।
Comments are closed.