ଲୁଟ୍ ପାଇଁ ସୁନା ଦୋକାନର କର୍ମଚାରୀଙ୍କୁ ଗୁଳିମାଡ; ଜଣେ ମୃତ
ଯାଜପୁର : ଯାଜପୁର ପାଣିକୋଇଲିରେ ୨ ଜଣଙ୍କୁ ଗୁଳିମାଡ କରି ଶନିବାର ଲୁଟ୍ ଉଦ୍ୟମ ହୋଇଛି । ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁନା ଦୋକାନର ୨ କର୍ମଚାରୀଙ୍କୁ ଲୁଟ୍ ପାଇଁ ଗୁଳିମାଡ କରିଛନ୍ତି ଦୁର୍ବୃତ୍ତ । ଜଣଙ୍କର ପେଟରେ ଓ ଅନ୍ୟ ଜଣଙ୍କର ଅଣ୍ଟାରେ ଗୁଳି ବାଜିଛି । ପାଣିକୋଇଲି ବଜାରରେ ବାଇକ୍ରେ ଆସି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ଜଣଙ୍କୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ ମାରିବା ସହ ପୁଲିସ ଜିମା ଦେଇଛନ୍ତି । ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ଏକାଠି ହେବେ ସୂର୍ଯ୍ୟ-ଶନି, ହେବ ମହାସଂଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ, କିଣିବେ ଜମି..
ଜାନୁଆରୀ ୧୫ ପରେ ମିଳିବ ‘ସୁଭଦ୍ରା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
Comments are closed.