ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ପାଳିତ

Odisha News

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ୫୯ ତମ ପ୍ରତିଷ୍ଠା ଦିବସ ସମାରୋହ ସ୍ଥାନୀୟ ଅଡିଟୋରିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଓ ମୁଖ୍ୟବକ୍ତା ଭାବେ ରାଜ୍ୟ ମୁଖ୍ୟ ସୂଚନା କମିଶନର ସୁନୀଲ ମିଶ୍ର ଯୋଗ ଦେଇଥିଲେ। କୁଳପତି ପ୍ରଫେସର ଗିତାଞଳୀ ଦାଶ ଅଧ୍ୟକ୍ଷତା କରିବା ସହ ବିବରଣୀ ପାଠ କରିବା ସହ  ଗତ କିଛି ବର୍ଷରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଦକ୍ଷିଣ ଓଡ଼ିଶା ଶିକ୍ଷାର ମାନଚିତ୍ରରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅସାମାନ୍ୟ ଗୌରବର ଅଧୂକାରୀ ହୋଇ ପାରିଛି। ଶିକ୍ଷାର କୋଣାର୍କରେ ଏହି ବିଶ୍ବବିଦ୍ୟାଳୟ ଅଧ୍ୟାପକ, କର୍ମଚାରୀ, ଗବେଷକ ଓ ଛାତ୍ରଛାତ୍ରୀଙ୍କ ଅସରନ୍ତି ସ୍ବପ୍ନର ଭଣ୍ଡାର ବୋଲି କହିଥିଲେ । ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ.ସାରଦା ପ୍ରସାଦ ସାହୁ ସଭା ପରିଚାଳନା ଏବଂ କୁଳସଚିବ ସତିଦାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ କବି ପ୍ରଫେସର ସୌଭାଗ୍ୟ ମିଶ୍ରଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର (ଏକ ଲକ୍ଷ ଟଙ୍କା ଆର୍ଥରାଶି ପୁରସ୍କାର) ପ୍ରଦାନ କରାଯାଇଥିଲ। ବରିଷ୍ଠ ସାମ୍ବାଦିକ ରବି ରଥ ଏବଂ ଦଣ୍ଡପାଣି ମହାପାତ୍ରଙ୍କୁ ଅଙ୍ଗବସ୍ତ୍ର ସମ୍ମାନ, ରାମଲୀଳା ସକାଶେ ପାଟପୁର ଅଞ୍ଚଳର ଶ୍ୟାମ ସୁନ୍ଦର ପାଣିଗ୍ରାହୀ ଏବଂ କଣ୍ଢେଇ ନାଚ ନିମନ୍ତେ ଭଞ୍ଜନଗରର ଅଜୟ କୁମାର ବିଷୋୟୀ ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନ (୨୦ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପୁରସ୍କାର) ପ୍ରଦାନ କରାଯାଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ଜେନା , ଯେଉଁ ଦିନ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଜନ୍ମ ନେଇଥିଲା, ସେତେବେଳେ ଖୁସିର ବାତାବରଣ ନିଶ୍ଚୟ ସୃଷ୍ଟି ହୋଇଥିବ।ଏହା ଞାନର ଭଣ୍ଡାର ନୁହଁ ଗବେଷଣା ର ଗନ୍ତାଘର ଅଟେ, ଏଣୁ ଏହାର ଟେକ ରଖିବାକୁ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ।
prayash
ଅନ୍ୟ ମାନଙ୍କ ମଧ୍ୟରେ କାଶ୍ମୀର ଏମ୍‌ସ୍ ନିର୍ଦ୍ଦେଶକ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତିଙ୍କୁ ପୁରାତନ ଛାତ୍ର ସମ୍ମାନ, ସେବା କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ବୁଟିସର୍ଗୀ ଗ୍ରାମର ଆଶାକର୍ମୀ ଡାଳିମ୍ବ ମାଳିଙ୍କୁ ଉପଢୋକନ (୫ହଜାର ଟଙ୍କା ଅର୍ଥରାଶି) ପ୍ରଦାନ କରାଯାଇଥିଲା। ୪୫ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବର୍ଗରେ ଉତ୍କର୍ଷତା ନିମନ୍ତେ ସ୍ବର୍ସ୍ୱଣ୍ଣ ପଦକ ସ୍ବରୂପ ଅର୍ଥ ରାଶି ପ୍ରଦାନ ସହ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଯୁଗ୍ମ କୁଳସଚିବ ଡ.ବାବୁଜୀ ସାମଲ, ସହ କୁଳସଚିବ ଡ.ସରୋଜ କୁମାର ଦାଶ, ବିତ୍ତ ନିୟନ୍ତ୍ରକ ଅଶୋକ କୁମାର ଧାଙ୍ଗଡା ମାଝୀ, ପରୀକ୍ଷା ନିୟନ୍ତ୍ରକ ଡ. ସତ୍ୟନାରାୟଣ କୁଣ୍ଡୁଙ୍କ ସହ ନିମନ୍ତ୍ରିତ ଅତିଥି ବିଶ୍ଵବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ବ୍ରହ୍ମପୁର ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଆଇଜର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି, ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ, ସୁବାସ ମହାରଣା ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ ଉପସ୍ଥିତ ଥିଲେ । ଡ.ଶଙ୍କର ମାଝୀ, ଡ. ରଘୁନାଥ ପାତ୍ର, ଡ.ମିହିର କୁମାର ତ୍ରିପାଠୀ, ଡ.ସତ୍ୟବ୍ରତ ପାତ୍ର, ଡ.ସିଦ୍ଧାର୍ଥ ଶଙ୍କର ପଣ୍ଡା, ବିଭୁଦତ୍ତ ମହାରଣା, ଏ.ସୂର୍ଯ୍ୟ ପ୍ରକାଶ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏ ଅବସରରେ ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗ, ଜାତୀୟ ସେବା ଯୋଜନା (ଏସ୍ଏସ୍ଏସ୍), ବିଶ୍ବବିଦ୍ୟାଳୟର ବାର୍ଷିକ ପତ୍ରିକା ଏବଂ କ୍ରିଡା ପତ୍ରିକା ଅତିଥିଙ୍କ ପକ୍ଷରୁ ଉନ୍ମୋଚନ କରାଯାଇଥିଲା । ଇଂରାଜୀ ବକୃତାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏମ୍ବିବିଏ ବିଭାଗ ଛାତ୍ର ସ୍ମିତ ରଞ୍ଜନ ସାହୁ ପ୍ରଥମ ସ୍ଥାନ ଅଧିକାର କରି ଚାନ୍ସଲର ଟ୍ରଫି, ଏସ୍‌ବିଆର୍ ମହିଳା କଲେଜର ଶୀତଲ ମହାନ୍ତ ଦ୍ଵିତୀୟ ସ୍ଥାନ ଓ ଆସିକା ବିଜ୍ଞାନ ମହାବିଦ୍ୟାଳୟର ହିମାଂଶୁ ରାଜିତ୍ ଜେନା ୩ୟ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଆଜି ସକାଳେ ଭଞ୍ଜବିହାର ପରିସରରେ ଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସହ କ୍ୟାମ୍ପସ୍‌ରେ ଥିବା ସମସ୍ତ ପ୍ରତିମୂର୍ତ୍ତିରେ କୁଳପତି ଓ କୁଳସଚିବଙ୍କ ବହୁ କର୍ମଚାରୀ ଉପସ୍ଥିତ ରହି ମାଲ୍ୟାର୍ପଣ କରିଥିଲେ । ପୂର୍ବାହ୍ନରେ କୁଳପତି ଓ ମୁଖ୍ୟଅତିଥି ବିଜୁ ପଟ୍ଟନାୟକ କମ୍ପ୍ୟୁଟର ସେଣ୍ଟରରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୭କୋଟି ଟଙ୍କା ବ୍ୟୟରେ ନିର୍ମିତ କ୍ୟାମ୍ପସ୍ ୱାଇ-ଫାଇ ନିୟନ୍ତ୍ରଣ କେନ୍ଦ୍ର, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ କୋଟିଏ ଟଙ୍କାରେ ନିର୍ମିତ ପୋଷ୍ଟ ପ୍ରଡକସନ୍ ଏଡିଟିଂ ଲ୍ୟାବ୍‌ ଉଦ୍‌ଘାଟନ ସହ ବାଟିକାରେ କୁଳପତିଙ୍କ ସ୍ବର୍ଗୀୟ ମାଆଙ୍କ ନାମରେ ଏକ ଚାରା ରୋପଣ କରିଥିଲେ । ପିଜି କାଉନ୍ସିଲ ଅଫିସ୍ ଆଗରେ ଥ‌ିବା ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଲୋକର୍ପଣ କରି ମାଲ୍ୟାର୍ପଣ କରାଯାଇଥିଲା।

Comments are closed.