www.samajalive.in
Tuesday, November 18, 2025
16.1 C
Bhubaneswar

ଶୁକ୍ର-ଶନି ହେବେ ଏକାଠି ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହଙ୍କ କୃପାରୁ ଜୀବନରେ ସୁଖ-ସମୃଦ୍ଧି, ଧନ ସମ୍ପତ୍ତି, ଐଶ୍ୱର୍ଯ୍ୟ ଓ ଜୀବନସାଥୀଙ୍କ ସହ ହସଖୁସିରେ ସମୟ ଅତି ବାହିତ ହୋଇଥାଏ। ପ୍ରତ୍ୟେକ ସମୟରେ ଜୀବନସାଥୀ ସହଯୋଗ କରି ଥାନ୍ତି । ୨୮ ଡିସେମ୍ବରରେ ଶୁକ୍ର କୁମ୍ଭ ରାଶିରେ ଚଳନ କରିବେ। କୁମ୍ଭ ରାଶିଙ୍କ ସ୍ୱାମୀ ଶନି ଗ୍ରହ। ରାତି ୧୧ଟା ୨୮ ମିନିଟ୍‌ରେ କୁମ୍ଭ ରାଶିରେ ଶୁକ୍ର ପ୍ରବେଶ କରିବା ପରେ ଶନିଙ୍କ ସହ ଏକାଠି ହେବେ। ବର୍ଷର ଶେଷ ଶନିବାରରେ ଶନି-ଶୁକ୍ର ଏକାଠି ହେବା ଦ୍ୱାରା କୁମ୍ଭ ସହିତ ଏହି ୫ ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବା ସହ ଆର୍ଥିକ ସ୍ଥିତି ଖୁବ୍‌ ମଜଭୁତ ହେବ।

ମେଷ – ଶୁକ୍ର ଗ୍ରହ ଧନ, ପ୍ରେମ, ବିବାହ ଓ ସମ୍ପର୍କର କାରକ । ଶୁକ୍ର ମେଷ ରାଶି ବ୍ୟକ୍ତି ବିଶେଷଙ୍କ ଲାଭ ଭାଗରେ ପ୍ରବେଶ କରିବେ। ଏହି ଚଳନ ଆପଣଙ୍କ ସମ୍ପର୍କ, କର୍ମକ୍ଷେତ୍ର ଓ ଆର୍ଥିକ ସ୍ଥିତି ଉପରେ ସକରାତ୍ମକ ପ୍ରଭାବ ପକାଇବ। ପରିବାର ଓ ବ୍ୟବସାୟରେ ଶୁଭଫଳ ପ୍ରାପ୍ତି ହେବ। ଚାକିରିରେ ପଦନ୍ନୋତି ସହ ଆୟର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ। ଏହି ସମୟ ଖୁବ୍‌ ଶୁଭଙ୍କର ହେବ।

- Advertisement -

ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଶୁଭଫଳ ମିଳିବ। ଆଧ୍ୟାତ୍ମିକତା ସହ ଯାତ୍ରାର କରିବାର ଯୋଗ ରହିଛି । ସମ୍ପର୍କରେ ଭଲ ପାଇବା ବୃଦ୍ଧି ହେବ। ପରିବାରରେ ହସଖୁସିର ବାତାବରଣ ରହିବ। ନୂଆ ବିଚାରଧାରାରେ ଆଗକୁ ବଢିବେ।

ଏହି ଧଳା ଶସ୍ତା ଜିନିଷ ଦୂର କରେ ବାସ୍ତୁ ଦୋଷ ; ଜାଣନ୍ତୁ ଚୁଟ୍‌କିରେ ଏହି ଉପାୟରେ ଘରେ କେବେ ହେବନି ଧନ ଅଭାବ, ସ୍ୱାମୀ-ସ୍ତ୍ରୀଙ୍କ ଝଗଡା, ଅଶାନ୍ତି..

ସିଂହ – ସମ୍ପର୍କରେ ମଧୁରତା ବଢିବ। ବିଶେଷ କରି ଭାଇ-ଭଉଣୀଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ। ଯାତ୍ରାର ଯୋଗ ରହିଛି। କର୍ମକ୍ଷେତ୍ରରେ ଶୁଭଫଳ ମିଳିବ। ଅନେକ ଲାଭ ସହ ହଠାତ୍‌ ଧନ ପ୍ରାପ୍ତି ହେବ।

ମକର – ଏହି ଚଳନ ଫଳରେ ଜୀବନରେ ଅନେକ କ୍ଷେତ୍ର ପ୍ରଭାବିତ ହେବ। ବିଶେଷ କରି ପ୍ରେମ, ପରିବାର, ଧନ ଓ କର୍ମକ୍ଷେତ୍ରରେ ସମ୍ପର୍କ ମଜଭୁତ ସହ ଅନେକ ଶୁଭଫଳ ମିଳିବ। କର୍ମକ୍ଷେତ୍ରରେ ସମୃଦ୍ଧି ସହ ବ୍ୟବସାୟରେ ଲାଭ ହିଁ ଲାଭ ମିଳିବ। ଚାକିରିରେ ପଦନ୍ନୋତିର ଯୋଗ ରହିଛି।

କୁମ୍ଭ – ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ହେବ। ଆତ୍ମବିଶ୍ୱାସ ବୃଦ୍ଧି ହେବ। ପରିବାରରେ ହସଖୁସିର ବାତାବରଣ ରହିବ। କର୍ମକ୍ଷେତ୍ରରେ ଉନ୍ନତି ସହ ନୂଆ ନୂଆ ସୁଯୋଗ ମିଳିବ।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories