www.samajalive.in
Monday, December 8, 2025
13.1 C
Bhubaneswar

ଏହି ଧଳା ଶସ୍ତା ଜିନିଷ ଦୂର କରେ ବାସ୍ତୁ ଦୋଷ ; ଜାଣନ୍ତୁ ଚୁଟ୍‌କିରେ ଏହି ଉପାୟରେ ଘରେ କେବେ ହେବନି ଧନ ଅଭାବ, ସ୍ୱାମୀ-ସ୍ତ୍ରୀଙ୍କ ଝଗଡା, ଅଶାନ୍ତି..

କିଛି ଲୋକେ ଅନେକ ସରଳ ଉପାୟ ଆପଣାଇବା ସହ ଘରର ସୁଖଶାନ୍ତି ପାଇଁ ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେଇଥାନ୍ତି । ଅନେକ ସମୟରେ ଏଭଳି ମଧ୍ୟ ଦେଖାଯାଏ ଘରେ ସାମାନ୍ୟ କାରଣରୁ ଦମ୍ପତି ଓ ପରିବାର ସଦସ୍ୟଙ୍କ ମଧ୍ୟରେ ଅଶାନ୍ତି, ଘରେ ଧନର ଅଭାବ, ଯେତେ ରୋଜଗାର କଲେ ମଧ୍ୟ ନିଅଣ୍ଟ ହୋଇଥାଏ । ବିଶେଷ କରି ବାସ୍ତୁ ଦୋଷ କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ ବୋଲି କୁହାଯାଏ । ବାସ୍ତୁ ଦୋଷ କାରଣରୁ ରୋଗ ଲାଗି ରହିବା, ଧନର ଅଭାବ,ଘରେ ଅଶାନ୍ତି ଆଦି ସମସ୍ୟା ହୋଇଥାଏ । ତେବେ ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ସରଳ ଉପାୟ ଜାଣନ୍ତୁ..

ଲୁଣ ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ଖୁବ୍‌ ଲାଭଦାୟକ। ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତିକୁ ଏହା ଦୂର କରିଥାଏ ।

- Advertisement -

ଘର ପୋଛିବା ସମୟରେ ସେହି ପାଣିରେ କିଛି ଲୁଣ ପକାନ୍ତୁ । ଏହିପରି ସପ୍ତାହକୁ ୨ ରୁ ୩ ଥର ପାଣିରେ ଲୁଣ ମିଶାଇ ଘର ପୋଛିଲେ ସମସ୍ତ ବାସ୍ତୁ ଦୋଷ ସହ ଘରୁ ଅଶାନ୍ତି ଦୂର ହୋଇଥାଏ ।

ସେହିପରି ଗାଧୋଇବା ସମୟରେ ସେହି ପାଣିରେ ସାମାନ୍ୟ ଲୁଣ ମିଶାଇ ଦିଅନ୍ତୁ । ସାମାନ୍ୟ ହଳଦୀ ମଧ୍ୟ ମିଶାଇ ପାରିବେ। ଏହି ଉପାୟ ଦ୍ୱାରା ଘରୁ ଧନ ଅଭାବ ଦୂର ହେବା ସହ ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଧୁର ରହିଥାଏ ।

ଘରେ ମା’ଲକ୍ଷ୍ମୀଙ୍କ ବାସ ପାଇଁ ଘରେ ଲୁଣକୁ ୫ଟି ଭିନ୍ନ ଭିନ୍ନ ଡବାରେ ରଖନ୍ତୁ । ପ୍ରତି ଡବାରେ ଗୋଟିଏ ଗୋଟିଏ ଲବଙ୍ଗ ନିଶ୍ଚୟ ରଖନ୍ତୁ । ଏହା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିବା ସହ ଘରେ କଦାପି ଧନର ଅଭାବ ହୋଇନଥାଏ ।

ଖୁବ୍‌ ଖାସ୍‌ ନୂଆବର୍ଷ; ପ୍ରଥମ ସପ୍ତାହରେ ବୁଧଙ୍କ ଚଳନ, ଏହି ରାଶି ହେବେ ମାଲାମାଲ୍‌, ମିଳିବ ଚାକିରି, ସୁଖମୟ ଦାମ୍ପତ୍ୟ ଜୀବନ..

ବୈବାହିକ ଜୀବନରେ ସମସ୍ୟା ସହ ଅଶାନ୍ତି ଲାଗି ରହୁଥିଲେ, ଏକ କାଚ ଗ୍ଲାସରେ ପାଣି ନେଇ ସେଥିରେ କିଛି ଲୁଣ ମିଶାଇ ଶୟନ କକ୍ଷରେ ରଖି ଦିଅନ୍ତୁ । ୩ ଦିନକୁ ଥରେ ଏହି ପାଣିକୁ ବଦଳାଇ ପୁଣି ଲୁଣ ମିଶ୍ରିତ ପାଣି ରଖନ୍ତୁ । ଏହି କାମ ଆପଣ ଗୁରୁବାର କିମ୍ବା ଶନିବାରରୁ ଆରମ୍ଭ କରି ପାରିବେ । ଏହି ଉପାୟ ଦ୍ୱାରା ଘରେ ଥିବା ବାସ୍ତୁ ଦୋଷ, ସ୍ୱାମୀ-ସ୍ତ୍ରୀଙ୍କ ଝଗଡା, ଧନ ଅଭାବ ଆଦି ସମସ୍ୟା ଦୂର ହୋଇଥାଏ ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories