www.samajalive.in
Wednesday, December 10, 2025
15.1 C
Bhubaneswar

ଶଙ୍ଖ ଭବନରେ ମହିଳା କର୍ମକର୍ତ୍ତାଙ୍କ ହାତାହାତି ଘଟଣାରେ ପ୍ରତିକ୍ରିୟା ରଖିଲେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ

କଟକ: ଶଙ୍ଖ ଭବନରେ ଦୁଇ ମହିଳା କର୍ମକର୍ତ୍ତାଙ୍କ ହାତାହାତି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । କେହି କାହାକୁ ମାଡ଼ ମାରି ନାହାନ୍ତି। ସେ କହିଛନ୍ତି, ଏହା ଏକ ଛୋଟ ଘଟଣା, ଚେୟାର ଖଣ୍ଡେ ନ ମିଳିବାରୁ କହୁଣୀ କରି ଦେଲେ। ଉଭୟ ଦୁଇ ଭଉଣୀ ଭଳି, ଦୁଇ ଭଉଣୀଙ୍କ ଭିତରେ ବାଦ ବିବାଦ ହେଲା। ସେମାନଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇ ସାରିଛି। କମିଟି ସଭାପତି ଦେବୀ ପ୍ରସାଦ ମିଶ୍ର ଏହି ବିବାଦକୁ ସମାଧାନ କରି ସାରିଛନ୍ତି। ଏଭଳି ମଧ୍ୟ ଦଳର ସଭାପତିଙ୍କ ନେତୃତ୍ୱରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ସରିଛି । ଅନୁଶାସନ ଦିଗରେ ବିଜେଡି ଭାରତ ବର୍ଷରେ ଶୀର୍ଷକରେ ରହିଛି। ତେଣୁ ଏହି ବିବାଦରେ କୌଣସି ପ୍ରାସଙ୍ଗିକତା ନାହିଁ ବୋଲି ସେ କହିଛନ୍ତି। ଗତକାଲି ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସରେ ଯୁବନେତ୍ରୀ ଇପ୍‌ସିତା ସାହୁଙ୍କ ଓ ନେତ୍ରୀ ପୁଷ୍ପାଞ୍ଜଳି ରଣାଙ୍କ ମଧ୍ୟରେ ସର୍ବ ସମ୍ମୁଖରେ ଏକ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଏହି ପ୍ରସଙ୍ଗ ହଟଚମଟ ସୃଷ୍ଟି କରିଥିଲା।

ଏହି ଧଳା ଶସ୍ତା ଜିନିଷ ଦୂର କରେ ବାସ୍ତୁ ଦୋଷ ; ଜାଣନ୍ତୁ ଚୁଟ୍‌କିରେ ଏହି ଉପାୟରେ ଘରେ କେବେ ହେବନି ଧନ ଅଭାବ, ସ୍ୱାମୀ-ସ୍ତ୍ରୀଙ୍କ ଝଗଡା, ଅଶାନ୍ତି..

ଖୁବ୍‌ ଖାସ୍‌ ନୂଆବର୍ଷ; ପ୍ରଥମ ସପ୍ତାହରେ ବୁଧଙ୍କ ଚଳନ, ଏହି ରାଶି ହେବେ ମାଲାମାଲ୍‌, ମିଳିବ ଚାକିରି, ସୁଖମୟ ଦାମ୍ପତ୍ୟ ଜୀବନ..

- Advertisement -

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories