www.samajalive.in
Sunday, December 7, 2025
26.1 C
Bhubaneswar

ବ୍ୟାଙ୍କ ଋଣ ଶୁଝି ନପାରିବାରୁ ଘର ସିଲ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ପ୍ରେମ ଅଫିସ ପଛପଟ ଏକ ଘରକୁ ମହାରାଷ୍ଟ୍ର ବ୍ୟାଙ୍କ ପକ୍ଷରୁ ଋଣ ଶୁଝି ନପାରିବାରୁ ଘର ସିଲ କରାଯାଇଛି। ସୂଚନା ପ୍ରକାରେ ଘର ମାଲିକ ୨୦୨୦ ମସିହାରେ ବ୍ରହ୍ମପୁରରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାରୁ ପ୍ରାୟ ୧୪ ଲକ୍ଷ ଋଣ ଆଣିଥିଲେ। କିନ୍ତୁ କିଛି ଅର୍ଥ ଜମା ଦେଇଥିଲେ l ୨୦୨୨ ମସିହା ଠାରୁ ଋଣ ବାବଦକୁ ଟଙ୍କା ବ୍ୟାଙ୍କରେ ପୈଠ କରୁନଥିବାରୁ ବ୍ୟାଙ୍କ ପକ୍ଷରୁ ବହୁ ବାର ନୋଟିସ ଜାରି ହୋଇଥିଲା।

ଏ ନେଇ ଜିଲା ମାଜିଷ୍ଟ୍ରେଟଙ୍କ ନିର୍ଦେଶ କ୍ରମେ ଆଜି କନିସି ଆସିଷ୍ଟାଣ୍ଟ ତହସିଲଦାର ଚିତ୍ର ସେନ ଦଳେଇ ମାଜିଷ୍ଟ୍ରେଟ ଦାୟିତ୍ୱରେ ଉପସ୍ଥିତ ଥିବା ବେଳେ ଭୁବନେଶ୍ୱର ଏବଂ ବ୍ରହ୍ମପୁର ମହାରାଷ୍ଟ୍ର ବ୍ୟାଙ୍କର କର୍ମଚାରୀ ଏବଂ ଗୋପାଳପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ଓ ଏକ ପ୍ଲାଟୁନ ଫୋର୍ସ ରହି ଉକ୍ତ ଘରକୁ ସିଲ କରିଥିଲେ। ଘର ମାଲିକ ୧୫ ଦିନ ସମୟ ମାଗିଥିବା ବେଳେ ଉକ୍ତ ଟଙ୍କା ପୈଠ କରାନଗଲେ ଘରକୁ ନିଲାମ କରାଯିବ ବୋଲି ବ୍ୟାଙ୍କ କର୍ମଚାରୀ ପକ୍ଷରୁ ସୂଚନା ମିଳିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories