www.samajalive.in
Tuesday, December 9, 2025
17.1 C
Bhubaneswar

ବିଦାୟ ନେଲେ ମନମୋହନ

ସମାଜ ଡିଜିଟାଲ ଡେସ୍କ: ପଞ୍ଚଭୂତରେ ବିଲୀନ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ ଅର୍ଥଶାସ୍ତ୍ରୀ, ଭାରତୀୟ ଅର୍ଥନୀତିର ଅନ୍ୟତମ ବିନ୍ଧାଣୀ ଡ. ମନମୋହନ ସିଂହଙ୍କ ପାର୍ଥିବ ଶରୀର। ନୂଆଦିଲ୍ଲୀର ନିଗମବୋଧ ଘାଟରେ ଏକ ଶୋକାକୂଳ ପରିବେଶରେ ଶନିବାର ମଧ୍ୟାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ସହିତ ସେ ଚିରକାଳ ପାଇଁ ଇହ ଜଗତରୁ ବିଦାୟ ନେଇଛନ୍ତି। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ, ବିରୋଧୀ ଦଳ ନେତା ତଥା ସାଂସଦ ରାହୁଲ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଗାନ୍ଧୀ, ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଭୁଟାନ ରାଜା ଜିଗମେ ଖେସର ନାମଗେଲ ୱାଙ୍ଗଚୁକ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପ୍ରମୁଖ ଉପସ୍ଥିତ ଥିଲେ। ତିନି ସେନା ସ୍ଥଳସେନା, ବାୟୁସେନା ଏବଂ ନୌସେନା ପକ୍ଷରୁ ପାର୍ଥିବ ଶରୀରକୁ ସଲାମୀ ଦିଆଯାଇଥିଲା। ଶେଷରେ ଚିତାରେ ମୁଖାଗ୍ନୀ ଦିଆଯାଇଥିଲା।

ଶନିବାର ସକାଳେ ଡ. ମନମୋହନଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନରୁ ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟକୁ ବିରାଟ ପଟୁଆରରେ ନିଆଯାଇଥିଲା। ଏହା ପୂର୍ବରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସେଠାରୁ ଏକ ସୁସଜ୍ଜିତ ଗାଡ଼ିରେ ପାର୍ଥିବ ଶରୀରକୁ କଂଗ୍ରେସ କାର୍ଯ୍ୟାଳୟ ନିଆଯାଇଥିଲା। କଂଗ୍ରେସ କାର୍ଯ୍ୟାଳୟରେ ପାର୍ଥିବ ଶରୀର ପହଞ୍ଚିବା ପରେ ଦଳୀୟ ନେତା, ସାଂସଦମାନେ ଅନ୍ତିମଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କିଛି  ସମୟ ସେଠାରେ ରହିବା ପରେ ବିରାଟ ପଟୁଆରରେ ପାର୍ଥିବ ଶରୀରକୁ ନିଗମବୋଧ ଘାଟକୁ ନିଆଯାଇଥିଲା। ହଜାର ହଜାର କଂଗ୍ରେସ କର୍ମୀ, ଜନସାଧାରଣ, ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେନା ପକ୍ଷରୁ ସମ୍ମାନପୂର୍ବକ ସମସ୍ତ ପ୍ରସ୍ତୁତି କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories