www.samajalive.in
Wednesday, December 10, 2025
15.1 C
Bhubaneswar

ଏହି ଗ୍ରହଙ୍କ କୃପାରୁ ମିଳେ ଚାକିରି, ନୂଆବର୍ଷରେ ଚାକିରି ପାଇଁ ଜାଣନ୍ତୁ ଆପଣାଇବେ କେଉଁ ସରଳ ଉପାୟ, ହେବେ ମାଲାମାଲ୍‌..

ବର୍ଷ ୨୦୨୫ ଅଙ୍କକୁ ଏକାଠି କଲେ ଏହା ୯ ହେଉଛି। ଏହି ଅଙ୍କ ମଙ୍ଗଳଙ୍କ ଅଙ୍କ ବୋଲି କୁହାଯାଏ। ତେବେ ନୂଆ ବର୍ଷରେ ଆପଣ ଚାକିରି କିମ୍ବା ନୂଆ ଚାକିରି ପାଇବାକୁ ଇଚ୍ଛୁକ ଥିଲେ, ତେବେ ନିଜର ଜାତକରେ ମଙ୍ଗଳ ଗ୍ରହଙ୍କୁ ମଜଭୁତ କଲେ ଅତ୍ୟନ୍ତ ଶୁଭଫଳ ମିଳିବ ବୋଲି ମାନ୍ୟତା ରହିଛି। ମଙ୍ଗଳ ଗ୍ରହଙ୍କୁ ଶକ୍ତି, ସାହସ ଓ ପରାକ୍ରମର କାରକ ବୋଲି କୁହାଯାଏ । ତେବେ ଏହି ଗ୍ରହ ମଜଭୁତ ହେଲେ କର୍ମକ୍ଷେତ୍ରରେ ଶୁଭଫଳ ସହ କର୍ମକ୍ଷେତ୍ର ଯୋଗ ଆସିଥାଏ। ଜାଣନ୍ତୁ କେଉଁ ଉପାୟରେ ମିଳିବ ମଙ୍ଗଳ ଗ୍ରହଙ୍କ ଶୁଭଫଳ, ଧନର ଆଗମନ ଓ ଆୟ ଦ୍ୱିଗୁଣିତ ହେବ..

ମଙ୍ଗଳ ଗ୍ରହଙ୍କୁ ମଜଭୁତ କରିବା ପାଇଁ ମଙ୍ଗଳଙ୍କ ସରଳ ମନ୍ତ୍ର ଜପ କରନ୍ତୁ। ଏହାଦ୍ୱାରା ଜୀବନରେ ଥିବା ଆର୍ଥିକ ସମସ୍ୟା ଦୂର ହୋଇ ଧନ ଦ୍ୱିଗୁଣିତ ହୋଇଥାଏ।

- Advertisement -

ମଙ୍ଗଳଗ୍ରହଙ୍କ ରଙ୍ଗ ଲାଲ। ତେଣୁ ଲାଲ ରଙ୍ଗର ପୋଷାକ, ଲାଲ ଚୁଡି ସହ ଅନ୍ୟାନ୍ୟ ଲାଲ ରଙ୍ଗର ଜିନିଷ ବ୍ୟବହାର କରିବା ଦ୍ୱାରା ମଙ୍ଗଳଙ୍କ ଶୁଭଫଳ ପ୍ରାପ୍ତି ହୋଇଥାଏ। ଲାଲ ରଙ୍ଗକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କଲେ  ମଙ୍ଗଳଙ୍କ ଶୁଭଫଳ ମିଳିଥାଏ। ଏହାଦ୍ୱାରା ଆର୍ଥିକ ସ୍ଥିତି ଖୁବ୍‌ ମଜଭୁତ ହୋଇ ଟଙ୍କା ଅଭାବ ଦୂର ହୋଇଥାଏ।

ନୂଆବର୍ଷରେ ୧୦ ଥର ଚଳନ କରିବେ ଶୁକ୍ର ; ଏହି ରାଶିଙ୍କୁ କରିବେ ମାଲାମାଲ୍‌, ହେବ ବିବାହ,ମିଳିବ ଚାକିରି..

ନୂଆବର୍ଷରେ ତମ୍ବାର ଜିନିଷ ଯେପରି ତମ୍ବାର ଟଙ୍କା, ମୁଦି ଆଦି ବ୍ୟବହାର କରିବା ଶୁଭଙ୍କର।
ଶିବ ଶଙ୍କରଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ମଙ୍ଗଳ ଗ୍ରହଙ୍କ କୃପା ପ୍ରାପ୍ତି ହୋଇଥାଏ। ମଙ୍ଗଳବାର ଦିନ ଶିବଲିଙ୍ଗର ଲାଲ ଫୁଲ ଅର୍ପଣ କଲେ ଶୁଭଫଳ ମିଳିଥାଏ। ଏହାସହ ‘ଓଁ ମହାଦେବାୟ ନମଃ’ ମନ୍ତ୍ର ଜପ କରନ୍ତୁ।

ଦେଖନ୍ତୁ ଭିଡିଓ; ପଡିଆ ମଝିରେ ବିରାଟ- ସାମ୍‌ଙ୍କ ଯୁକ୍ତିତର୍କ..

ମଙ୍ଗଳବାର ଲୁହାର ଜିନିଷ ଦାନ କଲେ ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ। ଏହି ଉପାୟ ଦ୍ୱାରା ନୂଆ ଚାକିରି ଯୋଗ ହୋଇଥାଏ। ଖୁବ୍‌ ଶୀଘ୍ର ଚାକିରି ମିଳିଥାଏ।
ପରିଶ୍ରମ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ବର୍ଷ ଚାକିରି କ୍ଷେତ୍ରରେ ଶୁଭଫଳ ମିଳିବ।

ଦେଖନ୍ତୁ ଭିଡିଓ; ଶାବକ ସିଂହର ଲାଞ୍ଜ କାମୁଡିବା ପରେ..

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories