www.samajalive.in
Monday, December 8, 2025
13.1 C
Bhubaneswar

ସୁଭଦ୍ରା ଯୋଜନା  କାର୍ଯ୍ୟକାରିତା  ସଂପର୍କିତ ରିଚାଳନା ବୈଠକ, ପ୍ରଥମ କିସ୍ତି ଅର୍ଥ ପ୍ରେରଣ ସଂପର୍କରେ ଆଲୋଚନା 

ଭୁବନେଶ୍ୱର: ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ନିମନ୍ତେ ଉଦ୍ଦିଷ୍ଟ ‘ସୁଭଦ୍ରା’ ଯୋଜନାର କାର୍ଯ୍ୟକାରିତା ସଂପର୍କିତ ୨ୟ ପରିଚାଳନା କମିଟି ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଅନୁଗର୍ଗଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସୁଭଦ୍ରା ୪ର୍ଥ ପର୍ଯ୍ୟାୟ ହିତାଧିକାରୀଙ୍କୁ  ପ୍ରଥମ କିସ୍ତି ଅର୍ଥ ପ୍ରେରଣ ସଂପର୍କରେ ଆଲୋଚନା କରାଯାଇଥିଲା । ଯୋଜନା ଓ ସଂଯୋଜନ ବିଭାଗ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମହିଳା ଓ ଶିଶୁବିକାଶ ବିଭାଗ ପ୍ରମୁଖ ଶାସନ ସଚିବ  ଶୁଭା ଶର୍ମା, ବିଭାଗର ନିର୍ଦ୍ଦେଶିକା  ମନୀଷା ବାନାର୍ଜୀ, ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ପ୍ରଦୀପ ରାଉତଙ୍କ ସମେତ ସଂପୃକ୍ତ ବିଭାଗର ଅନ୍ୟ ପଦଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଅଧ୍ୟକ୍ଷତା କରି ଉନ୍ନୟନ କମିଶନର  ଅନୁ ଗର୍ଗ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ପ୍ରେରଣ ନିମନ୍ତେ ଚିହ୍ନଟ ଏବଂ ଦରଖାସ୍ତ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବାକୁ ଆବଶ୍ୟକ ପରାମର୍ଶ ଏବଂ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ମହିଳା ଓ ଶିଶୁବିକାଶ ବିଭାଗ ନିର୍ଦ୍ଦେଶିକା ‘ସୁଭଦ୍ରା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ କିପରି ଅଧିକରୁ ଅଧିକ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଅର୍ଥ ସେମାନଙ୍କ ଆକାଉଣ୍ଟକୁ ପ୍ରେରଣ କରାଯାଇପାରିବ, ସେଥିପାଇଁ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିବା ସଂପର୍କରେ ଉପସ୍ଥାପନ କରିଥିଲେ।ସୁଭଦ୍ରା ହିତାଧିକାରୀଙ୍କର ଇ-କେଓ୍ୱାଇସି ଏବଂ ବ୍ୟାଙ୍କ ସମସ୍ୟାର ସମାଧାନ ପାଇଁ ତ୍ଵରିତ ପଦକ୍ଷେପ ନିଆଯାଉଥିବା ସହ ଏଥି ସଂପର୍କିତ ତଥ୍ୟ ବିଶ୍ଳେଷଣ ପାଇଁ କୃତ୍ରିମ ବୁଦ୍ଧିମତା ବା ଏଆଇର ବ୍ୟବହାର କରାଯିବ। ସୁଭଦ୍ରାର କାର୍ଯ୍ୟକାରିତା ସଂପର୍କିତ ସମକାଳୀନ ମୂଲ୍ୟାୟନ ପାଇଁ ଖ୍ୟାତି ସମ୍ପନ୍ନ ଅନୁଷ୍ଠାନଗୁଡ଼ିକର ସହଯୋଗ ନିଆଯିବା ସଂପର୍କରେ ଆଲୋଚନା କରାଯାଇଛି । ସେହିପରି ସୁଭଦ୍ରା ହିତାଧିକାରୀ ସହ ସମନ୍ଵୟ ରଖାଯାଇ ସେମାନଙ୍କର ଦକ୍ଷତା ବିକାଶ,  ଆତ୍ମ ନିର୍ଭରଶୀଳତା ଉପାୟ ଏବଂ ସୁଭଦ୍ରା ସଂପର୍କିତ ଅଭିଯୋଗ ପାଇଁ “ସୁଭଦ୍ରା ଶିବିର” ଆୟୋଜନ କରାଯିବା ବିଷୟରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories