www.samajalive.in
Monday, December 8, 2025
13.1 C
Bhubaneswar

ଉଦ୍ୟାନ ବିଭାଗ ଦ୍ୱାରା ଏସଏଚଜି ମହିଳାଙ୍କୁ ପ୍ଲାଷ୍ଟିକ ଝୁଡି ବଣ୍ଟନ

ଫୁଲବାଣୀ: ଉଦ୍ୟାନ ବିଭାଗ ଦ୍ୱାରା ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ମାନଙ୍କୁ ପ୍ଲାଷ୍ଟିକ ଝୁଡି ବଣ୍ଟନ କରା ଯାଇଛି। ଚଳିତ ୨୦୨୪-୨୫ ମସିହା ପାଇଁ ଫିରିଙ୍ଗିଆ ବ୍ଲକ ରେ ୨୪ଟି ପଞ୍ଚାୟତ ର ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ମାନଙ୍କୁ ପ୍ରତି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କ ମଧ୍ୟରେ ଗୃପର ଅନ୍ୟୁନ ୪ରୁ ୫ ଜଣକୁ ଏହି ପ୍ଲାଷ୍ଟିକ ଝୁଡି ବଣ୍ଟନ କରାଯିବାର ବ୍ୟବସ୍ଥା ରହିଛି। ମହିଳା ମାନେ ନିଜ ବାଡ଼ିରେ ବିଭିନ୍ନ ପନିପରିବା ଚାଷ କରି ବଜାରରେ ବିକ୍ରି ବଟା ପାଇଁ ନେବାକୁ ଅଖା ଓ ଅନ୍ୟାନ୍ୟ ଜିନିଷରେ ନେବାକୁ ଅସୁବିଧା ହେଉଥିବାରୁ ଏହି ପ୍ଲାଷ୍ଟିକ ଝୁଡି ସୁରକ୍ଷିତ ଭାବରେ ପରିବା ନେଇଁ ବିକ୍ରି ହୋଇ ପାରିବ ବୋଲି ମହିଳା ମାନେ କହିଛନ୍ତି। ଫିରିଙ୍ଗିଆ ବ୍ଲକକୁ ବର୍ତମାନ ୨ ହଜାର ପ୍ଲାଷ୍ଟିକ ଝୁଡି ଆସିଥିବା ବେଳେ ବଣ୍ଟନ ଚାଲିଛି ଓ ଆଜି ବଣ୍ଟନ ସରିବ ଓ ପୁଣି ଝୁଡି ଆସିବ ଓ ମହିଳା ମାନେ ନେଇଁ ପାରିବେ ବୋଲି ସୂଚନା ମିଳିଛି। ଏହି ବଣ୍ଟନ କାର୍ଯ୍ୟକ୍ରମରେ ଉଦ୍ୟାନ ବିଭାଗର ବିଶ୍ୱଜିତ ସୁବୁଦ୍ଧି, ଉଦ୍ୟାନ ସାଥି ଗୋପୀନାଥ ଦିଗାଲ, ଉଦ୍ୟାନ ସାଥି ନୂତନ କହଁର ଉପସ୍ଥିତ ରହି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ପ୍ଲାଷ୍ଟିକ ଝୁଡି ବଣ୍ଟନ କରିଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories