ଚୁଟ୍‌କିରେ ମୁହଁରୁ ଦାଗକୁ ଦୂର କରେ ଏହି ଶସ୍ତା ଜିନିଷ..

ଅନେକ ସମୟରେ ତ୍ୱଚାରେ ବିଭିନ୍ନ ପ୍ରକାର ଦାଗ,ବ୍ରଣ ଆଦି ସମସ୍ୟା ଦେଖାଯାଏ । ବିଭିନ୍ନ ପ୍ରକାର ଦାମୀ କ୍ରିମ୍‌ ବ୍ୟବହାର କରିବା ପରେ ମଧ୍ୟ ତ୍ୱଚାରୁ ଦାଗ ସମ୍ପୂର୍ଣ୍ଣ ଭାବେ ଲିଭି ନଥାଏ । ତେବେ ତ୍ୱଚାରେ ଥିବା ଦାଗକୁ ଚୁଟ୍‌କିରେ ଶସ୍ତା ଜିନିଷ ବ୍ୟବହାର କରି ଏହି ସମସ୍ୟାକୁ ଦୂର କରି ହେବ ।
ଏହା ହେଉଛି ଆଳୁ । ଆଳୁ ରସକୁ ବ୍ୟବହାର କରି ତ୍ୱଚାରେ ଥିବା ଦାଗରୁ ମୁକ୍ତି ମିଳି ପାରିବ ।
ଆଳୁରେ ଥିବା ଭିଟାମିନ୍‌ ସି ଓ ଆଣ୍ଟି-ଅକ୍ସିଡାଣ୍ଟ ତ୍ୱଚାକୁ ପୋଷଣ ଦେବା ସହ ଚମକକୁ ଦ୍ୱିଗୁଣିତ କରିଥାଏ ।
ଏମିତି କରନ୍ତୁ ବ୍ୟବହାର..
ସର୍ବ ପ୍ରଥମେ ଗୋଟିଏ ଆଳୁ ନିଅନ୍ତୁ । ଏହାକୁ ଭଲ ଭାବେ ପେଷି ଦିଅନ୍ତୁ । ଏବେ ଏହି ରସକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ । ପରେ ମୁହଁକୁ ଧୋଇ ଦିଅନ୍ତୁ ।
ସପ୍ତାହକୁ ୨ଥର ଆଳୁର ଏପରି ବ୍ୟବହାର କରିବା ଦ୍ୱାରା ତ୍ୱଚାରୁ ଦାଗ ଦୂର ହେବା ସହ ତ୍ୱଚା ସଫା ଦେଖାଯାଏ । ଚମକ ମଧ୍ୟ ବୃଦ୍ଧି ପାଏ ।

୨୦୨୫ରେ ୭ଟି ରାଜଯୋଗ: ଜାଣନ୍ତୁ ମେଷ ଠାରୁ ମୀନ କେଉଁ ମାସରେ କିଏ ହେବେ ଭାଗ୍ୟଶାଳୀ, ମିଳିବ ଧନ ହେବ ବିବାହ..

ବାସ୍ତୁ: ନୂଆବର୍ଷର ପ୍ରଥମ ଦିନରେ ଆପଣାନ୍ତୁ ବାସ୍‌ ଗୋଟିଏ ସରଳ ଉପାୟ, ଚୁଟ୍‌କିରେ ବଢି ଚାଲିବ ଧନ..

ଦେଖନ୍ତୁ ଭିଡିଓ; ବିବାହ କାର୍ଡ ଦେଖି ଲୋକେ ଛାନିଆ, ବିଡି କୁମାରୀ ସହ କ୍ୟାନ୍ସର କୁମାର, ସ୍ଥାନ ଶ୍ମଶାନ ଘାଟ, ଟ୍ରେଣ୍ଡ କରୁଛି ପୋଷ୍ଟ..

ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ସାମ୍ନାକୁ ଆସିଲା ଭୟଙ୍କର ଦୃଶ୍ୟ..

Comments are closed.