www.samajalive.in
Friday, December 12, 2025
17.1 C
Bhubaneswar

ବନ୍ଦ ହୋଇଯାଇଛି ଭାରତୀୟ ଡାକ ବିଭାଗ ପକ୍ଷରୁ ବର୍ଷ ବର୍ଷ ଧରି ପ୍ରଚଳିତ ‘ବୁକ୍ ପୋଷ୍ଟ’ ସେବା

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ପକ୍ଷରୁ ବର୍ଷ ବର୍ଷ ଧରି ପ୍ରଚଳିତ ‘ବୁକ୍ ପୋଷ୍ଟ’ ସେବା ବନ୍ଦ ହୋଇଯାଇଛି। ଚଳିତ ମାସ ୧୮ ତାରିଖରେ ଡାକ ବିଭାଗ ଏହି ସେବା ବନ୍ଦ ପାଇଁ ନିଷ୍ପରି ଗ୍ରହଣ କରିବା ପରେ କୋଟି କୋଟି ଗ୍ରାହକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ‘ରେଜିଷ୍ଟର୍ଡ ବୁକ୍ ପୋଷ୍ଟ’ ନାମରେ ପ୍ରଚଳିତ ଏହି ସେବା ମାଧ୍ୟମରେ ଗ୍ରାହକ ପୁସ୍ତକ ବା କୌଣସି ପତ୍ରର ଓଜନ ଅନୁସାରେ ମୂଲ୍ୟ ଦେଇ । ବିଭିନ୍ନ ସ୍ଥାନକୁ ପ୍ରେରଣ କରିଥାନ୍ତି । କିଲୋ ଓଜନର ପୁସ୍ତକ ପାଇଁ ପ୍ରାୟ ୮୦ଟଙ୍କା ଦେବାକୁ ପଡ଼ିଥାଏ। ଏହା ସୁରୁଖୁରୁରେ ଗ୍ରାହକଙ୍କ ନିକଟରେ ପହଞ୍ଚିଥାଏ। ଆଜିକାଲି ଘରୋଇ କୋରିୟର ଓ ଅନ୍ୟ ସଂସ୍ଥା ଏପରି ଭୂମିକା ନିର୍ବାହ କରୁଛନ୍ତି; କିନ୍ତୁ ଏହା ବ୍ୟଯସାପେକ୍ଷ ହୋଇଥିବାରୁ ଲୋକଙ୍କର ବୁକ୍ ପୋଷ୍ଟ ଉପରେ ନିର୍ଭରଶୀଳତା ରହିଥାଏ। କେନ୍ଦ୍ର ସରକାରଙ୍କ ଦ୍ଵାରା ‘ପୋଷ୍ଟ ଅଫିସ ଆକ୍ଟ-୨୦୨୩’ କାର୍ଯ୍ୟକାରୀ ହେବା ପରେ ୧୮୯୮ ଆଇନ ଅନୁସାରେ ପ୍ରଚଳିତ ଏହି ବ୍ୟବସ୍ଥାର ଅନ୍ତ ଘଟିଛି। ମଧ୍ୟରାତ୍ରିରେ ଏହାର ସଫ୍ଟୱେରକୁ ବନ୍ଦ କରାଯାଇଛି। ଏ ସମ୍ପର୍କରେ କୌଣସି ପୂର୍ବ ସୂଚନା ଦିଆଯାଇନଥିବା କୁହାଯାଉଛି।

ଏହି ପୁସ୍ତକ ପ୍ୟାକେଟ୍ ସେବାକୁ ‘ବ୍ଲକ୍ ରେଜିଷ୍ଟର୍ଡ ପୋଷ୍ଟ’ ବ୍ୟବସ୍ଥା ସହିତ ମିଶ୍ରଣ କରାଯାଇଥିବା ଏବଂ ଏ ବାବଦରେ ଅଧୂକ ଟିକସ ଅସୁଲ ନିୟମ ଲାଗୁ କରାଯାଇଥିବା ଜଣାପଡ଼ିଛି । ବିଦେଶରୁ କୌଣସି ପୁସ୍ତକ ମଗାଇଲେ ଏଥିପାଇଁ ଅଧୂକ ଟିକସ ଆଦାୟର ବ୍ୟବସ୍ଥା ହୋଇଛି। ଭାରତୀୟ ଡାକ ବିଭାଗର ସେବା ୧୯୧୦୧ ପିନ୍ କୋଡ୍ ଓ ୧ ଲକ୍ଷ ୫୪ ହଜାର ୭୨୫ ଡାକ ଘର ମାଧ୍ୟମରେ ସାରା ଦେଶରେ ପରିବ୍ୟାପ୍ତ । ନୂଆ ନୂଆ ଯୋଜନାନୁସାରେ ଲୋକଙ୍କ ପାଖରେ ତ୍ବରିତ ସେବା ଯୋଗାଇବା ପାଇଁ ଉଦ୍ୟମ ଚଳାଇଥିବା ଡାକ ବିଭାଗ ଲୋକପ୍ରିୟ ବୁକ୍ ପୋଷ୍ଟ ସେବା ବନ୍ଦ କରିବାକୁ ଗ୍ରାହକ ସହଜେ ଗ୍ରହଣ କରିପାରୁନାହାନ୍ତି। ଏହାଦ୍ୱାରା ଦେଶର କୌଣସି ସ୍ଥାନରୁ କିମ୍| ବିଦେଶରୁ ପୁସ୍ତକ ମଗାଇବା ଏଣିକି ସହଜ ହେବ ନାହିଁ ବୋଲି କୁହାଯାଉଛି। କୌଣସି ଆଲୋଚନା, ପର୍ଯ୍ୟାଲୋଚନା ବିନା ଏହି ସେବା ବନ୍ଦ କରାଯାଇଥିବା ନେଇ ବିଭିନ୍ନ ସଂସ୍ଥା ଓ ପୁସ୍ତକ ପ୍ରକାଶକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

- Advertisement -

 

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories