www.samajalive.in
Monday, December 8, 2025
27.1 C
Bhubaneswar

୨୦୨୪ ଓଡିଶା ବିଧାନସଭା ନିର୍ବାଚନ, ପୁରୁଷଙ୍କ ତୁଳନାରେ ମହିଳା ଭୋଟ ଅଧିକ

ଡେସ୍କ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ୨୦୨୪ ଓଡିଶା ବିଧାନସଭା ନିର୍ବାଚନର ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରାଯାଇଛି। ସୂଚନା ଅନୁଯାୟୀ, ରାଜ୍ୟ ବିଧାନସଭା ନିର୍ବାଚନରେ ଚଳିତ ଥର ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ମୋଟ ୨ କୋଟି ୫୦ ଲକ୍ଷ ୬୭ ହଜାର ୧୦୮ ଜଣ ଭୋଟର ମତଦାନ କରିଥିବା ବେଳେ ୧ କୋଟି ୨୫ ଲକ୍ଷ ୧୨ ହଜାର ୫୨୨ ଜଣ ପୁରୁଷ ଓ ୧ କୋଟି ୨୫ ଲକ୍ଷ ୫୩ ହଜାର ୭୮୭ ଜଣ ମହିଳା ଭୋଟର ମତଦାନ କରିଛନ୍ତି। ୭୯୯ ଜଣ ତୃତୀୟ ଲିଙ୍ଗ ଭୋଟର ମତଦାନ କରିଛନ୍ତି। ୭୩.୧୮% ପୁରୁଷ, ୭୫.୫୫% ମହିଳା ଓ ୨୩.୦୭% ତୃତୀୟ ଲିଙ୍ଗ ଭୋଟର ମତଦାନ କରିଛନ୍ତି। ମୋଟ ମତଦାନ ହାର ୭୪.୭୯% ରହିଛି।

https://www.eci.gov.in/odisha-legislative-assembly-election-2024

- Advertisement -

ସେହିପରି ଲୋକସଭା ନିର୍ବାଚନରେ ଦେଶରେ ୬୪.୬୪ କୋଟି ଭୋଟ୍ ପଡ଼ିଥିଲା ଏବଂ ମହିଳା ଭୋଟ ସଂଖ୍ୟା ପୁରୁଷଙ୍କ ଠାରୁ ୬୫.୭୮ ପ୍ରତିଶତ ଅଧିକ ଥିବା ନିର୍ବାଚନ ଆୟୋଗ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକ୍କିମରେ ହୋଇଥିବା ବିଧାନସଭା ନିର୍ବାଚନ ପାଇଁ ୧୪ଟି ପରିସଂଖ୍ୟାନ ରିପୋର୍ଟ ପ୍ରକାଶ ପାଇଛି।

ଲୋକସଭା ୨୦୨୪ ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ପଞ୍ଜୀକୃତ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟାରେ ୨୩.୫ ପ୍ରତିଶତ ବୃଦ୍ଧି ଘଟିଛି। ଟ୍ରାନ୍ସଜେଣ୍ଡର ଭୋଟରଙ୍କ ସଂଖ୍ୟା ୨୦୧୯ରେ ୧୪.୬୪ ପ୍ରତିଶତ ଥିବାବେଳେ ୨୦୨୪ରେ ଏହା ୨୭.୦୯ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୯ ସାଧାରଣ ନିର୍ବାଚନରେ ୫୪୦ଟି କେନ୍ଦ୍ରରେ ପୁନଃ ମତଦାନ ହୋଇଥିବା ବେଳେ ୨୦୨୪ରେ ୪୦ଟି ମତଦାନ କେନ୍ଦ୍ରରେ ପୁନଃମତଦାନ ହୋଇଥିଲା।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories