www.samajalive.in
Thursday, December 11, 2025
27.1 C
Bhubaneswar

ଆସନ୍ତା ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ-ମୁଖ୍ୟମନ୍ତ୍ରୀ

କଟକ : ଆସନ୍ତା ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଏବିଭିପି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୁରୁବାର ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ପୂର୍ବ ସରକାର କଲେଜ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ ।
ଏଣିକି ପ୍ରତିବର୍ଷ ହେବ ନିର୍ବାଚନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ୪୯ତମ ରାଜ୍ୟ ଅଧିବେଶନରେ ଏହି ଘୋଷଣା କରିଛନ୍ତି। ଏହାସହ ରାଜ୍ୟ ଅଧିବେଶନରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶତବାର୍ଷିକୀ ଦେଶର ପ୍ରମୁଖ ୫ଟି ରାଜ୍ୟ ମଧ୍ୟରେ ଓଡିଶା ସ୍ଥାନିତ ହେବ। ଓଡିଶାର ସାମଗ୍ରିକ ବିକାଶ ଦିଗରେ ସରକାର କାମ କରୁଛନ୍ତି। ନିଷ୍ଠା ଓ ତ୍ୟାଗର ପ୍ରତୀକ ହେଉଛି ଏବିଭିପି। ଏବିଭିପିର ସହଯୋଗରେ ଏହି ନୂଆ ସରକାର ଆସଛି। କଲେଜରେ ପଢିବା ବେଳ ଠାରୁ ଛାତ୍ର ସଂସଦ ନିର୍ବାଚନରେ ମୁଁ ଏବିଭିପିକୁ ଭୋଟ ଦାନ କରିଛି। ଏବିଭିପିର କର୍ମକର୍ତ୍ତାମାନଙ୍କ ଯୋଗୁଁ ବିଜେପିର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଛି। ପୂର୍ଵ ସରକାରରେ ଯୁବକ ଯୁବତୀଙ୍କୁ ଚାକିରୀ ମିଳୁ ନଥିଲା। ଆସନ୍ତା ୫ ବର୍ଷରେ ସାଢେ ୩ ଲକ୍ଷ ନିଯୁକ୍ତି ସୁଯୋଗ ସୁଷ୍ଟି ହେବ। ଇଣ୍ଟର୍ଭିଉରେ ପକ୍ଷ ପାତିତା କଲେ କଠୋର ଦଣ୍ଡର ବ୍ୟବସ୍ଥା ଆମ ସରକାର କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଏହାସହ ଗତ ୨୪ ବର୍ଷ ଧରି ସରକାରରେ ଥିବା ବିଜେଡି ସରକାର ହୀନ ଚକ୍ରାନ୍ତ କରି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ଦେଇଥିଲେ। ନିର୍ବାଚନର ଫଳାଫଳ ପୂର୍ଵ ସରକାରକୁ ଭୟଭୀତ କରି ଥିଲା। ଏଣିକି ଛାତ୍ର ସଂସଦ ନିର୍ବାଚନ କେବେ ବନ୍ଦ ହେବ ନାହିଁ । ଅନ୍ୟପଟେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ପ୍ରତିକ୍ରିୟା ରଖି ଏବିଭିପିର ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି, ଏବିଭିପି ଏହି ନିଷ୍ପତିକୁ ସ୍ୱାଗତ କରୁଛି। ଦୀର୍ଘ ୬ ବର୍ଷ ଧରି ପୂର୍ଵ ସରକାର ନିର୍ବାଚନକୁ ବନ୍ଦ କରିଥିଲେ। ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ । ୩୬୮ଟି କଲେଜରେ ନିର୍ବାଚନ ଫଳାଫଳ ଏବିଭିପି ସପକ୍ଷରେ ଯିବ ବୋଲି ସେ ମତ ରଖିଛନ୍ତି।

ନୂଆବର୍ଷରେ ୧୦ ଥର ଚଳନ କରିବେ ଶୁକ୍ର ; ଏହି ରାଶିଙ୍କୁ କରିବେ ମାଲାମାଲ୍‌, ହେବ ବିବାହ,ମିଳିବ ଚାକିରି..

ଦେଖନ୍ତୁ ଭିଡିଓ; ଶାବକ ସିଂହର ଲାଞ୍ଜ କାମୁଡିବା ପରେ..

- Advertisement -

ରାଜଧାନୀରେ ମଠ ଉପରେ ବୋମାମାଡ; ପୋଡି ହୋଇ ବାବା ଗୁରୁତର

 

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories