www.samajalive.in
Sunday, December 14, 2025
26.1 C
Bhubaneswar

ଧାନର ମାନ ନିର୍ଦ୍ଧାରଣ ପ୍ରଶିକ୍ଷଣ ଶିବିର

ଆଠଗଡ : ନରସିଂହପୁର ନିୟନ୍ତ୍ରିତ ବଜାର କମିଟି ଆନୁକୂଲ୍ୟରେ ଖରିଫ ଧାନ କ୍ରୟ ଓ ଧାନର ଗୁଣାତ୍ମକ ମାନ ନିର୍ଦ୍ଧାରଣ ନିମନ୍ତେ ଗୁରୁବାର ଏକ ପ୍ରଶିକ୍ଷଣ ଶିବିର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଆଠଗଡ ଓ ତିଗିରିଆ ବ୍ଲକର ସମସ୍ତ ସମବାୟ ସମିତି ସମ୍ପାଦକ, ମଣ୍ଡି ପରିଚାଳନା ଅଧିକାରୀ, ନୋଡାଲ ଅଧିକାରୀ, ମାନ ନିର୍ଦ୍ଧାରକ, ମିଲରଙ୍କ ପ୍ରତିନିଧି ଉପସ୍ଥିତ ଥିଲେ । ମଣ୍ଡିରେ ସାଧାରଣ ଧାନର ଗୁଣାତ୍ମକ ମାନ ନିର୍ଦ୍ଧାରଣ ନିମନ୍ତେ ନରସିଂହପୁର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ଯନ୍ତ୍ରାଂଶ ବ୍ୟବହାର କରିବେ। ଏହି ଯନ୍ତ୍ର ଦ୍ବାରା କିପରି ଧାନର ଗୁଣାତ୍ମକ ମାନ ନିର୍ଦ୍ଧାରଣ କରାଯିବ ସେ ସମ୍ବନ୍ଧରେ ଉଭୟ ବୈଷୟିକ ଜ୍ଞାନ ଓ ଜୀବନ୍ତ ଅଭ୍ୟାସ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଥିଲା। ଚଳିତ ବର୍ଷ ଧାନକ୍ରୟ କିପରି ଶୃଙ୍ଖଳିତ ଓ ନିର୍ଭୁଲ ଭାବରେ ସମ୍ପାଦନ କରାଯିବ ଓ ସମସ୍ତ ଅଧିକାରୀମାନେ କିପରି ସେମାନଙ୍କ ଦାୟିତ୍ୱ ସମ୍ପୂର୍ଣ୍ଣ କରିବେ ସେ ବିଷୟରେ ଉପଜିଲ୍ଲାପାଳ ଶ୍ରୀ ଶର୍ମା, ସହକାରୀ ଯୋଗାଣ ଅଧିକାରୀ ଜଗମୋହନ ଦାସ, ବରିଷ୍ଠ ଏଆରସିଏସ ବିଜେନ୍ଦ୍ର କୁମାର ମହାନ୍ତି,  ଆରଏମସି ସଂପାଦକ ରାମନାରାୟଣ ମଲ୍ଲିକ ପ୍ରମୁଖ ଅବଗତ କରାଇଥିଲେ। ନରସିଂହପୁର ନିୟନ୍ତ୍ରିତ ବଜାର କମିଟିର ସଂପାଦକ ରାମନାରାୟଣ ମଲ୍ଲିକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories