www.samajalive.in
Friday, December 12, 2025
27.1 C
Bhubaneswar

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ମୋର ସ୍ୱପ୍ନର ସମ୍ବଲପୁର’ ପୁସ୍ତକ ଉନ୍ମୋଚିତ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ସାଂସ୍କୃତିକ କେନ୍ଦ୍ର ରୂପେ ପରିଚିତ ସମ୍ବଲପୁର ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ‘ମୋର ସ୍ୱପ୍ନର ସମ୍ବଲପୁର : ଭିଜନ ୨୦୪୭’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଐତିହ୍ୟ ସମ୍ପନ୍ନ ସମ୍ବଲପୁର ସହରକୁ ଆଗାମୀ ୨୦୪୭ ପର୍ଯ୍ୟନ୍ତ ଏକ ବିକଶିତ ସହର କରିବାର ବିଭିନ୍ନ ଦୃଷ୍ଟିକୋଣକୁ ନେଇ ରଚନା କରାଯାଇଛି। ସମ୍ବଲପୁରର ଐତିହ୍ୟ ସମ୍ପନ୍ନ ସଂସ୍କୃତିକୁ ସଂରକ୍ଷିତ ରଖି ଏକ ଆଦର୍ଶ ସହର ନିର୍ମାଣ କରି ବିକଶିତ କରିବା ଲକ୍ଷ୍ୟ ନେଇ ଏହି ପୁସ୍ତକ ରଚନା କରାଯାଇଛି। ଏହି ମର୍ମରେ ଗତ ୧୨ ମେରେ ସ୍ଥାନୀୟ ମୁଦିପଡ଼ା ସ୍ଥିତ ଡ. ରାଧାନାଥ ରଥ କମ୍ୟୁନିଟି ସେନ୍ଟରରେ ଏକ ସେମିନାର ଭାରତ ବିକାଶ ପରିଷଦ ଓ ରାଧା ଶ୍ରୀନିବାସ ସେବା ଟ୍ରଷ୍ଟ ପକ୍ଷରୁ ଏହି ମର୍ମରେ ଆୟୋଜିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷ ମାନେ ଏଥିରେ ଯୋଗ ଦେଇ ନିଜସ୍ୱ ବିଚାର ବ୍ୟକ୍ତ କରିଥିଲେ। ୨୦୪୭ ମସିହାରେ ଦେଶ ସ୍ୱାଧିନତାର ୧୦୦ ବର୍ଷ ପୁର୍ତ୍ତି ପାଳନ କରିବାକୁ ଥିବା ବେଳେ ଏହି ସମୟ ମଧ୍ୟରେ ସମ୍ବଲପୁରକୁ ବିକଶିତ ସହର ରୂପେ ପରିଣତ କରିବାର ଲକ୍ଷ୍ୟ ନେଇ ଏହି ପୁସ୍ତକର ରଚନା କରାଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ସମ୍ବଲପୁର ଠାରେ ଉନ୍ନମୋଚନ କାର୍ଯ୍ୟକ୍ରମରେ ରାଧା ଶ୍ରୀନିବାସ ଟ୍ରଷ୍ଟର ଚେୟାରମେନ ଡା. ପୁରୁଷୋତ୍ତମ ଅଗ୍ରୱାଲ, ଭାରତ ବିକାଶ ପରିଷଦର ସଭାପତି ମକରଧ୍ୱଜ ଯୋଶୀ, ସମ୍ପାଦକ ନରେନ୍ଦ୍ର ବେହେରା, ସୁଧିର ବହିଦାର, ଡା. ପ୍ରଭାସ ଦେବତା, ଡା. ବିନୋଦ ବିହାରୀ ନାୟକ, ଦିନେଶ ଶର୍ମା, ଜେ. ଗିରିଜା ଦେବୀ, ଶ୍ୟାମ ବିଶ୍ୱାଳ, ଡା. ରଶ୍ମି ଜେନା, ରାମେଶ୍ୱର ପୁରୋହିତ, ପ୍ରଦ୍ୟୋତ ମିଶ୍ର, ମାନସ ଶତପଥୀ, ଅଲିଶା ଅଗ୍ରୱାଲ ଓ ମୃତ୍ୟୁଞ୍ଜୟ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories