www.samajalive.in
Friday, December 12, 2025
23.1 C
Bhubaneswar

ଲୋକ ମହୋତ୍ସବ ପାଇଁ ହେଲା ଭୁମିପୂଜନ

ସମ୍ବଲପୁର: ସମ୍ବଲପୁର ଲୋକ ମହୋତ୍ସବ ପାଇଁ ଗୁରୁବାର ସମ୍ବଲପୁର ଅଇଁଠାପାଲି ସ୍ଥିତ ବିର୍ସା ମୁଣ୍ଡା ମଇଦାନ (ପିଏଚଡ଼ି ପଡ଼ିଆ)ରେ ଭୁମି ପୁଜନ ସହ ମଞ୍ଚ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ସମ୍ବଲପୁର ମହାନଗର ନିଗମ କମିଶନର ବେଦ ଭୂଷଣ ଅତିଥି ଭାବେ ଯୋଗ ଦେଇ ପୁଜାର୍ଚନାରେ ଅଂଶଗ୍ରହଣ କରିଥିଲେ। ଏହା ପୂର୍ବରୁ ଇଷ୍ଟଦେବୀ ମାଁ ସମଲେଇ ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥାଇ ମାଁଙ୍କ ଆଶିର୍ବାଦ କାମନା କରାଯାଇଥିଲା। ମାଁ ସମଲେଇଙ୍କ ଆଜ୍ଞା ମାଳ ସହ ଲୋକ ମହୋତ୍ସବ ମଞ୍ଚ ଏବଂ ପ୍ରେକ୍ଷାଲୟ ସମିତି ବିର୍ସା ମୁଣ୍ଡା ମଇଦାନକୁ ପହଞ୍ଚି ଭୁମି ପୂଜନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଭୁମି ପୂଜନ ସମ୍ପନ୍ନ ହେବା ପରେ ଆଜ୍ଞାମାଳକୁ ମଞ୍ଚରେ ସ୍ଥାପନ କରାଯାଇଥିଲା। ପଣ୍ଡିତ ଜିତେନ୍ଦ୍ର ନନ୍ଦ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଲୋକ ମହୋତ୍ସବ ମଞ୍ଚ ଏବଂ ପ୍ରେକ୍ଷାଲୟ ସମିତିର ଆବାହକ ନନ୍ଦକିଶୋର ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥିରେ ସମିତିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଲୋକ ମହୋତ୍ସବ ଆୟୋଜନ ସମିତିର ସଂଯୋଜକ ପ୍ରଫୁଲ୍ଲ ହୋତା, ସହ ସଂଯୋଜକ ରଞ୍ଜନ ସାହୁଙ୍କ ସମେତ ସମସ୍ତ କମିଟିର ଆବାହକ ମାନେ ସାମିଲ ହୋଇଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories