www.samajalive.in
Sunday, December 14, 2025
19.1 C
Bhubaneswar

କାଗଜ କଲମରେ ଶ୍ରୀ ରଘୁନାଥଜୀଉ ମଠର ବିକାଶ ପ୍ରତିଶ୍ରୁତି

ପାଟଣା : କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଗ୍ରାମ ଅତୀତରେ କେନ୍ଦୁଝର ରାଜାଙ୍କ ଦୋହରା ବାସସ୍ଥାନ ହୋଇଥିବାବେଳେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମଠ ପାଖରେ ଥିବା ସୈବ୍ୟା କାବେରୀ ତୀର୍ଥ ସେହି ସମୟରେ ନିର୍ମାଣ ହୋଇଥିଲା। ଏହା ଏବେ ନିଜ ସୋନ୍ଦର୍ଯ୍ୟ ହରାଉଛି। ରାଜନଗର ଗ୍ରାମରେ ଥିବା ଶ୍ରୀ ଶ୍ରୀ ରଘୁନାଥ ଜୀଉ ମଠ ସହିତ ଶ୍ରୀ ଶ୍ରୀ ଦଧିବାମନ ଜୀଉ ମନ୍ଦିର ଓ ମଠ ଥିବାବେଳେ ପୂର୍ବତନ ସରକାର ଏହାକୁ ପର୍ଯ୍ୟଟନସ୍ଥଳୀ ବୋଲି ଘୋଷଣା କରିବା ପରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ଲାଗିଥିଲା। ଅନେକ ଜାଗାରେ ପର୍ଯ୍ୟଟନ ସ୍ଥଳୀରେ ବିଦେଶୀ ଲୋକ ମାନଙ୍କ ଆଗମନ ହେଉଥିବାବେଳେ ଏଥର ପାଖ ଅଞ୍ଚଳ ଲୋକମାନେ ଏଠାକୁ ଆସୁଛନ୍ତି। ରାଜାଙ୍କ ନଗରୀ ରାଜନଗର ହୋଇଥିବାବେଳେ ରାଜାଙ୍କ ଦ୍ଵାରା ନିର୍ମିତ ସବୁକିଛି ଦର୍ଶନୀୟ ସ୍ଥାନ ଭଗ୍ନ ଅବସ୍ଥାରେ ରହିଛି। ଏହି ଗ୍ରାମରେ ପ୍ରଭୁ ଜଗନ୍ନାଥ ଶ୍ରୀ ଦଧିବାମନ ଜୀଉ ନାମରେ ପୂଜା ପାଉଥିବାବେଳେ ମା ଅନ୍ଧାରୀ ଠାକୁରାଣୀ ମନ୍ଦିର , ଶିବ ଓ ମା ଲକ୍ଷ୍ମୀ ମନ୍ଦିରରେ ପୂଜା ପାଉଛନ୍ତି।

- Advertisement -

ଦିନକୁ ଦିନ ଏ ଜାଗାରେ ଉନ୍ନତି ହେବା ବଦଳରେ ଅବନତି ଦେଖିବାକୁ ମିଳିଛି। ଏବର୍ଷ ଶୀତ ଋତୁରେ କେବଳ ରାଜନଗର ଗ୍ରାମବାସୀ କେବଳ ଏହି ସୁନ୍ଦର ଜାଗାରେ ବଡ ଦିନ ଉପଭୋଗ କରିଥିବାବେଳେ ଜିଲ୍ଲା ତଥା ଅନ୍ୟ ଜିଲ୍ଲାରୁ ପଯ୍ୟଟକ ଆସି ନଥିବା କାରଣରୁ ରାଜନଗର ଗ୍ରାମବାସୀଙ୍କୁ ଏହା ହତାଶ କରିଛି। ଏଠାରେ ଥିବା ପୁଣ୍ୟତ୍ୱୟା ବୈତରଣୀ ନଦୀ କୂଳରେ ଥିବା ଶ୍ରୀ ଶ୍ରୀ ରଘୁନାଥ ଜୀଉ ମଠ ସହିତ ଶ୍ରୀ ଶ୍ରୀ ଦଧିବାମନ ଜୀଉ ପୂଜା ପାଉ ଥିବାବେଳେ ଏହାର କୌଣସି ପ୍ରକାର ଉନ୍ନତି ହେଉ ନଥିବାରୁ ଜିଲ୍ଲା ସହିତ ଅନ୍ୟ ଜିଲ୍ଲା ବା ରାଜ୍ୟର ପର୍ଯ୍ୟଟକ ମୁହଁ ଫେରାଉଛନ୍ତି। ଚଢ଼େଇକୁଦର ନାମକ ଜାଗାରେ ପ୍ରତି ବର୍ଷ ବିଦେଶୀ ପକ୍ଷୀ ମାନଙ୍କ ଆଗମନ ସହିତ ପକ୍ଷୀ ଗଣନା ମଧ୍ୟ ହୁଏ। କିନ୍ତୁ ଏହି ଜାଗାରେ ଅନେକ କିମ୍ବଦନ୍ତୀ ଥିବା ପରେ ମଧ୍ୟ ଏହା ଅବହେଳିତ ଅବସ୍ଥାରେ ଅଛି। ରାଜନଗର ଗ୍ରାମବାସୀ ସରକାରଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଏହାର ଉନ୍ନତି ହେବା ପାଇଁ ସରକାର ପଦକ୍ଷେପ ଗ୍ରହଣ କଲେ ଏଠାକୁ ବିଦେଶୀ ପର୍ଯ୍ୟଟକ ଆସିବା ସହିତ ଏହା ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଭାବରେ ଲୋକ ମାନଙ୍କ ନିକଟରେ ବେଶ ଆଦୃତ ହୋଇପାରନ୍ତା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories