www.samajalive.in
Wednesday, December 10, 2025
23.1 C
Bhubaneswar

ଅସହାୟଙ୍କୁ ‘ସମାଜ’ କମ୍ବଳ

ଅନୁଗୋଳ: ଅବହେଳିତ, ନିଷ୍ପେସିତ ଓ ଅସହାୟଙ୍କୁ ‘ସମାଜ’ ରିଲିଫ ପାଣ୍ଠି ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି। ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ସମାଜ ରିଲିଫ ପାଣ୍ଠି ଅଧ୍ୟକ୍ଷ ଡ଼. ପ୍ରଭାସ ଆଚାର‌୍ୟ୍ୟ ଗୁରୁବାର ବିଳମ୍ବିତ ରାତି ପର‌୍ୟ୍ୟନ୍ତ ଅନୁଗୋଳର ପୁରୁଣା ବସଷ୍ଟାଣ୍ଡ, ବୁଢ଼ୀ ଠାକୁରାଣୀ ଛକ, ମଦନ ମୋହନ ମନ୍ଦିର ଓ ବଜାର ରାସ୍ତା, କାଞ୍ଚନ ଟକିଜ ଛକ, ବାଳିକା ହାଇସ୍କୁଲ ରାସ୍ତା, ନୂତନ ବସଷ୍ଟାଣ୍ଡ, ରେଳ ଷ୍ଟେସନ ପ୍ରଭୃତି ସ୍ଥାନରେ ଶୀତ କାକରରେ ଖୋଲା ଆକାଶ ତଳେ ପଡି ରହିଥିବା ନିରାଶ୍ରିତଙ୍କୁ କମ୍ବଳ ଘୋଡାଇଥିଲେ । ଏହାସହ ଡ. ଆଚାର‌୍ୟ୍ୟ ବାଜି ରାଉତ ଛାତ୍ରାବାସ ପରିଦର୍ଶନରେ ଯାଇ ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟନ କରିବା ସହ ସେଠାକାର କାର‌୍ୟ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀ ଓ କାର‌୍ୟ୍ୟର୍କତ୍ତାଙ୍କ ସହ ଐତିହାସିକ ସ୍ମାରକୀ ବହନ କରୁଥିବା ନବ-ମାଳତୀ କୁଟୀରର ଢାଞ୍ଚାଗତ ନିର୍ମାଣକୁ ଅକ୍ଷୂଣ୍ଣ ରଖି କିପରି ସୁରକ୍ଷା କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ଗ୍ରନ୍ଥାଗାର ଏବଂ ରୋଷଶାଳ ପରିଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ ଜଣେ ବ୍ୟବସାୟୀ ଅଙ୍ଗଦାନ ପାଇଁ ନାମ ପଞ୍ଜୀକରଣ କରିଥିବା ସମ୍ପର୍କରେ ଡ. ଆଚାର‌୍ୟ୍ୟଙ୍କୁ ଅବଗତ କରାଯାଇଥିଲା।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories