www.samajalive.in
Wednesday, December 10, 2025
26.1 C
Bhubaneswar

ଫସଲ ନଷ୍ଟ ପରେ ଋଣ ଚିନ୍ତାରେ ଜୀବନ ହାରିଲେ ଚାଷୀ

ସମାଜ ଡିଜିଟାଲ ଡେସ୍କ: ଅଦିନିଆ ବର୍ଷା ଜଣେ ଚାଷୀଙ୍କ ଜୀବନ ନେଇଛି। ଫସଲ ନଷ୍ଟ ହେବା ପରେ ଋଣ ବୋଝ ଚିନ୍ତାରେ ଜୀବନ ହାରିଛନ୍ତି ଚାଷୀ। ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ଡେରାବିଶ ତହସିଲ ଅନ୍ତର୍ଗତ ଖମଳ ପଞ୍ଚାୟତର ବିଶକ ଗାଁରୁ। ମୃତ ଚାଷୀ ଜଣକ ହେଲେ ଦୈତାରୀ ଜେନା।

ସୂଚନା ଅନୁସାରେ, ଗାଁର ଜଣେ ଚାଷୀ ପ୍ରାୟ ୧ ଲକ୍ଷ ଟଙ୍କା ଋଣ କରି ଚଳିତ ଥର ଚାଷ କରିଥିଲେ। କିନ୍ତୁ ଦୁଇ ଦୁଇ ଥର ଅଦିନିଆ ବର୍ଷା ଯୋଗୁ କ୍ଷେତରୁ ଅମଳ ପୂର୍ବରୁ ଫସଲ ନଷ୍ଟ ହୋଇଯାଇଥିଲା। ଋଣ ଶୁଝିବା ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories