www.samajalive.in
Monday, December 15, 2025
26.1 C
Bhubaneswar

କଟିବ ୪୦ ଲକ୍ଷ ଭୂତ ହିତାଧିକାରୀଙ୍କ ରେସନ କାର୍ଡ

ଭୁବନେଶ୍ବର: ରାଜ୍ୟର ପ୍ରତି ଜିଲାରେ ଲକ୍ଷେରୁ ଦେଢ଼ ଲକ୍ଷ ଭୂତ ହିତାଧିକାରୀ ଯାଞ୍ଚବେଳେ ଚିହ୍ନଟ ହୋଇଛନ୍ତି। ଗତ ୨୪ ବର୍ଷ ସରକାରରେ ଭୂତ ହିତାଧିକାରୀ ସରକାରଙ୍କ ଆଖିରେ ଧୂଳି ପକାଇ ଚାଲିଛନ୍ତି। ବର୍ତ୍ତମାନ ପ୍ରାୟ ୪୦ ଲକ୍ଷ ଭୂତ ରେସନକାର୍ଡ ହିତାଧିକାରୀ ବାହାରିଲେଣି। ରେସନ କାର୍ଡ ଭଳି ଚାଷୀ ତାଲିକାରେ ବି ଅନେକ ନକଲି ଚାଷୀ ବାହାରିଲେଣି। ପ୍ରତ୍ୟେକ ବିଭାଗ ଓ ଯୋଜନା ଉପରେ ଯାଞ୍ଚ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
ଶ୍ରୀ ପାତ୍ର କହିଥିଲେ, ରାଜ୍ୟରେ ଅନେକ ନକଲି ଚାଷୀ ଥିବାରୁ ପ୍ରକୃତ ଚାଷୀଙ୍କ ବାବଦରେ ଜାଣିବା ପାଇଁ ଆଉ ଥରେ ହେଉଛି ଚାଷୀ ପଞ୍ଜୀକରଣ । ଏହାଫଳରେ ରାଜ୍ୟରେ ଥିବା ନକଲି ଚାଷୀଙ୍କୁ ଧରି‌ହେବ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଭୂତ ହିତାଧିକାରୀଙ୍କ ସଂଖ୍ୟା ଜାଣିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରେସନ କାର୍ଡରେ କେ-ୱାଇସି ଅପ୍‌ଡେଟ କରାଯାଇଥିଲା । କେ-ୱାଇସି ଅପ୍‌ଡେଟରୁ ଏହି ଭୂତ ହିତାଧିକାରୀଙ୍କ ସଂଖ୍ୟା ଜଣାପଡ଼ିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ବଜେଟରେ ୩୩୦୭ କୋଟି ୯୯ଲକ୍ଷ ୧୭ହଜାର ଟଙ୍କା ବ୍ୟୟବରାଦ ହୋଇଛି। ପ୍ରତି ଜିଲା, ବ୍ଲକ ଓ ପଞ୍ଚାୟତରେ ଚାଉଳ ଏଟିଏମ୍‌ ସ୍ଥାପନ କରାଯିବା ଦ୍ବାରା ହିତାଧିକାରୀ ଆଉ ଡିଲରଙ୍କ ପାଖକୁ ଯିବେନାହିଁ। ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ଯେଉଁ ଚାଉଳ ବଣ୍ଟନ କରାଯାଉଛି ସେଥିରେ ମାପ ଓ ଓଜନରେ ଚୋରି କରାଯାଉଛି, ଅର୍ଥାତ ହିତାଧିକାରୀଙ୍କୁ ଓଜନରେ ଠକି କମ୍‌ ଚାଉଳ ଦିଆଯାଉଛି। ଫଳସ୍ବରୂପ ହଜାର ହଜାର କୋଟି ଟଙ୍କାର ଚାଉଳ ଚୋରି ହେଉଛି। ଏହାର ଲାଭାଂଶ ରାଜନେତା, ସରକାରୀ ଅଧିକାରୀ ଏବଂ ଠିକା ସଂସ୍ଥାଗୁଡ଼ିକ ପାଉଛନ୍ତି। ଏହି ଚାଉଳ ଚୋରି ରୋକିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ଯୋଜନାରେ ୩.୨୫ କୋଟି ହିତାଧିକାରୀ ଅନ୍ତର୍ଭୁକ୍ତ ହୋଇଥିବାବେଳେ ଏଥିରୁ ୪୦ ଲକ୍ଷ ଭୂତ ହିତାଧିକାରୀ ରହିଛନ୍ତି। ସେମାନଙ୍କ କାର୍ଡ କାଟି ଦିଆଯିବ ଏବଂ ପ୍ରକୃତ ହିତାଧିକାରୀଙ୍କୁ ନୂଆ କାର୍ଡ ଦିଆଯିବା ନିମନ୍ତେ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି।
ସେହିପରି ଅ‌େ‌ନ୍ତ୍ୟାଦୟ ଯୋଜନାରେ ୧୨ ଲକ୍ଷ ହିତାଧିକାରୀ ରହିଛନ୍ତି। ଏଠାରେ ମଧ୍ୟ ପୂର୍ବ ସରକାର ଅଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦେଇଥିବାରୁ ପ୍ରକୃତ ହିତାଧିକାରୀ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଅ‌େ‌ନ୍ତ୍ୟାଦୟ ଯୋଜନାରୁ ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ କାର୍ଡ କାଟି ଦିଆଯିବ। ତାଙ୍କ ଜାଗାରେ ପ୍ରକୃତ ହିତାଧିକାରୀଙ୍କୁ ନୂଆ ଅ‌େ‌ନ୍ତ୍ୟାଦୟ କାର୍ଡ ମିଳିବ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories