www.samajalive.in
Tuesday, December 9, 2025
23.1 C
Bhubaneswar

ଖୁବ୍‌ ଖାସ୍‌ ନୂଆବର୍ଷ; ପ୍ରଥମ ସପ୍ତାହରେ ବୁଧଙ୍କ ଚଳନ, ଏହି ରାଶି ହେବେ ମାଲାମାଲ୍‌, ମିଳିବ ଚାକିରି, ସୁଖମୟ ଦାମ୍ପତ୍ୟ ଜୀବନ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷ ୨୦୨୫ର ଆରମ୍ଭ ଖୁବ୍‌ ଖାସ୍‌ ହେବାକୁ ଯାଉଛି । କାରଣ ନୂଆବର୍ଷ ବୁଧବାରରୁ ଆରମ୍ଭ ହେବାକୁ ଯାଉଛି ଏହାସହ ୪ ଜାନୁଆରୀରେ ବୁଧ ଦେବ ବିଛା ରାଶିରେ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହଙ୍କ ବିଶେଷ ମହତ୍ତ୍ୱ ରହିଛି। ବୁଧ ତର୍କ, ବୁଦ୍ଧି, ଗଣିତ, ମିତ୍ରତାର କାରକ। ବୁଧ ଗ୍ରହଙ୍କ କୃପାରୁ ଶୁଭଫଳ ପ୍ରାପ୍ତି ହୋଇଥାଏ। ବୁଧ ଗ୍ରହ ରାଜକୁମାର ଗ୍ରହ। ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଖୁବ୍‌ ଖାସ୍‌ ହେବାକୁ ଯାଉଛି ନୂଆବର୍ଷ । ବୁଧଙ୍କ ଚଳନ ହେତୁ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ । ନୂଆବର୍ଷରେ ଆମଦାନୀରେ ଖୁବ୍‌ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଅଧିକାରୀ ଓ ସହକର୍ମୀଙ୍କ ସହଯୋଗ ମିଳିବ । ପରିବାର ସଦସ୍ୟଙ୍କ ସାଥ୍‌ ମିଳିବ । ଶିକ୍ଷା କ୍ଷେତ୍ରରେ ଜଡିତ ବ୍ୟକ୍ତି ବିଶେଷ ଖୁବ୍‌ ଲାଭବାନ୍‌ ହେବେ । ବାଣୀ ମଧୁର ରହିବ ।

- Advertisement -

ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ସକରାତ୍ମକ ଫଳ ମିଳିବ । ଘରେ ସୁଖସମୃଦ୍ଧି ବୁଦ୍ଧି ପାଇବା ସହ ଦୀର୍ଘ ଦିନରୁ ଅଟକି ରହିଥିବା କାମ ପୂରଣ ହେବ । ବ୍ୟବସାୟରେ ଆର୍ଥିକ ଉନ୍ନତି ଖୁବ୍‌ ହେବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । ପରିବାରରେ ବାପା-ମାଆଙ୍କ ସହଯୋଗ ମିଳିବ ।

ଏହି ଗ୍ରହଙ୍କ କୃପାରୁ ମିଳେ ଚାକିରି, ନୂଆବର୍ଷରେ ଚାକିରି ପାଇଁ ଜାଣନ୍ତୁ ଆପଣାଇବେ କେଉଁ ସରଳ ଉପାୟ, ହେବେ ମାଲାମାଲ୍‌..

ସିଂହ – ନୂଆବର୍ଷର ଆରମ୍ଭରେ ବୁଧଙ୍କ ଚଳନ ସିଂହ ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ । ପରିବାର ସଦସ୍ୟଙ୍କ ସାଥ୍‌ ମିଳିବ । ଧନର ସ୍ଥିତି ଉତ୍ତମ ରହିବ । ଧାର୍ମିକ କାର୍ଯ୍ୟର ଯୋଗ ରହିଛି । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ଧନୁ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ । ବ୍ୟବସାୟ ପାଇଁ ନୂଆ ନୂଆ ଯୋଜନା କରି ଲାଭବାନ୍‌ ହେବେ । ଘରେ ଶୁଭକାମ ହେବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କର ପଦନ୍ନୋତି ହେବ । ଉପହାର ମିଳିବାର ଯୋଗ ରହିଛି । ଘର କିମ୍ବା ଯାନ ସୁଖ ମିଳିବ । ନୂଆ ଚାକିରି ମିଳିବାର ଯୋଗ ରହିଛି ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories