www.samajalive.in
Monday, December 15, 2025
26.1 C
Bhubaneswar

ଜାତିସଂଘ କର୍ମଚାରୀଙ୍କୁ ଶୀଘ୍ର ମୁକ୍ତ କରିବାକୁ ଆହ୍ୱାନ ଦେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ

ଡେସ୍କ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସୁସ୍ କହିଛନ୍ତି ଯେ ୟେମେନର ରାଜଧାନୀ ସାନାରେ ହୂତି ଗୋଷ୍ଠୀ ଦ୍ୱାରା ଗିରଫ ହୋଇଥିବା ଜାତିସଂଘର ୧୩ ଜଣ କର୍ମଚାରୀଙ୍କୁ ମୁକ୍ତ କରିବା ନେଇ ଆଲୋଚନା ଶେଷ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗେବ୍ରେୟେସୁସ୍ କହିଛନ୍ତି ଯେ ବନ୍ଦୀଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ହୁ ଦାବି ଜାରି ରଖିଛି। ଜାତିସଂଘ ଜୁନ୍ ମାସରେ ନିଶ୍ଚିତ କରିଥିଲା ଯେ ଏହାର ୧୩ ଜଣ କର୍ମଚାରୀଙ୍କୁ ସାନାରେ ହୁତିମାନେ ଅଟକ ରଖିଛନ୍ତି।

ଅନ୍ୟପକ୍ଷରେ ଶ୍ରୀ ଗେବ୍ରେୟେସୁସ୍ କହିଛନ୍ତି ଯେ ୟେମେନର ରାଜଧାନୀ ସାନାରୁ ସେ ଏବଂ ଅନ୍ୟ କେତେକ ଜାତିସଂଘ ଓ ହୁ ଅଧିକାରୀ ବିମାନରେ ଚଢ଼ିବାକୁ ଯାଉଥିବା ବେଳେ ସାନା ଅନ୍ତର୍ଜାତୀୟ ବିମାନବନ୍ଦର ଆକାଶମାର୍ଗରୁ ବୋମାମାଡ଼ର ଶିକାର ହୋଇଥିଲା। ସେ ଏବଂ ତାଙ୍କ ସହଯୋଗୀମାନେ ସୁରକ୍ଷିତ ଥିବା କହିବା ସହ ହୁ ମୁଖ୍ୟ କହିଛନ୍ତି ଯେ ସେମାନେ ଯିବା ପୂର୍ବରୁ ବିମାନବନ୍ଦରର କ୍ଷୟକ୍ଷତିର ମରାମତି ପାଇଁ ଅପେକ୍ଷା କରିବାକୁ ପଡ଼ିବ।

- Advertisement -

ୟେମେନର ପଶ୍ଚିମ ଉପକୂଳ ଏବଂ ଆଭ୍ୟନ୍ତରୀଣ ୟେମେନରେ ଥିବା ହୂତି ନିୟନ୍ତ୍ରିତ ସାମରିକ ଅଂଚଳକୁ ଲକ୍ଷ୍ୟ କରି ଇସ୍ରାଏଲ ଗତକାଲି ଆକାଶମାର୍ଗରୁ ଆକ୍ରମଣ ଆରମ୍ଭ କରିଥିଲା। ଉତ୍ତର ୟେମେନର ଅଧିକାଂଶ ଅଞ୍ଚଳକୁ ନିୟନ୍ତ୍ରଣ କରୁଥିବା ହୁତିମାନେ ନଭେମ୍ବର ୨୦୨୩ରୁ ଇସ୍ରାଏଲ ବିରୋଧରେ ନିୟମିତ ରକେଟ୍ ଏବଂ ଡ୍ରୋନ୍ ଆକ୍ରମଣ କରୁଛନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ୟେମେନର ହୁତି ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନାକୁ ନିନ୍ଦା କରିବା ସହ ଅସ୍ତ୍ରବିରତି ପାଇଁ ଆହ୍ୱାନ ଦେଇଛନ୍ତି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories