ଭୁବନେଶ୍ୱର : ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ପର୍ଯ୍ୟଟନସ୍ଥଳା ଭୁବନେଶ୍ଵରରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ମାସେ ହେବ ଭୋଜିଭାତର ଆସର ଜମିଲାଣି । ଏଥିରୁ ବାଦ୍ ପଡ଼ିନି ରାଜଧାନୀ ଛାତି ଉପରେ ଥିବା ଐତିହାସିକ ଗୁମ୍ଫା ଖଣ୍ଡଗିରି-ଉଦୟଗିରି ଦୈନିକ ହଜାର ହଜାର ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସୁଛନ୍ତି ପାହାଡ଼ରେ ବିଭିନ୍ନ ଗୁମ୍ଫା ବୁଲି ଦେଖୁବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ।ଏଥିସହ ଅପରାହ୍ଣର ସୂର୍ଯ୍ୟାସ୍ତ ସହ ପାହାଡ଼ର ଶିଖରରେ ପର୍ଯ୍ୟଟକ ସେଲ୍ଫିର ମଜା ନେଉଥିବା ଦେଖିବାକୁ ମିଳୁଛି।
ବରମୁଣ୍ଡା ବସ୍ଷ୍ଟାଣ୍ଡଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଖଣ୍ଡଗିରି ଓ ଉଦୟଗିରି ଐତିହ୍ୟସ୍ଥଳା ଯାତାୟାତ କ୍ଷେତ୍ରରେ ସୁବିଧା ଥିବାବେଳେ ସେଠାକାର ଐତିହ୍ୟପୂର୍ଣ୍ଣ କୀର୍ତ୍ତିରାଜି ଇତିହାସକୁ ମନ ପକାଇଦିଏ। ଉଦୟଗିରି ପାହାଡ଼ରେ ରାଜା କରକେଣ୍ଡ ଓ ସମ୍ରାଟ ଐର ଖାରବେଳଙ୍କ ସମୟର ରାଣୀଗୁମ୍ଫା, ହାତୀଗୁମ୍ଫା, ପଞ୍ଚକୁଣ୍ଡ ଭଳି ଐତିହ୍ୟ ରହିଛି ଖଣ୍ଡଗିରି ପାହାଡ଼ରେ ଗୁପ୍ତ ଗଙ୍ଗା ଓ ଜୈନ ମନ୍ଦିର ଦର୍ଶନର ସୁଯୋଗ ରହିଛି ଏହି ପାହାଡ଼ର ପାଦ ଦେଶରେ ରହିଛି ଜୟଦେବ ବାଟିକା । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ସ୍ଥଳରେ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ଗୁରୁଦାୟିତ୍ବା କିନ୍ତୁ ଖଣ୍ଡଗିରି ଉଦୟଗିରିରେ ଆଦୃଶିଆ ଉନ୍ନତିକରଣ କାର୍ଯ୍ୟ ହୋଇପାରିନଥିବା ଅଭିଯୋଗ ହେଉଛି। ଉ
ଦୟଗିରିରେ ଓଟିଡିସି ପକ୍ଷରୁ ଚାଲିଥିବା ଆଲୋକ ଓ ଶବ୍ଦ ଶୋ’ ପ୍ରକଳ୍ପ କାର୍ଯ୍ୟ ଏବେବି ଅଧାପନ୍ତରିଆ ଅବସ୍ଥାରେ ଅଛି। ଏହି କାର୍ଯ୍ୟ ୨୦୨୦ରୁ ଆରମ୍ଭ ହୋଇଥିଲା କିନ୍ତୁ ପରେ କରୋନା କଟକଣା ଯୋଗୁଁ ବନ୍ଦ ହୋଇଯାଇଥିଲା। ଏଥିପାଇଁ ପ୍ରାୟ ୬କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । କେବଳ ଆଭ୍ୟନ୍ତରୀଣ ସାଜସଜ୍ଜା ପାଇଁ ୧୧ କେ.ଭି ବିଦ୍ୟୁତ୍ ସେବାର ଆବଶ୍ୟକତା ଥିବାବେଳେ ଓଟିଡିସି ପକ୍ଷରୁ ଡିପିଆର ପ୍ରସ୍ତୁତ କରି ଏଏସଆଇକୁ ପଠାଇବା କଥା ଏଏସଆଇ ଅନୁମତି ଦେବାପରେ ଟିପିସିଓଡି ଏଲ ୧୧କେ.ଭି. ବିଦ୍ୟୁତ୍ ସେବା ଯୋଗାଇ ଦେବା କିନ୍ତୁ ଡିପିଆର ପ୍ରସ୍ତୁତରେ ବିଳମ୍ବ ହେଉଥିବାରୁ ଏହି ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେବାରେ ବିଳମ୍ବ ହୋଇଛି । ଏନେଇ ଓଟିଡିସିର ଜଣେ ବରିଷ୍ଠ ଅଧୂକାରୀଙ୍କ କହିବା କଥା, ଏହି ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ ହୋଇସାରିଛି। ଆସନ୍ତା ସପ୍ତାହରେ ଏଏସଆଇକୁ ପଠାଯିବ । ଖୁବ୍ ଶୀଘ୍ର ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ।
ପାହାଡ଼ ପାଦ ଦେଶରେ ରହିଛି ଗାନ୍ଧୀ ଶାନ୍ତକେନ୍ଦ୍ରା ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏହି କେନ୍ଦ୍ର ବଖାଣୁଛି ଗାନ୍ଧୀଙ୍କ ଜୀବନ ଯାତ୍ରାର ଅମୂଲ୍ୟ କାହାଣୀ ଦକ୍ଷିଣ ଆଫ୍ରିକାରୁ ଦାଣ୍ଡି ପର୍ଯ୍ୟନ୍ତ ତାଙ୍କ ଅଂହିସା ନୀତିର କଥା ସବୁ ଏଠାରେ ଡିଜିଟାଲ ମାଧ୍ୟମରେ ଗୁଞ୍ଜରିତ ହେଉଛି ଏହି କେନ୍ଦ୍ର ଏବେ ଜୈନ କୀର୍ତ୍ତି ସହ ଯୋଡ଼ି ହୋଇ ଐତିହ୍ୟସ୍ଥଳୀର ଅନ୍ୟତମ ଆକର୍ଷଣ ପାଲଟିଛି।



