www.samajalive.in
Monday, December 15, 2025
24.1 C
Bhubaneswar

ପଦ ବଜାୟ ରଖିଲେ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା

କେନ୍ଦୁଝରଗଡ଼଼ : କେନ୍ଦୁଝର ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋର୍ତିମୟୀ ନାଏକଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟରେ ବୈଠକ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଓଡିଶା ପଞ୍ଚାୟତ ସମିତି ଆଇନ, ୧୯୫୯ର ଧାରା ୪୬-ଖ ଅନୁଯାୟୀ ଆସନ୍ତା ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଘଟଗାଁ ତଥା ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ଅଧିକାରୀ ଭାଗବତ ପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବାନେଇ କେନ୍ଦୁଝର ଉପଜିଲାପାଳ ନୋଟିସ୍‌‌ ଜାରି କରିଥିଲେ।

ଏହି ସ୍ୱତନ୍ତ୍ର ବୈଠକରେ ସଦର ବ୍ଲକର ୨୫ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ରହି ଅନାସ୍ଥା ସମ୍ପର୍କିତ ବୈଠକରେ ଅଂଶଗ୍ରହଣ ପାଇଁ ନୋଟିସ୍‌‌ ଜାରି କରାଯାଇଥିଲା। ତେବେ ଧାର୍ଯ୍ୟ ସମୟ ସୁଦ୍ଧା ଜଣେ ହେଲେ ସରପଞ୍ଚ କିମ୍ବା ସମିତିସଭ୍ୟ ଉପସ୍ଥିତ ନହେବାରୁ ବୈଠକକୁ ବାତିଲ ଘୋଷଣା କରିବା ସହ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିଜ ପଦ ପୂର୍ବବତ୍‌‌ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ଅଧ୍ୟକ୍ଷା ଶ୍ରୀମତୀ ନାଏକଙ୍କ ମନମୁଖୀ କାର୍ଯ୍ୟକଳାପ ସାଙ୍ଗକୁ ଦୀର୍ଘ ଅଢ଼େଇ ବର୍ଷ ପରେ ମଧ୍ୟ ପଞ୍ଚାୟତ ମାନଙ୍କରେ ଉନ୍ନୟନମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌‌ ହୋଇପଡ଼ିବା ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ନହେବା ପ୍ରତିବାଦରେ ଶିରିଷପାଳ ସମିତିସଭ୍ୟା ତଥା ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷା ସଶ୍ମୀତାରାଣୀ ସିଂହ ଓ ପଳାଶପଙ୍ଗା ସମିତିସଭ୍ୟ ସଞ୍ଜୟ କୁମାର ନାଏକଙ୍କ ନେତୃତ୍ୱରେ ସଦର ବ୍ଲକର ୨୫ ପଞ୍ଚାୟତ ମଧ୍ୟରୁ ୧୬ଜଣ ସମିତିସଭ୍ୟ ଓ ୧୧ଜଣ ସରପଞ୍ଚଙ୍କୁ ମିଶାଇ ମୋଟ ୨୭ଜଣ ନିର୍ବାଚିତ ପ୍ରତିନିଧି ଏହି ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ।

ତେବେ ଏକ ନାଟକୀୟ ମୋଡରେ ଅନାସ୍ଥା ବୈଠକର ଦିନକପୂର୍ବରୁ ଉପଜିଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ପ୍ରତ୍ୟାହାର ନେଇ ଆବେଦନ କରାଯାଇଥିଲେ ହେଁ ସମୟ ଅଭାବରୁ ଉକ୍ତ ଆବେଦନକୁ ବିଚାରକୁ ନିଆଯାଇନଥିବା ବ୍ଲକ ପ୍ରଶାସନର ଜନୈକ ଅଧିକାରୀ ଏହା କହିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories