www.samajalive.in
Monday, December 15, 2025
24.1 C
Bhubaneswar

ମନମୋହନଙ୍କ ପାଇଁ ସ୍ମାରକସ୍ଥଳ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ଚିଠି

ସମାଜ ଡିଜିଟାଲ ଡେସ୍କ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପରଲୋକ ପରେ ସାରା ବିଶ୍ଵରେ ଶୋକର ଛାୟା ଖେଳିଯାଇଛି। ଶନିବାର ପୂର୍ବାହ୍ନ ୯ଟା ୩୦ରେ ନିଗମବୋଧ ଘାଟରେ ମନମୋହନଙ୍କ ଅନ୍ତିମ ସଂସ୍କାର କରାଯିବ। ତେବେ ଏହା ପୂର୍ବରୁ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ମନମୋହନଙ୍କ ଲାଗି ଏକ ସ୍ମାରକସ୍ଥଳ ପ୍ରତିଷ୍ଠା ପାଇଁ ଅନୁରୋଦ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ଚିଠି ଲେଖିଛନ୍ତି।

ମନମୋହନଙ୍କୁ ଭାରତର ମହାନ ପୁଅ ବୋଲି ବର୍ଣ୍ଣନା କରି ଖଡଗେ କହିଛନ୍ତି, ତାଙ୍କ ପାଇଁ ଏକ ସ୍ମାରକସ୍ଥଳ ନିର୍ମାଣ କରାଗଲେ ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ରାଷ୍ଟ୍ରନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ଲାଗି ସେମାନଙ୍କ ଅନ୍ତିମ ସଂସ୍କାର ସ୍ଥଳରେ ସ୍ମାରକସ୍ଥଳ ପ୍ରତିଷ୍ଠା କରାଯାଇଛି। ଦେଶର ବିକାଶ ଦିଗରେ ମନମୋହନଙ୍କ ଅବଦାନ ଅତୁଳନୀୟ। ଦେଶ ଯେତେବେଳେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା, ସେତେବେଳେ ମନମୋହନ ଅର୍ଥମନ୍ତ୍ରୀ ଥିଲେ। ସେ ହିଁ ଭାରତକୁ ସଙ୍କଟରୁ ଉଦ୍ଧାର କରିବା ସହିତ ଦେଶକୁ ଆର୍ଥିକ ସମୃଦ୍ଧି ଦିଗରେ ଆଗେଇ ଦେଇଥିଲେ। ତେଣୁ ତାଙ୍କ ପାଇଁ ଏକ ସ୍ମାରକସ୍ଥଳ ନିର୍ମାଣ ଲାଗି ଖଡଗେ ଅନୁରୋଧ କରିଛନ୍ତି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories