www.samajalive.in
Wednesday, December 10, 2025
15.1 C
Bhubaneswar

୭୦ ବର୍ଷୀୟ ଏହି ବ୍ୟକ୍ତିଙ୍କ ୧୨ ପତ୍ନୀ- ୧୦୨ ପିଲା, ମନେ ରୁହେନି ନାତି ନାତୁଣୀଙ୍କ ନାଁ

ନୂଆଦିଲ୍ଲୀ : ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ କହିବୁ ଯିଏ ୧୨ ଥର ବିବାହ କରିଛନ୍ତି ଏବଂ ତାଙ୍କର ୧୦୦ରୁ ଅଧିକ ପିଲା ଅଛନ୍ତି । ୟୁଗାଣ୍ଡାରେ ଜଣେ ବ୍ୟକ୍ତିଙ୍କ ୧୨ ପତ୍ନୀ ୧୦୨ ପିଲାଙ୍କୁ ଜନ୍ମ ଦେଇଛନ୍ତି । ପିଲାଙ୍କ ସଂଖ୍ୟା ଏତେ ଅଧିକ ଯେ ପିତା ଭାବରେ ସେମାନଙ୍କ ନାଁ ମନେ ରଖିବା ତାଙ୍କ ପାଇଁ କାଠିକର ପାଠ ହୋଇଯାଇଛି । ଏଥିପାଇଁ ସେ ଏକ ରେଜିଷ୍ଟର ପ୍ରସ୍ତୁତ କରିଛନ୍ତି ଏବଂ ନାଁ ଲେଖି ରଖିଛନ୍ତି ।

 

View this post on Instagram

 

A post shared by Kailash Meena (@theindotrekker)

- Advertisement -

୫୭୮ ନାତି-ନାତୁଣୀ

ପୂର୍ବ ୟୁଗାଣ୍ଡାରେ ମୁକିଜା ଗାଁରେ ବାସ କରୁଥିବା ମୁସା ହସାହ୍ୟା କସେରା ସାମାଜିକ ଗଣମାଧ୍ୟମରେ ନିଜ କାହାଣୀ ସେୟାର କରିଛନ୍ତି । ସେ କେବଳ ୧୦୨ ପିଲାଙ୍କ ବାପା ନୁହଁନ୍ତି ବରଂ ତାଙ୍କର ୫୭୮ ନାତି ନାତୁଣୀ ମଧ୍ୟ ଅଛନ୍ତି । ଏବେ ମୁସାଙ୍କୁ ୭୦ ବର୍ଷ । ନିଜ ପରିବାର ଭରଣ ପୋଷଣ କରିବା ପାଇଁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡିଛି । ମୁସାଙ୍କ ପ୍ରତି ପତ୍ନୀ ପ୍ରାୟ ୮-୯ ପିଲାଙ୍କୁ ଜନ୍ମ ଦେଇଛନ୍ତି । ମୁସାଙ୍କ ପ୍ରଥମ ବିବାହ ୧୯୭୨ ମସିହାରେ ହୋଇଥିଲା । ସେବେ ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା । ସେ ଜଣଙ୍କ ପରେ ଜଣେ କରି ୧୨ ମହିଳାଙ୍କୁ ବିବାହ କରିଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories