ଏମକେଏସପିରେ ସ୍ୱାଗତଂ ନବ ବର୍ଷ କବିତା ପାଠୋତ୍ସବ
ଫୁଲବାଣୀ:ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ନବ ବର୍ଷକୁ କବିତା ପାଠ ମାଧ୍ୟମରେ ସ୍ବାଗତ କରାଯାଇଥିଲା। ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ଓ ଜିଲା ଲେଖକ ସାମୁଖ୍ୟର ବହୁ କବି ଓ କବୟିତ୍ରୀ ଯୋଗ ଦେଇ ସ୍ବଲିଖିତ କବିତା ପାଠ କରିଥିଲେ। ଏହି ଅବସରରେ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କର ଦେହାନ୍ତରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପ୍ରାରମ୍ଭରେ ରମାକାନ୍ତ ମାଝୀ ଓ ଡ:ଅସିତ୍ ନନ୍ଦ ଭଜନ ଗାନ କରିଥିବା ବେଳେ ଅଧ୍ୟାପିକା ହରପ୍ରିୟା ମିଶ୍ର ଓ ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର କବିତା ଗୁଡ଼ିକୁ ସଂଯୋଜନା କରିଥିଲେ।ଏହି ଅବସରରେ ପରିଷଦ ଦ୍ବାରା ପ୍ରସ୍ତୁତ ବାର୍ଷିକ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇ ଉପସ୍ଥିତ ସମସ୍ତ କବି ଓ କବୟିତ୍ରୀ ମାନଙ୍କୁ ବଣ୍ଟନ କରାଯାଇଥିଲା।
ବିଜୟକୃଷ୍ଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଡ: ଚିତ୍ତ ରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଓ ନବୀନ କିଶୋର ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଇଂରାଜୀ ନବ ବର୍ଷର ତାପ୍ତର୍ଯ୍ୟ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ବନବିହାରୀ ନନ୍ଦ ପରିଚାଳନା କରିଥିବାବେଳେ ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସତ୍ୟବ୍ରତ ପାତ୍ର, ବିପିନ ପଟ୍ଟନାୟକ, ସଚ୍ଚିଦାନନ୍ଦ ମହାପାତ୍ର, କାଳୁ ପ୍ରଧାନ , ମନୋଜ ନାୟକ, ଶରତ ଚନ୍ଦ୍ର ମହାନ୍ତି ପ୍ରଭୃତି ଉପସ୍ଥିତ ସହଯୋଗ କରିଥିଲେ।
Comments are closed.