ଖାଲରେ ପଡି ଛୁଆହାତୀ ଆହତ ; ପାଖରେ ଜଗିଛି ମାଆ

ଠାକୁରମୁଣ୍ଡା: ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଙ୍ଗଲ ନିକଟରେ ଥିବା ମୁରୁମ ଖାଲରେ ପଡିଛି ଛୁଆ ହାତୀ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ସରୁବାଲି ନିକଟ ପକାମୁଣ୍ଡା ଗ୍ରାମ ଜଙ୍ଗଲ ନିକଟରେ ଥିବା ଏକ ମୁରୁମ ଖାଲରେ ପଡି ରହିଛି ଛୁଆହାତୀ। ମୁରୁମ ଖାଲରେ ପଡି ହାତୀଛୁଆ ଆହତ ହେଇଥିବା ସୂଚନା ମିଳିଛି। ନିକଟରେ ମାଆ ହାତୀ ଏବଂ ଅନ୍ୟ ଗୋଠହାତୀ ଥିବାରୁ ବନବିଭାଗର ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି। ହାତୀ ଘଉଡାଇବା ପରେ ପରେ ବନ ବିଭାଗ ଉଦ୍ଧାର କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି ।

ଏକାଠି ହେବେ ସୂର୍ଯ୍ୟ-ଶନି, ହେବ ମହାସଂଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ, କିଣିବେ ଜମି..

ହାତୀର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଏକ ଡାକ୍ତର ଟିମକୁ ଚିକିତ୍ସା ପାଇଁ ଡ଼କାଯାଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଛୁଆ ହାତୀ ଖାଲରେ ପଡିବା ପରେ ଅସୁସ୍ଥ ହୋଇଛି, ଯାହା ଫଳରେ ସେ ଖାଲରୁ ବାହାରି ପାରୁନି, ଅନ୍ୟ ପଟେ ଛୁଆ ହାତୀ ନିକଟରେ ମାଆ ହାତୀ ଓ ପାଖରେ ଆଉ ୩ଟି ହାତୀ ବର୍ତ୍ତମାନ ରହିଥିବାରୁ  ଉଦ୍ଧାର କରିବାରେ ବିଳମ୍ବ ହେଉଥିବା କରଞ୍ଜିଆ ବନଖଣ୍ଡ ଅଧିକାରୀ କହିଛନ୍ତି।
ଗତ କିଛି ଦିନ ଧରି କରଞ୍ଜିଆ ବନଖଣ୍ଡ ଅଧୀନରେ ଡେରା ପକାଇଥିବା ୨୬ ଟିକିଆ ଝାଡ଼ଖଣ୍ଡି ହାତୀପଲର ୨୧ଟି ହାତୀ ବର୍ତ୍ତମାନ ଚମ୍ପୁଆ ରେଞ୍ଜର ଉଖୁଣ୍ଡା ସଂରକ୍ଷିତ ଜଙ୍ଗଲକୁ ଚାଲିଯାଇଥିବା ବେଳେ ଅନ୍ୟ ୫ଟି ହାତୀ ଏବେ ମଧ୍ୟ କରଞ୍ଜିଆ ବନଖଣ୍ଡ ଅଞ୍ଚଳ ମଧ୍ୟରେ ରହି ଯାଇଛନ୍ତି।

prayash

ଶନିବାର ଘରକୁ କିଣି ଆଣନ୍ତୁ ନାହିଁ; ନଚେତ୍‌..

ଜାନୁଆରୀ ୧୫ ପରେ ମିଳିବ ‘ସୁଭଦ୍ରା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

 

Comments are closed.