ଆଠଗଡ: ଆଠଗଡ ଅଞ୍ଚଳର ଅନ୍ୟତମ ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଆଠଗଡ ଓ ତିଗିରିଆ ବ୍ଲକରେ ଗରିବ ଶ୍ରେଣୀର ଲୋକଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି। ଏହି କ୍ରମରେ ନୂଆବର୍ଷର ଦ୍ବିତୀୟ ଦିନରେ ଆଠଗଡ ଏନଏସି ଅନ୍ତର୍ଗତ ୧ନଂ ୱାର୍ଡ ଅଧିନ ଗୁହାଳପଡିଆ ହରିଜନ ସାହିରେ କମ୍ବଳ ବଣ୍ଟନ କରାଯାଇଛି। ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ ଏଥିରେ ଯୋଗଦେଇ ୫୦ରୁ ଉର୍ଦ୍ଧ୍ବ ବୃଦ୍ଧ, ବୃଦ୍ଧା ଓ ମହିଳାଙ୍କୁ କମ୍ବଳ ବଣ୍ଟନ କରିଥିଲେ। ଗରିବ ଶ୍ରେଣୀର ଲୋକମାନଙ୍କୁ ଏହି ହାଡଭଙ୍ଗା ଶୀତରୁ ରକ୍ଷା ଲାଗି କମ୍ବଳ ବଣ୍ଟନ ଭଳି ମହନୀୟ ସେବା କାର୍ଯ୍ୟ କରିଥିବାରୁ ସାହି ବାସିନ୍ଦା ଶ୍ରୀ ବସ୍ତିଆ ଓ ତାଙ୍କ ସଂଗଠନକୁ କୃତଜ୍ଞତା ଜଣାଇଥିଲେ। ଦୁର୍ଗମ ଅଞ୍ଚଳରେ ଓ ଅନ୍ୟାନ୍ୟ ସ୍ଥାନରେ ଦୁଃଖକଷ୍ଟରେ କାଳାତିପାତ କରୁଥିବା ଲୋକମାନଙ୍କୁ ଏହିପରି କମ୍ବଳ ଓ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀ ବସ୍ତିଆ କହିଛନ୍ତି।
Related Posts
Comments are closed.