ନିର୍ବାଚନ ଅଧିକାରୀ ନିଯୁକ୍ତ କଲା ବିଜେପି, ଓଡ଼ିଶା ପାଇଁ ସଞ୍ଜୟ ଜୟସୱାଲଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ଆଜି ନିର୍ବାଚନ ଅଧିକାରୀ ନିଯୁକ୍ତ ନେଇ ବିଜେପି ପକ୍ଷରୁ ଘୋଷଣା କରାଜାଇଛି । ରାଜ୍ୟ ବିଜେପି ଅଧ୍ୟକ୍ଷ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଯାଇଥିବା ନେଇ ସୂଚନା ଦିଆଯାଇଛି। ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ପାଇଁ ସଞ୍ଜୟ ଜୟସୱାଲ ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଥିବାବେଳେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ତ୍ରିପୁରୁା ଦାୟିତ୍ୱ ଦିଆଯାଇଛି। ଗୁଜୁରାଟ ପାଇଁ ଭୂପେନ୍ଦ୍ର ଯାଦବ, କର୍ଣ୍ଣାଟକ ପାଇଁ ଶିବରାଜ ଚୌହାନ, ଉତ୍ତର ପ୍ରଦେଶ ପାଇଁ ପିୟୁଷ ଗୋୟଲ, ବିହାର ପାଇଁ ମନୋହରଲାଲ ଖଟ୍ଟରଙ୍କୁ ବିଜେପି ପକ୍ଷରୁ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଯାଇଥିବା ସୂଚନା ମିଳିଛି।

Comments are closed.