ପରିବହନ ମନ୍ତ୍ରୀଙ୍କ ଦ୍ବାରା ସଡ଼କ ସୁରକ୍ଷା ମାସର ଶୁଭାରମ୍ଭ

ଗୋପାଳପୁର: ରାଜ୍ୟରେ ସଡ଼କ ସୁରକ୍ଷା ମାସର ଶୁଭାରମ୍ଭ ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଠାରୁ ଆରମ୍ଭ କରାଯାଇଛି।ଗୋଳନ୍ଥରା ଠାରେ ଥିବା ଗାନ୍ଧୀ ଇଞ୍ଜିନିୟରିଂ କଲେଜ ପରିସରରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଦ୍ଵାରା ସଡକ ସୁରକ୍ଷା ମାସ ପାଳନ ନିମନ୍ତେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ବାଣିଜ୍ୟ ପରିବହନ ଓ ଖଣି ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ଟ୍ରାଫିକ ସମ୍ବନ୍ଧୀୟ ପାଠ୍ୟକ୍ରମ ଇଞ୍ଜିନିୟରିଂ ପାଠ ପଢ଼ାରେ ସାମିଲ କରାଇବା ସହ ଛାତ୍ରଛାତ୍ରୀଙ୍କୁ ଆଲୋଚନାଚକ୍ର ମାଧ୍ୟମରେ ଟ୍ରାଫିକ ସମ୍ୱନ୍ଧୀୟ ଆଲୋଚନାକୁ ଗୁରୁତ୍ୱ ଦେବାର ଆବଶ୍ୟକ ରହିଥିବା ମତପୋଷଣ କରିବା ସହ ଗାଡ଼ି ଚଳାଇବାର ବେଳେ ବିଦ୍ୟାର୍ଥିମାନେ ଟ୍ରାଫିକ ନିୟମ ମାନିବା ଏବଂ ସଦାସର୍ବଦା ଗାଡ଼ି ଚାଳନା ପ୍ରମାଣ ପତ୍ର କରି ହେଲମେଟ୍ ପିନ୍ଧି ଗାଡ଼ି ଚଳାଇବା ଫଳରେ ବଡ଼ ବିପତ୍ତିରୁ ରକ୍ଷା ପାଇପାରିବେ ବୋଲି କହିଥିଲେ।

Comments are closed.