www.samajalive.in
Friday, December 12, 2025
17.1 C
Bhubaneswar

ପଶ୍ଚିମବଙ୍ଗ ପୁଲିସ ହଟହଟ୍ଟା, ଲକ୍ଷ୍ମଣନାଥ ଟୋଲ ଗେଟରେ ଉତ୍ତେଜନା

ଜଳେଶ୍ୱର: ଲକ୍ଷ୍ମଣନାଥ ଟୋଲ ଗେଟରେ ପଶ୍ଚିମବଙ୍ଗ ପୁଲିସକୁ ହଟହଟ୍ଟା ହେବାକୁ ପଡିଛି। ପଶ୍ଚିମବଙ୍ଗରୁ ଚୋରା ରାସ୍ତା ଦେଇ ଓଡ଼ିଶା ଆସିଥିବା ଏକ ଆଳୁ ଗାଡ଼ିକୁ ନେଇ ଯିବାକୁ ଅଡ଼ି ବସିବାରୁ ପଶ୍ଚିମବଙ୍ଗ ପୁଲିସ ସହିତ ସ୍ଥାନୀୟ ଲୋକ ଓ ବ୍ୟବସାୟୀ ଯୁକ୍ତିତର୍କ କରିଥିଲେ । ଫଳରେ ଲକ୍ଷ୍ମଣନାଥ ଟୋଲ ଗେଟରେ ଉତ୍ତେଜନା ଦେଖା ଦେଇଥିଲା। ଖବର ପାଇ ଓଡିଶା ପୁଲିସ ଘଟଣା ସ୍ଥଳରେ ପହିଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଶେଷରେ ପଶ୍ଚିମବଙ୍ଗରୁ ଚୋରା ରାସ୍ତା ଦେଇ ଓଡ଼ିଶା ଆସିଥିବା ଏକ ଆଳୁ ଗାଡ଼ିକୁ ନ ନେଇ ଖାଲି ହାତରେ ସେଠାରୁ ପଶ୍ଚିମବଙ୍ଗକୁ ଫେରିଯାଇଥିଲା ପଶ୍ଚିମବଙ୍ଗ ପୁଲିସ।

ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରୁ ଏକ ଆଳୁ ଗାଡ଼ି ଚୋରା ରାସ୍ତା ଦେଇ ଓଡ଼ିଶା ଆସୁଥିଲା। ଆଳୁ ଗାଡ଼ିର ପିଛା କରି ପଶ୍ଚିମବଙ୍ଗ ପୁଲିସ ଲକ୍ଷ୍ମଣନାଥ ଟୋଲ ଗେଟରେ ପହଞ୍ଚିଥିଲା। ସେଠାରେ ଓଡ଼ିଶା ଆସିଥିବା ଏକ ଆଳୁ ଗାଡ଼ିକୁ ନେଇ ଯିବାକୁ ଅଡ଼ି ବସିବାରୁ ପଶ୍ଚିମବଙ୍ଗ ପୁଲିସକୁ ସ୍ଥାନୀୟ ଲୋକେ ଓ ବ୍ୟବସାୟୀ ବିରୋଧ କରିଥିଲେ। ଫଳରେ ଲକ୍ଷ୍ମଣନାଥ ଟୋଲ ଗେଟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଓ ବ୍ୟବସାୟୀଙ୍କ ବିରୋଧ ଯୋଗୁ ସେଠାରେ ପଶ୍ଚିମବଙ୍ଗ ପୁଲିସକୁ ହଟହଟ୍ଟା ହେବାକୁ ପଡିଥିଲା। ପଶ୍ଚିମବଙ୍ଗରୁ ଚୋରା ରାସ୍ତା ଦେଇ ଓଡ଼ିଶା ଆସିଥିବା ଏକ ଆଳୁ ଗାଡ଼ିକୁ ଫେରାଇ ନେଇ ପାରିନଥିଲା ଓ ପଶ୍ଚିମବଙ୍ଗ ପୁଲିସ ଖାଲି ହାତରେ ସେଠାରୁ ପଶ୍ଚିମବଙ୍ଗକୁ ଫେରିଯାଇଥିଲା ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories