www.samajalive.in
Sunday, December 14, 2025
26.1 C
Bhubaneswar

ଇତିହାସ ରଚିଲା ଇସ୍ରୋ, ‘ସ୍ପେଡେକ୍ସ’ର ସଫଳ ଉତକ୍ଷେପଣ

ଅମରାବତୀ : ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ସୋମବାର ରାତି ୧୦ଟା ସମୟରେ ଶ୍ରୀହରିକୋଟାରୁ ଏକ ପିଏସଏଲଭି ରକେଟ ଜରିଆରେ ନିଜ ସ୍ପେଡେକ୍ସ ମିଶନ (ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ)କୁ ଲଞ୍ଚ୍ କରିଛି। ଏହା ସଫଳତା ପୂର୍ବକ ଲଞ୍ଚ୍ ହୋଇଛି। ପ୍ରଥମ ଲଞ୍ଚପ୍ୟାଡରୁ ମହାକାଶକୁ ୨ଟି ସ୍ପେଶକ୍ରାଫ୍ଟ ପଠାଯାଇଛି। ପ୍ରଥମଟି ଚେଜର ଓ ଅନ୍ୟଟି ଟାର୍ଗେଟ୍। ଚେଜର ସାଟେଲାଇଟ୍ ଟାର୍ଗେଟକୁ ଧରିବ । ଏଥିରେ ଡକିଂ କରିବ । ଏହା ବ୍ୟତୀତ ଏହା ମାଧ୍ୟମରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ହୋଇପାରେ । ଉପଗ୍ରହରୁ ଏକ ରୋବୋଟିକ୍ ହାତ ବାହାରିଛି  ଯାହା ହୁକ ଜରିଆରେ ଟାର୍ଗେଟକୁ ନିଜ ଆଡକୁ ଭିଡିବ । ଏହି ପ୍ରୟୋଗ ଦ୍ବାରା ଭବିଷ୍ୟତରେ କକ୍ଷ ଛାଡି ଅଲଗା ଦିଗରେ ଯାଉଥିବା ଉପଗ୍ରହକୁ ଫେରାଇ କକ୍ଷପଥକୁ ଆଣିବାର ପ୍ରଯୁକ୍ତିବିଦ୍ୟା ମିଳିଯିବ । ଏହା ସହିତ କକ୍ଷପଥରେ ମରାମତି କରିବା ଓ ତେଲ ଭରିବାର ବିକଳ୍ପ ମଧ୍ୟ ଖୋଲିଯିବ । ପୂର୍ବରୁ ଗୋଟିଏ ମିଶନକୁ ପୁରା କରିବା ପାଇଁ ଏକାଧିକ ରକେଟ୍ ଲଞ୍ଚ୍ କରିବାକୁ ପଡୁଥିଲା । ଯଦି ଏହି ମିଶନ ସଫଳ ହେବ ତେବେ ଅନେକ ଖର୍ଚ୍ଚକୁ ରୋକାଯାଇପାରିବ । ଏହି ମିଶନ ସମ୍ପୂର୍ଣ୍ଣ ସଫଳ ହେଲେ ସ୍ପେଶ ଡକିଂରେ ଭାରତ ୪ର୍ଥ ଦେଶ ହେବ । ପୂର୍ବରୁ ଆମେରିକା, ଚାଇନା ଓ ଋଷ୍ ଏଥିରେ ସଫଳ ହୋଇସାରିଛନ୍ତି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories