ଉତ୍କ୍ଷେପଣ ଓ ପୃଥକୀକରଣ ସଫଳ, ଜାନୁଆରୀ ୭ରେ ଯୋଡି ହେବ ଉପଗ୍ରହ
ଡେସ୍କ: ଭାରତର ମହାକାଶ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା – ଇସ୍ରୋ। ସୋମବାର ରାତି ୧୦.୧୫ ମିନିଟରେ ଇସ୍ରୋ ଦ୍ୱାରା ୨ଟି ସ୍ପେଡେକ୍ସ ଉପଗ୍ରହର ସଫଳ ଉତ୍କ୍ଷେପଣ ପରେ ପୃଥକୀକରଣ ମଧ୍ୟ ସଫଳ ହୋଇଛି।
ଇସ୍ରୋ ଦ୍ୱାରା ସ୍ପେଡେକ୍ସ ଉପଗ୍ରହର ଡକିଙ୍ଗ ପ୍ରକିୟାର ଆନିମେସନ pic.twitter.com/XrJE0J6NQz
— Samaja Live (@samajalive) December 30, 2024
ସୂଚନା ଅନୁଯାୟୀ, ଆସନ୍ତା ଜାନୁଆରି ୭ ତାରିଖ ସକାଳେ ଇସ୍ରୋ ଦୁଇଟି ସ୍ପେଡେକ୍ସ ଉପଗ୍ରହକୁ ଡକ୍ କରିବାକୁ ଚେଷ୍ଟା କରିବ। ଏହି ପ୍ରକ୍ରିୟା ପାଇଁ ପର୍ଯ୍ୟାପ୍ତ ଶକ୍ତି ଆବଶ୍ୟକ ଥିବାରୁ, ଇସ୍ରୋ ୪ ଦିନ ଅପେକ୍ଷା କରିବ। ୪ ଦିନ ପରେ ସୂର୍ଯ୍ୟ ଅନୁକୂଳ ସ୍ଥିତିରେ ରହିବାର ସମ୍ଭାବନା ରହିଛି ଯାହା ଫଳରେ ଜାନୁଆରୀ ୭ରେ ସ୍ପାଡେକ୍ସ ଉପଗ୍ରହଗୁଡ଼ିକୁ ସେମାନଙ୍କ ଡକିଂ ନିମନ୍ତେ ପର୍ଯ୍ୟାପ୍ତ ଶକ୍ତି ମିଳିପାରିବ।
Comments are closed.