ବଢିବ ଶୀତ, କଲବଲ କରିବ କୁହୁଡି: ଆଜି ପାଇଁ ୬ଜିଲ୍ଲାକୁ ସତର୍କତା
ଭୁବନେଶ୍ଵର: ରାଜ୍ୟରେ ବଢିବ ଶୀତ। ନୂଆବର୍ଷରୁ ପାରଦ ଖସିବ ଏବଂ ପ୍ରବଳ ଶୀତ ଅନୁଭୁତ ହେବ। ଆସନ୍ତା ୪ ତାରିଖ ଯାଏଁ ରାଜ୍ୟରେ ଥଣ୍ଡା ବଢିବ ଏବଂ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜିଠୁ ଆଭ୍ୟନ୍ତରୀଣ ଓଡିଶାର କଳାହାଣ୍ଡି , କନ୍ଧମାଳ, ସମ୍ବଲପୁର , ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର , ସୋନପୁର , ବୌଦ୍ଧ , ମୟୁରଭଞ୍ଜ ଆଦି ଜିଲ୍ଲାରେ ତାପମାତ୍ରା କମିବ । ପରେ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଘନ କୁହୁଡି ନେଇ ୬ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।
Comments are closed.