ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ରେଙ୍ଗାଲିକ୍ୟାମ୍ପ: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଅତାବିରା ମହାବିଦ୍ୟାଳୟରେ ୨୦ ଦିନ ଧରି ଚାଲିଥିବା ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ଵିନୀ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଟିତ ହୋଇଥିବା ଏହି ତାଲିମ୍ କାର୍ଯ୍ୟକ୍ରମର ଉଦଯାପନୀ ଅବସରରେ ଅତାବିରା ସି ଡି ପି ଓ ଉର୍ମିଳା ପରିଡ଼ା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଯୌନ ନିର୍ଯ୍ୟାତନା ଉପରେ ଆଲୋକପାତ କରିଥିଲେ। ମାଙ୍ଗଲିକା ଦାଶ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଯୌନ ନିର୍ଯ୍ୟାତନା ଏବଂ ତାର ନିରାକରଣ ଦିଗ ଉପରେ ପାୱାର ପଏଣ୍ଟ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ। ମାଷ୍ଟର ଟ୍ରେନର ଭାବରେ ସନେନା ବେସ୍ରା ତାଲିମ ପ୍ରଦାନ କରିଥିଲେ। ଏହି ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିରରେ ଯୁକ୍ତ ତିନି ପ୍ରଥମ ବର୍ଷର ୨୫୦ ଜଣ ଛାତ୍ରୀ ପ୍ରଶିକ୍ଷଣ ନେଇଥିବା ଜଣାପଡିଛି।

Comments are closed.