ଲଘୁଚାପ ବର୍ଷା ପାଣିରେ ଭାସୁଛି ବର୍ଷକର ଦାନା
ଆରଡି: ଲଘୁଚାପ ପ୍ରଭାବରେ ଗତ ୨ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ଆରଡି ସମେତ ସୁନ୍ଦରପୁର, ଓଳଗ, ନାନ୍ଦପୁର ଆଦି ପଞ୍ଚାୟତରେ ଥିବା ଶହଶହ ଏକର ଚାଷଜମିରେ ଭାସୁଛି ଅମଳ ହୋଇଥିବା ପାଚିଲା ଧାନ। ଚାଷୀମାନଙ୍କର କିଛି ପାଚିଲା ଧାନ ଖଳାକୁ ଆସିଥିବା ବେଳେ ଆଉକିଛି ଧାନ କଟା ହୋଇ କ୍ଷେତରେ ପଡିଛି। ୨ଦିନ ଧରି ବର୍ଷା ଲାଗି ରହିବା ଫଳରେ କ୍ଷେତ ଓ ଖଳାରେ ଲହଡି ମାରୁଛି ବର୍ଷାପାଣି। ଚାଷୀମାନଙ୍କର ବର୍ଷକର ଦାନା ଏବେ ବର୍ଷାପାଣିରେ ଭାସୁଛି। ଚାଷୀମାନେ ଅମଳ ହୋଇଥିବା ପାଚିଲା ଧାନକୁ କିପରି ବର୍ଷା ଦାଉରୁ ରକ୍ଷା କରିବେ ସେଥିପାଇଁ କିଏ ପଲିଥିନ ଢାଙ୍କୁଛି ତ ଆଉକିଏ ବସ୍ତାରେ ଧାନକୁ ସାଇତି ରଖୁଛି। ହେଲେ ଚାଷୀମାନଙ୍କ ପାଖରେ ଆବଶ୍ୟକତା ଅନୁଯାୟୀ ପଲିଥିନି ପାଲ ନଥିବାରୁ ବର୍ଷାପାଣି ଭିଜୁଛି ଅମଳ ହୋଇଥିବା ଧାନ। ଯାହାକିଛି ଧାନ ଅମଳ ହୋଇଛି ସରକାରୀ ମଣ୍ଡି ଖୋଲିନଥିବାରୁ ଧାନ କିପରି ବିକ୍ରି କରିବେ ସେଥିପାଇଁ ଚିନ୍ତାରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷୀମାନଙ୍କର କହିବା ଅନୁଯାୟୀ ଏପରି ବର୍ଷା ଯଦି ଲାଗି ରୁହେ ତାହାଲେ କ୍ଷେତରେ ପଡିରହିଥିବା ଧାନ ଗଜା ହେବାର ଆଶଙ୍କା ଦେଖା ଦେଇଛି।
Comments are closed.