ରବିବାର କମିବ ବର୍ଷା କିନ୍ତୁ ଏହି ଜିଲାରେ ବର୍ଷିବ; ହେବ କୁହୁଡି, ୨୨ରୁ ବଢିବ ଶୀତ

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ସ୍ଥାନରେ ଲାଗି ରହିଛି କୋହଲା ପାଗ ସହ ତୁହାକୁ ତୁହା ବର୍ଷା । ରବିବାର ଡିସେମ୍ବର ୨୨ ତାରିଖରୁ କମିବ ବର୍ଷା ମାତ୍ର ଜାରି ରହିବ କୋହଲା ପାଗ । ଏନେଇ ଶନିବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ମାତ୍ର ଦକ୍ଷିଣ ଉପକୂଳ ଜିଲାରେ କାଲି ମଧ୍ୟ ବର୍ଷିବ । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡାରେ କାଲି ମଧ୍ୟ ବର୍ଷା ହେବ । ଏହାସହ ଆସନ୍ତା ୪୮ ଘଣ୍ଟାରେ ଘନ କୁହୁଡିର ମଧ୍ୟ ସମ୍ଭାବନା ରହିଛି । ଦିନ ତାପମାତ୍ରା କମିଥିବା ବେଳେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଥିବା ରେକର୍ଡ କରାଯାଇଛି ।
ସେହିପରି ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି।  ପରେ ପାରଦ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ଫଳସ୍ବରୂପ ଶୀତ ବଢିବ।

୧୦୦ ବର୍ଷ ପରେ.. ନୂଆବର୍ଷରେ ଶନି-ସୂର୍ଯ୍ୟଙ୍କ ଦୁର୍ଲ୍ଲଭ ଯୋଗ ; ଏହି ୩ ରାଶି ହେବେ ମାଲାମାଲ, ବଢିବ ଦରମା, କିଣିବେ ଜମି..

ଅବପାତରେ ପରିଣତ ଲଘୁଚାପ ; ରବିବାର ସକାଳ ଯାଏଁ ଏହି ଜିଲାରେ ବର୍ଷିବ..

Comments are closed.