www.samajalive.in
Sunday, December 7, 2025
14.1 C
Bhubaneswar

ରବିନ ଉଥାପ୍ପାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି, ଜାଣନ୍ତୁ କ’ଣ ରହିଛି କାରଣ

ସମାଜ ଡିଜିଟାଲ ଡେସ୍କ: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟ ରବିନ ଉଥାପ୍ପାଙ୍କ ପାଇଁ ବଢ଼ିଯାଇଛି ଅଡୁଆ। ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛନ୍ତି ଭବିଷ୍ୟନିଧି ପାଣ୍ଠି(ପିଏଫ) ଆୟୁକ୍ତ ଶଦାକ୍ଷରି ଗୋପାଳ ରେଡ୍ଡୀ। ଉଥାପ୍ପାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରେଡ୍ଡୀ ପୁଲକେଶିନଗର ଥାନାକୁ ନିର୍ଦେଶ ଜାରି କରିଛନ୍ତି।

ଉଥାପ୍ପାଙ୍କ ନାମରେ ଭବିଷ୍ୟନିଧି ପାଣ୍ଠି ହେରଫେର କରିବା ନେଇ ଅଭିଯୋଗ ହୋଇଛି। ଉଥାପ୍ପାଙ୍କର ଏକ ଘରୋଇ କମ୍ପାନୀ ରହିଛି, ଯାହାର ନାଁ ହେଉଛି ସେଞ୍ଚୁରୀ ଲାଇଫଷ୍ଟାଇଲ ବ୍ରାଣ୍ଡ ପ୍ରାଇଭେଟ ଲିମିଟେଡ। ତାଙ୍କ କମ୍ପାନୀ କର୍ମଚାରୀମାନଙ୍କ ଦରମାରୁ ପିଏଫ ଟଙ୍କା କାଟି ରଖୁଥିବାବେଳେ ତାହାକୁ ସେମାନଙ୍କ ଆକାଉଣ୍ଟରେ ଜମା କରିନାହିଁ। ଏ ବାବଦରେ ପ୍ରାୟ ୨୩ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories