BJD Bijuli 480×75 Mob

ଓଡ଼ିଶା ମ୍ୟୁଜିକ୍ ଆୱାର୍ଡ ୨୦୨୨’ : ପ୍ରଣବ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

BJD Bijuli 480×75 Mob

ଭୁବନେଶ୍ବର : ବ୍ରାଇଟ୍ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ଉତ୍କଳ ମଣ୍ଡପଠାରେ ଦ୍ୱିତୀୟ ଓଡ଼ିଶା ମ୍ୟୁଜିକ୍ ଆୱାର୍ଡ-୨୦୨୨ ଅନୁଷ୍ଠିତ ହୋଇଯାଇଛି। ପୁରସ୍କାର ପ୍ରଦାନ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମୁକ୍ତମଞ୍ଚରେ ଦର୍ଶକଙ୍କୁ ମତୁଆଲା କରିଥିଲା। ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ତଥା ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥିଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଅଭି‌େ‌ନତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ସାଂସଦ ଅନୁଭବ ମହାନ୍ତି, ଗୃହ ନିର୍ମାଣର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହ ଅବସରରେ ସଙ୍ଗୀତ କ୍ଷେତ୍ରରେ ନିଜର ଉର୍ତ୍ସଗୀକୃତ ଅବଦାନ ପାଇଁ ବର୍ଷିଆନ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନ ସମାନରେ ସମ୍ମାନିତ କରାଯାଇଥିଲା।
ଫାଉଣ୍ଡେସନ ପକ୍ଷରୁ ଗଠିତ ଜୁରି କମିଟିର ଅନୁମୋଦନ କ୍ରମେ ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ ଭାବେ ଅଭିଜିତ ମଜୁମଦାର, ଶ୍ରେଷ୍ଠ ସ୍ବର ସଂଯୋଜନା ବର୍ଗରେ ବସନ୍ତ ରାଜ ସାମଲ, ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ(ପୁରୁଷ) ସ୍ୱୟଂ ପ୍ରକାଶ ପାଢୀ, ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ(ମହିଳା) ଅନ୍ତରା ଚକ୍ରବର୍ତ୍ତୀ,  ଶ୍ରେଷ୍ଠ ସଙ୍ଗୀତ ସଂଯୋଜକ ପ୍ରଫୁଲ୍ଲ ବେହେରା, ଶ୍ରେଷ୍ଠ ମନୋରଞ୍ଜନକାରୀ କଣ୍ଠଶିଳ୍ପୀ ତାରିକ୍ ଅଜିଜଙ୍କୁ ପୁରସ୍କୃତ କରାଯାଇଥିଲା। ଏହାସହିତ  କଣ୍ଠଶିଳ୍ପୀ ସସ୍ମିତା ମହାପାତ୍ର, ମହାପ୍ରସାଦ କର, ନିହାର ବେହେରା, ସତ୍ୟଜିତ ପ୍ରଧାନ, ଲୋକପ୍ରିୟ କଣ୍ଠଶିଳ୍ପୀ (ମହିଳା) ଅର୍ପିତା ଚୌଧୁରୀ, ଲୋକପ୍ରିୟ କଣ୍ଠଶିଳ୍ପୀ (ପୁରୁଷ)  ଆଶୁତୋଷ ମହାନ୍ତି, ଶ୍ରେଷ୍ଠ ଆଲବମ୍ ସଙ୍ଗୀତ ନିର୍ଦେଶକ ଅସଦ ନିଜାମ, ଶ୍ରେଷ୍ଠ ଆଲବମ୍‌ ଗୀତିକାର ତପୁ ନାୟକ, ଶ୍ରେଷ୍ଠ ନିର୍ଦେଶକ ଓ  ସଂଯୋଜକ ଲୁବୁନ୍ -ଟୁବୁନ୍‌, ଷ୍ଟାଇଲିସ୍ ସଙ୍ଗୀତ ଭିଡିଓ ନିର୍ଦେଶକ ରାଜା ଡି, ଶ୍ରେଷ୍ଠ ଆଲବମ୍ ଅଭିନେତା ଶୈଳେନ୍ଦ୍ର ସାମନ୍ତରାୟ, ଶ୍ରେଷ୍ଠ ଆଲବମ ଅଭିନେତ୍ରୀ ଲିପସା ମିଶ୍ର, ଶ୍ରେଷ୍ଠ ସିଜଲିଙ୍ଗ୍ ଆଲବମ୍‌ ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର, ଆଲବମ୍ ଗୀତିକାର ପୁଷ୍ପକ ପରିଡା, ଅଭିନେତା ସୁଭାଶିଷ ଶର୍ମା, ସୂର୍ଯ୍ୟମୟୀ ମହାପାତ୍ର, ଲଳିତ ନାରାୟଣ ରଥ, ଦୟାନିଧି ଦାହିମା, ଶ୍ରେଷ୍ଠ ଚଳଚ୍ଚିତ୍ର ସାମ୍ବାଦିକ ସମୀର ରଞ୍ଜନ ଦାସ, କୁଲଦୀପ  ପଟ୍ଟନାୟକ, ରେଡିଓ ଏଫଏମ୍ ସିଦ୍ଧାର୍ଥ ୯୧.୯ ଏଫ.ଏମ୍, ଶ୍ରେଷ୍ଠ ୟୁ ଟ୍ୟୁବ ଚ୍ୟାନେଲ ଅମର ମ୍ୟୁଜିକ୍‌, ଶ୍ରେଷ୍ଠ ସଙ୍ଗୀତକାର ସୌମ୍ୟଜିତ ପରିଡା, ଆଲବମ ଅଭିନେତା ରୋନି, ଶ୍ରେଷ୍ଠ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ, ଲୁବୁନ୍ ସେନ୍‌, ଶ୍ରେଷ୍ଠ ସଂଯୋଜକ ପ୍ରେରଣା ପ୍ରତୀକ୍ଷା, ଶ୍ରେଷ୍ଠ ଶବ୍ଦ ଯନ୍ତ୍ରୀ ରଶ୍ମୀରଞ୍ଜନ ଦାଶଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ପରେ ଅନେକ ନୂଆ ଓ ପୁରୁଣା ସଙ୍ଗୀତରେ ଝୁମିଥିଲେ ଦର୍ଶକ। ବହୁ କଳାକାର ନୃତ୍ୟସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ‘ଗ୍ଲାମର୍ ୭୭’ର ନିର୍ଦେଶକ ସଞ୍ଜୟ ମହାକୁଡ।

Comments are closed.