www.samajalive.in
Monday, December 15, 2025
15.1 C
Bhubaneswar

ରାହୁଲଙ୍କ ଶତକ ; ମୁମ୍ବଇର କ୍ରମାଗତ ୬ଷ୍ଠ ପରାଜୟ

ମୁମ୍ବଇ : ଆଇପିଏଲ୍‌ ଇତିହାସରେ ସଫଳତମ ଦଳ ମୁମ୍ବଇ ଇଣ୍ଡିଆନ୍‌ସ ଚଳିତ ସଂସ୍କରଣରେ ତା’ର ପ୍ରଥମ ୬ଟିଯାକ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଫଳରେ ଏହା ପ୍ଲେଅଫ୍‌ରେ ପହଞ୍ଚିବା ଆଶା ସଙ୍କଟରେ ପଡ଼ିଯାଇଛି। କେ.ଏଲ୍‌. ରାହୁଲଙ୍କ ଅପରାଜିତ ଶତକ ବଳରେ ଶନିବାର ପ୍ରଥମ ମ୍ୟାଚ୍‌ରେ ମୁମ୍ବଇ ଇଣ୍ଡିଆନ୍‌ସକୁ ୧୮ ରନ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ପରାସ୍ତ କରିଛି। ରାହୁଲ ପୂରା ୨୦ ଓଭର ବ୍ୟାଟିଂକରିବା ଯୋଗୁଁ ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ୪ ୱିକେଟରେ ୧୯୯ ରନ୍‌ କରିଥିଲା। ପରେ ଡିୱାଲ୍‌ଡ ବ୍ରେଭିସ୍ ଓ ସୂର୍ଯ୍ୟକୁମାର ଯାଦବଙ୍କ ଲଢ଼ୁଆ ଇନିଂସ ସତ୍ତ୍ବେ ମୁମ୍ବଇ ୯ ୱିକେଟରେ ୧୮୧ ରନ୍‌ କରି ପାରିଥିଲା। ୬ଷ୍ଠ ମ୍ୟାଚ୍‌ରେ ୪ର୍ଥ ବିଜୟ ପରେ ଲକ୍ଷ୍ନୌ ୨ୟ ସ୍ଥାନକୁ ଉନ୍ନୀତ ହୋଇଛି। ଆଇପିଏଲ୍‌ ଇତିହାସରେ ପ୍ରଥମଥର ମୁମ୍ବଇ ତା’ର ପ୍ରଥମ ୬ଟିଯାକ ମ୍ୟାଚ୍‌ ହାରିଛି।
୨୦୦ ରନ୍‌ର ପିଛାକରିବା ପାଇଁ ମୁମ୍ବଇ ଇଣ୍ଡିଆନ୍‌ସ ଦୁଇ ଓପ୍‌ନର ଅଧିନାୟକ ରୋହିତ ଶର୍ମା ଓ ଈଶାନ୍ କିଷନ୍‌ଙ୍କଠାରୁ ବଡ଼ ଇନିଂସର ଆଶା ରଖିଥିଲା। ରୋହିତ ୬ ରନ୍‌ କରିଥିବା ବେଳେ କିଷନ୍ ୧୭ ବଲ୍‌ରୁ ୧୩ ରନ୍‌ କରିଥିଲେ। କ୍ରମାଗତ ୨ୟ ମ୍ୟାଚ୍‌ରେ ଡିୱାଲ୍‌ଡ ବ୍ରେଭିସ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ବ୍ରେଭିସ୍‌ ୧୩ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୩୧ ରନ୍‌ କରିଥିଲେ। ୫୭ ରନ୍‌ରେ ୩ଟି ୱିକେଟ ପଡ଼ିଯିବା ପରେ ରନ୍‌ଗତି ଧିମା ହୋଇ ଯାଇଥିଲା। ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମା ୪ର୍ଥ ୱିକେଟ ପାଇଁ ୮ ଓଭରରେ ୬୪ ରନ୍‌ ଯୋଡ଼ିଥିଲେ। ବର୍ମା ୨୬ ବଲ୍‌ରୁ ୨୬ ରନ୍‌ କରିଥିଲେ। କ୍ରମାଗତ ୪ର୍ଥ ମ୍ୟାଚ୍‌ରେ ଭଲ ସ୍କୋର୍ କରିଥିବା ସୂର୍ଯ୍ୟକୁମାର ଆଉଟହେବା ସହ ମୁମ୍ବଇର ବିଜୟ ଆଶା ମଉଳି ଯାଇଥିଲା। ସୂର୍ଯ୍ୟ ୨୭ ବଲ୍‌ରୁ ୩ଟି ଚୌକା ସହ ୩୭ ରନ୍‌ କରିଥିଲେ। କୈରନ୍ ପୋଲାର୍ଡ ଶେଷଆଡ଼କୁ ସାହସିକ ପ୍ରୟାସ କରିଥିଲେ ହେଁ ଏହା ନିଷ୍ଫଳ ହୋଇଥିଲା। ପୋଲାର୍ଡ ୧୪ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୫ ରନ୍‌ କରିଥିଲେ। ଜୟଦେବ ଉନାଦ୍‌କତ ୧୪ ରନ୍‌ କରିଥିଲେ। ଆଭେସ୍ ଖାଁ ୩ଟି ୱିକେଟ ନେଇଥିଲେ।
ମୁମ୍ବଇ ଟସ୍ ଜିତି ଫିଲଡିଂ ନେବା ପରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସର ଓପ୍‌ନର ୩୨ ବଲ୍‌ରେ ୫୨ ରନ୍‌ ନେଇଥିଲେ। କ୍ବିଣ୍ଟନ ଡି କକ୍ ମାତ୍ର ୧୩ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୪ ରନ୍‌ କରିଥିଲେ। ଯଶପ୍ରୀତ ବୁମ୍‌ରାଙ୍କୁ ଛାଡ଼ି ମୁମ୍ବଇର ସମସ୍ତ ବୋଲର ନିମ୍ନମାନର ବୋଲିଂ କରିଥିଲେ। ୨ୟ ୱିକେଟ ପାଇଁ ଅଧିନାୟକ ରାହୁଲ ଓ ମନୀଷ ପାଣ୍ଡେ ୭୨ ରନ୍‌ ଯୋଡ଼ିଥିଲେ। ମନୀଷ ୨୯ ବଲ୍‌ରୁ ୬ଟି ଚୌକା ସହ ୩୮ ରନ୍‌ କରିଥିଲେ। ମାର୍କସ ଷ୍ଟଇନିସ୍ ୬ ଓ ଦୀପକ ହୁଡା ୧୫ ରନ୍‌ କରିଥିଲେ। ୩୩ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିବା ରାହୁଲ ପରବର୍ତ୍ତୀ ୨୩ ବଲ୍‌ରେ ଶତକରେ ପହଞ୍ଚି ଯାଇଥିଲେ। ରାହୁଲ ୬୦ ବଲ୍‌ରୁ ୫ଟି ଛକା ଓ ୯ଟି ଚୌକା ସହ ୧୦୩ ରନ୍‌କରି ଅପରାଜିତ ଥିଲେ। ଜୟଦେବ ଉନାଦ୍‌କତ ୨ଟି ୱିକେଟ ନେଇଥିଲେ। ଚଳିତ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍‌ସର ଜୋସ୍‌ ବଟ୍‌ଲରଙ୍କ ପରେ ରାହୁଲ ୨ୟ ଶତକ ମାରିଛନ୍ତି। ଉଭୟେ ମୁମ୍ବଇ ଇଣ୍ଡିଆନ୍‌ସ ବିପକ୍ଷରେ ଶତକ ମାରିଛନ୍ତି। ରାହୁଲ ହିଁ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories