ଗାନ୍ଧୀନଗରରେ ଜିଆଇଆଇଏସ ଶିଖର ବୈଠକ ; ଓଡ଼ିଶାରୁ ପ୍ରତିନିଧି ଭାବେ ଯୋଗ ଦେଉଛନ୍ତି ଜ୍ଞାନ ରଂଜନ ଦାଶ
ଭୁବନେଶ୍ବର : ଗୁଜରାଟର ଗାନ୍ଧୀନଗର ମହାତ୍ମା ମନ୍ଦିରଠାରେ ଆସନ୍ତା ବୁଧବାର ୨୦ ତାରିଖଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଗ୍ଲୋବାଲ୍ ଆୟୁଷ ଇନଭେଷ୍ଟମେଣ୍ଟ ଆଣ୍ଡ ଇନୋଭେସନ୍ (ଜିଆଇଆଇଏସ) ଶିଖର ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦ୍ଘାଟନ କରିବେ। ଏହି ଶିଖର ବୈଠକ ପୁଞ୍ଜିନିବେଶଙ୍କୁ ଆତ୍କୃଷ୍ଟ କରିବା ସହ ନବୀକରଣ, ଗବେଷଣା ଓ ବିକାଶ, ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମ୍ ଏବଂ ୱେଲ୍ନେସ୍ ଶିଳ୍ପ ପାଇଁ ସହାୟକ ହେବ ।
ତେବେ ଏହି ବୈଠକରେ ଓଡ଼ିଶାରୁ ଏକମାତ୍ର ପ୍ରତିନିଧି ଭାବେ ଯୋଗ ଦେଉଛନ୍ତି ଜ୍ଞାନ ରଂଜନ ଦାଶ । ଭୁବନେଶ୍ବର ବିଜି ଫାର୍ମାର ସତ୍ବାଧିକାରୀ ତଥା ବିଭିନ୍ନ ପ୍ରକାର ଆୟୁର୍ବେଦ ଔଷଧ ଉତ୍ପାଦ କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହିତ ଏକ୍ଷେତ୍ରରେ ଗବେଷଣା ଜାରି ରଖିଥିବା ଶ୍ରୀ ଦାଶଙ୍କୁ ଏହି ଶିଖର ବୈଠକରେ ଯୋଗ ଦେବା ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ବିଶେଷ କରି ଆୟୁର୍ବେଦ ଔଷଧ ଉତ୍ପାଦନ କ୍ଷେତ୍ରରୁ ସେ ରାଜ୍ୟର ଏକମାତ୍ର ପ୍ରତିନିଧି ଭାବେ ଏହି ଅନ୍ତର୍ଜାତୀୟ ବୈଠକରେ ଯୋଗ ଦେବା ପାଇଁ ଯାଉଛନ୍ତି। ଏହି ବୈଠକ ଆଗାମୀ ଦିନରେ ରାଜ୍ୟ ତଥା ଦେଶରେ ପାରମ୍ପରିକ ଔଷଧ ଉତ୍ପାଦନ କ୍ଷେତ୍ରକୁ ପୁଞ୍ଜିନିବେଶକୁ ଆତ୍କୃଷ୍ଟ କରିବ ବୋଲି ଶ୍ରୀ ଦାଶ ମତବ୍ୟକ୍ତ କରିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅଧ୍ୟକ୍ଷ ମଧ୍ୟ ଏହି ଉଦ୍ଘାଟନୀ ସମାରୋହରେ ଯୋଗଦେବେ।
Comments are closed.