ଜାତୀୟ ଶିଶୁ ସୁରକ୍ଷା ଅୟୋଗ ପରୀକ୍ଷା ପର୍ବ, ପ୍ରେରଣାଦାୟୀ ବକ୍ତା ଭାବେ ମନୋନୀତ ହେଲେ ବନୀତା ଦାଶ

ନବରଙ୍ଗପୁର: ପ୍ରଧାନମନ୍ତ୍ରୀ ବାଲ ପୁରସ୍କାରପ୍ରାପ୍ତ ନବରଙ୍ଗପୁରର ଝିଅ ବନୀତା ଦାଶ ନୂଆଦିଲ୍ଲୀସ୍ଥିତ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ଦ୍ୱାରା ଆୟୋଜିତ ପରୀକ୍ଷା ପର୍ବରେ ପ୍ରେରଣାଦାୟୀ ବକ୍ତା ଭାବେ ମନୋନୀତ ହୋଇଛନ୍ତି।…
Read More...

ବଲାଙ୍ଗିରର ପ୍ରଶାନ୍ତ ଦାଶଙ୍କୁ ପଶ୍ଚିମ ଓଡିଶାଶ୍ରୀ ସମ୍ମାନ

ବଲାଙ୍ଗିର: ରାଉରକେଲା ଠାରେ ଆୟୋଜିତ ହୋଇଯାଇଥିବା ପଶ୍ଚିମ ଓଡିଶା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ବଲାଙ୍ଗିରର ପ୍ରଶାନ୍ତ ଦାଶ ଶ୍ରେଷ୍ଠ ପ୍ରଦର୍ଶନ କରି ପଶ୍ଚିମ ଓଡିଶାଶ୍ରୀ ଟାଇଟଲ ଜିତିଛନ୍ତି। ସୁନ୍ଦରଗଡ ଆମେଚର…
Read More...

ମେ ୪ ଠାରୁ ଜନତା ମଇଦାନରେ ମହିଳା ବ୍ୟବସାୟ ମେଳା, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଗତ ଜାନୁୟାରୀ ୨୦୨୦ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ୍ ଏଣ୍ଟରପ୍ରିନ୍ୟୁରସିପ୍ କାଉନ୍‌ସିଲର ଇତି ମଧ୍ୟରେ…
Read More...

୫୦ଲକ୍ଷ ବ୍ୟୟରେ ଭକ୍ତ ଦାସିଆଙ୍କ ପବିତ୍ର ଗୋଠଗାଡିଆର ହେବ ପୁନର୍ଦ୍ଧାର ଓ ସୌନ୍ଦର୍ଯ୍ୟକରଣ

ପିପିଲି:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଶିରୋମଣି ଦାସିଆଙ୍କ ବାଲିଗାଁ ସ୍ଥିତ ଜନ୍ମ ଓ ସାଧନା ପୀଠ ପରିସରରେ ଥିବା ଐତିହ୍ୟ ପୁଷ୍କରିଣୀ ଗୋଠଗାଡିଆର ପୁନର୍ଦ୍ଧାର ଓ ଉନ୍ନତିକରଣ ହେବ। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ…
Read More...

ଜଳସଂପଦ ବିଭାଗର ରୂପାନ୍ତର ଉପକ୍ରମ ଉପସ୍ଥାପନା, ୨୦୨୪ ସୁଦ୍ଧା ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ ହେବ କାର୍ଯ୍ୟକାରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ଜଳସଂପଦ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ…
Read More...

କୃଷ୍ଣଚନ୍ଦ୍ର ଗଜପତି ଥିଲେ ନବ ଉତ୍କଳର ଅନ୍ୟତମ ନିର୍ମାତା: ବାଚସ୍ପତି

ଭୁବନେଶ୍ୱର: ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୦ତମ ଜୟନ୍ତୀ ଅବସରରେ ଓଡ଼ିଶା ବିଧାନସଭା ପରିସରରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି…
Read More...

ଆଦିବାସୀ ମେଳା: ବଢୁଛି କାରବାର, ଜମୁଛି ନୃତ୍ୟ ଗୀତ ଆସର

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଅପ୍ରେଲ ୨୩ ତାରିଖଠାରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଆଜି…
Read More...

ସାପ କାମୁଡ଼ା ଓ ଧନଜୀବନହାନୀ ହ୍ରାସ ପାଇଁ ଗବେଷଣା କରିବ ଏମ୍‌ସ ଭୁବନେଶ୍ୱର, ସ୍ନେକ୍‌ ହେଲ୍‌ପଲାଇନର ୧୦…

ଭୁବନେଶ୍ୱର: ବର୍ଷକୁ ବର୍ଷ ରାଜ୍ୟରେ ବୃଦ୍ଧିପାଉଛି ସାପ କାମୁଡ଼ାଜନିତ ମୃତ୍ୟୁ। ଏହି କାରଣରୁ ଓଡ଼ିଶାରେ ବର୍ଷକୁ ପ୍ରାୟ ୮ଶହରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି। ଏପରି ସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ…
Read More...

କେବେ ଶୁଭାରମ୍ଭ ହେବ ଅଳିଆ ବୁହା ଗାଡି?

ଲକ୍ଷ୍ମୀପୁର:ଲକ୍ଷ୍ମୀପୁର ସଦର ମହକୁମାରେ ଥିବା ବିଭିନ୍ନ ସାହି ସହିତ ବଜାର ଘାଟ ଏପରିକି ରାସ୍ତା କଡ଼ରେ ପଡିରହୁଛି କୁଢକୁଢ ଆବର୍ଜନା ସହିତ ପଚା ସଢ଼ା ଅଳିଆ। ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଦୁର୍ଗନ୍ଧମୟ…
Read More...

ଜମି ଦୁର୍ନୀତି ଅଭିଯୋଗ, ରାଜସ୍ୱ ନିରୀକ୍ଷକ ଗିରଫ

କୁଆଁପାଳ: କଟକ ଜିଲା ମାହାଙ୍ଗା ତହସିଲ ଅନ୍ତର୍ଗତ ଖର୍ତ୍ତାଙ୍ଗ ରାଜସ୍ୱ ନିରୀକ୍ଷକ ଦିଲୀପ ମହାନ୍ତିଙ୍କୁ ତାଙ୍କ ସରକାରୀ କାର୍ଯ୍ୟାଳୟ ସମ୍ମୁଖରୁ ଭଞ୍ଜନଗର ପୁଲିସ ଗିରଫ କରିଛି। ଭଞ୍ଜନଗରରେ ଶ୍ରୀ ମହାନ୍ତି ଅମିନ ଭାବେ…
Read More...

ଆଇପିଏଲ ବେଟିଂ: ୩ ଗିରଫ, ୪୦ ହଜାର ଟଙ୍କା ସହ ୪ ମୋବାଇଲ ଫୋନ ଜବତ କଲା ପୁଲିସ

ଗଞ୍ଜାମ: ରମ୍ଭା ଥାନା ପୁଲିସ ପକ୍ଷରୁ ଆଇପିଏଲ ବେଟିଂ ଅଭିଯୋଗରେ ୩ଜଣଙ୍କୁ ଗିରଫ କରାଯାଇଛି। ଆଜି ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ରମ୍ଭା ଥାନା ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ଆଇପିଏଲ…
Read More...

ମାହାଙ୍ଗା ଅଞ୍ଚଳରେ ଜଳୁଛି ବେଆଇନ ଇଟାଭାଟି, ଚଢ଼ାଉ କଲେ ଅତିରିକ୍ତ ତହସିଲଦାର

କୁଆଁପାଳ : ଦିନକୁ ଦିନ ଯେତେ ଗ୍ରୀଷ୍ମ ପ୍ରବାହ ବଢୁଛି ମାହାଙ୍ଗା ଅଞ୍ଚଳରେ ସେତେ ମାତ୍ରାରେ ବେଆଇନ ଇଟାଭାଟି ଜଳୁଛି। ଅସହ୍ୟ ତାତି ସାଙ୍ଗକୁ ଇଟାଭାଟି ଉତ୍ତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି। ମାହାଙ୍ଗାର କିଛି…
Read More...

ଦାଦା-ଖୁଡ଼ିଙ୍କୁ ମରଣାନ୍ତକ ଆକ୍ରମଣ; ୨ ଗିରଫ

ନୀଳଗିରି: ଜମିଜମା ଗଣ୍ଡଗୋଳକୁ କେନ୍ଦ୍ରକରି ଦାଦା-ଖୁଡ଼ିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଅଭିଯୋଗରେ ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ଅନୁଯାୟୀ ନୀଳଗିରି ବାଇପାସ ଛକ ନିକଟରେ…
Read More...

ପାଟଣାଗଡରେ ଜବରଦଖଲକାରୀ ଦୋକାନୀଙ୍କଠାରୁ ଜରିମାନା ଆଦାୟ

ପାଟଣାଗଡ: ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୁଖ୍ୟ ରାସ୍ତାକୁ ଅବରୋଧ କରି ଘର ତିଆରି କରାଯାଇଥିବାରୁ ତତ୍କାଳୀନ ଉପ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତି ଓ ଏସଡିପିଓ ସୁନୀଲ ଯୋଶୀଙ୍କ ନେତୃତ୍ୱରେ ବ୍ୟାପକ ଜବରଦଖଲ…
Read More...

ବଲାଙ୍ଗିର ଭୀମ ଭୋଇ ସରକାରୀ ମେଡିକାଲ କଲେଜ-ନିରୁପମାଙ୍କ ପରେ ନିଶାନ୍ତ କଲେ ଆତ୍ମହତ୍ୟା, ରାଗିଂ କରୁଥିବା ସିନିୟରଙ୍କ…

ବଲାଙ୍ଗିର: ୪ବର୍ଷ ତଳେ ତଥା ୨୦୧୮ ଅଗଷ୍ଟ ୩୦ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଭୀମ ଭୋଇ ସରକାରୀ ମେଡିକାଲ କଲେଜର ଶୁଭାରମ୍ଭ କରିଥିଲେ। କଲେଜରୁ ୫ କିଲୋମିଟର…
Read More...

ମନୋଜ-କିଶୋର ସାହିତ୍ୟ ପ୍ରତିଭା ପୁରସ୍କାର ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର: ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ୨୦୨୧ ମଇ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଏବଂ…
Read More...

ବୁଝାମଣା ପରେ ସ୍ୱାଭାବିକ ହେଲା ମହାନଦୀ ସେତୁ ନିର୍ମାଣ କାମ

ହରଭଙ୍ଗା: ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଖରଶଙ୍କୁଲେଇଠାରେ ମହାନଦୀ ଉପରେ ନିର୍ମାଣଧିନଥିବା ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ ମଙ୍ଗଳବାର ସ୍ୱାଭାବିକ ହୋଇଛି। ମିତଲ କମ୍ପାନୀ ସହ ମହାନଦୀ ଠିକାସଂସ୍ଥାର ବୁଝାମଣା…
Read More...

ଆସନ୍ତା ଶିକ୍ଷାବର୍ଷରୁ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ ଆରମ୍ଭ ହେବ ପାଠପଢା

ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରୁ ତମାଣ୍ଡୋସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ ପାଠପଢା ଆରମ୍ଭ ହେବ ବୋଲି ଇଲେକେଫ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି…
Read More...

କରାଚି ବିଶ୍ବବିଦ୍ୟାଳୟ ପରିସରରେ ବିସ୍ଫୋରଣ: ୪ ମୃତ, ୩ ଆହତ

ଇସଲାମାବାଦ: ମଙ୍ଗଳବାର ପାକିସ୍ତାନ କରାଚି ବିଶ୍ବବିଦ୍ୟାଳୟ ପରିସରରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। କରାଚି ବିଶ୍ବବିଦ୍ୟାଳୟ ପରିସର ଥିବା ଏକ କାରରେ ବିସ୍ଫୋରଣ ଘଟିବାରୁ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ…
Read More...

କଟକ ଏସସିବି ମେଡ଼ିକାଲରେ ରୋଗୀ ସମ୍ପର୍କୀୟ ଓ ଡାକ୍ତର ହାତାହାତି

ଭୁବନେଶ୍ବର: ଜଣେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁକୁ ନେଇ କଟକ ଏସସିବି ମେଡ଼ିକାଲରେ ରୋଗୀ ସମ୍ପର୍କୀୟ ଓ ଡାକ୍ତର ହାତାହାତି ହୋଇଛନ୍ତି। ଡାକ୍ତରଙ୍କ ମାଡ଼ରେ ଜଣେ ରୋଗୀଙ୍କ ସମ୍ପର୍କୀୟ ଆହତ ହୋଇଛନ୍ତି। ଡାକ୍ତରଙ୍କ…
Read More...

ଭାଣିଜୀକୁ ନିଆଁରେ ପୋଡ଼ି ହତ୍ୟା ଉଦ୍ୟମ

ବ୍ରହ୍ମପୁର: ଭାଣିଜୀକୁ ନିଆଁରେ ପୋଡ଼ି ହତ୍ୟା ଉଦ୍ୟମ। ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ବିଦ୍ୟାନଗରରେ ଅଭାବନୀୟ ଘଟଣା। ନିଶାସକ୍ତ ଅବସ୍ଥାରେ ଭାଣିଜୀ ଦେହରେ ନିଆଁ ଲଗାଇ ଦେଲା ମାମୁ। ୧୩ ବର୍ଷିଆ ଭାଣିଜୀ ପୋଡ଼ି ହୋଇ…
Read More...

ବ୍ଲକ ସ୍ତରୀୟ ମହୋତ୍ସବ ‘ଗୁଡ ଇଭିନିଂ ତିଲେଇବଣି’

ଦେବଗଡ଼: ରିଆମାଲ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ରିଆମାଳ ବ୍ଲକ ସଦର ମହକୁମାରେ ବ୍ଲକ ସ୍ତରୀୟ ମହୋତ୍ସବ ‘ଗୁଡ ଇଭିନିଂ ରିଆମାଳ’ ଅନୁଷ୍ଠିତ ହୋଇଯାଇଛି। ତିଲେଇବଣି ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ବ୍ଲକ ସଦର ମହକୁମା ସ୍ଥିତ…
Read More...

ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ଫୁଲବାଣୀ:ସ୍ଥାନୀୟ ଜିଲା କ୍ରୀଡା କାର୍ଯ୍ୟାଳୟ ପରିସରରେ ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ତରଫରୁ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡ. ଅନନ୍ତ…
Read More...

ଆଦିବାସୀ ମେଳାରେ ବିସ୍ଥାପିତ କାରିଗରଙ୍କ କଳାକୌଶଳ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଅପ୍ରେଲ ୨୩ ତାରିଖଠାରୁ ସ୍ଥାନୀୟ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଆରମ୍ଭ ହୋଇଛି…
Read More...

ପାହାଳ ନିକଟରେ ଅଗ୍ନିକାନ୍ତ, କଳାଧୂଆଁ ଦେଖି ଲୋକେ ଆତଙ୍କିତ

ଭୁବନେଶ୍ବର: ପାହାଳ ନିକଟରେ ଅଗ୍ନିକାଣ୍ଡ। ରାସ୍ତା ପାର୍ଶ୍ବରେ ଜୋରରେ କଳାଧୂଆଁ ଉପରକୁ ଉଠୁଥିବା ଦେଖିବାକୁ ମିଳିଛି। କଳାଧୂଆଁ ଦେଖି ଲୋକେ ଆତଙ୍କିତ ହୋଇଯାଇଛନ୍ତି। ଦେବେ ରାସ୍ତାରେ ମୋବିଲ ଢାଳି ହୋଇ ଯିବାରୁ…
Read More...

ଡାକ୍ତରୀ ଛାତ୍ର ନିଶାନ୍ତ ମୃତ୍ୟୁ ମାମଲା: ଡିନଙ୍କ ସହ ଆକ୍ସନ କମିଟି ଓ ପ୍ରତିନିଧି ଦଳର ଆଲୋଚନା, ମୁଖ୍ୟମନ୍ତ୍ରୀଙ୍କ…

ବଲାଙ୍ଗିର: ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ପ୍ରଥମ ବର୍ଷର ନବାଗତ ଛାତ୍ର ହରିୟାଣା କର୍ଣ୍ଣଲ ସଦରର କରନ ନଗର ବାସିନ୍ଦା ପ୍ରଫେସର ଡ.କ୍ରିଷ୍ଣ କୁମାର ଓ ସନ୍ତୋଷଙ୍କ ଏକମାତ୍ର ମେଧାବୀ ପୁଅ ନିଶାନ୍ତ କୁମାର ଛାତରୁ…
Read More...

କୁକୁଡ଼ା ଫାର୍ମରୁ ୫ ଫୁଟିଆ ଚମ୍ପା ନାଗ ଉଦ୍ଧାର

ବେଗୁନିଆ: ବେଗୁନିଆ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଲୋକିପୁର -କୋଚିଆଖାଲ ମଝି ରାସ୍ତାରେ ଥିବା କୁକୁଡ଼ା ଫାର୍ମରୁ ଏକ ୫ ଫୁଟିଆ ଚମ୍ପା ନାଗ ଉଦ୍ଧାର କରାଯାଇଛି। ଚମ୍ପା ନାଗଟିକୁ ଉଦ୍ଧାର କରାଯିବା ପରେ ତାହା…
Read More...

ଅବକ୍ଷୟମୁଖୀ ପାରମ୍ପାରିକ ଜଳାଶୟର ପୁନଃରୁଦ୍ଧାର ପାଇଁ ସ୍ୱତନ୍ତ୍ର ଯୋଜନା କାର୍ୟ୍ୟକାରୀ ହେଉ

ରେଙ୍ଗାଲି: ଯୁଗଯୁଗ ଧରି ଜୀବଜଗତକୁ ଜଳଦାନ କରି ଆସୁଥିବା ବନ୍ଧ, କଁଟା, ମୁଡା ଘାଘରା ଆଦି ପାରମ୍ପାରିକ ପ୍ରାଚୀନ ଜଳଭଣ୍ଡାର ଗୁଡିକର ଉପଯୁକ୍ତ ରକ୍ଷାଣାବେକ୍ଷଣ ପୁନଃରୁଦ୍ଧାର ହେଉ ନଥିବାରୁ ଅଧିକାଂଶ ଜଳାଶୟ ଗ୍ରୀଷ୍ମ…
Read More...

ଯୁକ୍ତ ୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ବଦଳରେ ଦିଆଯାଉଛି ଅର୍ଥ ରାଶି, ଏପ୍ରିଲ ୩୦କୁ ବଢ଼ିଲା ଆବେଦନ ଅବଧି

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାରେ କୃତକାର୍ଯ୍ୟ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ବଦଳରେ ଦିଆଯାଉଛି ଅର୍ଥ ରାଶି। +୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍…
Read More...

ଚାନ୍ଦିଲି ବନ୍ଧର ଜଳଧାରଣ କ୍ଷମତାକୁ ୧୯୨.୦୦ ମିଟର ସ୍ତରକୁ ବଢାଇବାକୁ ପ୍ରସ୍ତାବ

ଭୁବନେଶ୍ୱର: ସୁବର୍ଣ୍ଣରେଖା ବହୁମୂଖୀ ପ୍ରକଳ୍ପର ବିଭିନ୍ନ ଆନ୍ତଃରାଜ୍ୟ ସମସ୍ୟା ସମାଧାନ ନେଇ ଏକାଦଶତମ ଗାଲୁଡ଼ିହି ମିଳିତ ପ୍ରକଳ୍ପର କାର୍ଯ୍ୟକାରୀ କମିଟି ବୈଠକ ଆଜି ପୂର୍ବାହ୍ନରେ ରାଜ୍ୟ ଜଳସଂପଦ ବିଭାଗ ସମ୍ମିଳନୀ…
Read More...

କୈବର୍ତ୍ତ ମହାସଭାର କାର୍ଯ୍ୟାଧାରାକୁ ପ୍ରଶଂସା

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ନୟାପଲ୍ଲୀ ଭିଆଇପି କଲୋନୀରେ ଅବସ୍ଥିତ କୈବର୍ତ୍ତ ମହାସଭା ଭବନର ପ୍ରଥମ ମହଲାର ଭିତ୍ତିପ୍ରସ୍ତର…
Read More...

ଚାନ୍ଦିଲି ବନ୍ଧର ଜଳଧାରଣ କ୍ଷମତାକୁ ୧୯୨.୦୦ ମିଟର ସ୍ତରକୁ ବଢାଇବାକୁ ପ୍ରସ୍ତାବ

ଭୁବନେଶ୍ୱର: ସୁବର୍ଣ୍ଣରେଖା ବହୁମୂଖୀ ପ୍ରକଳ୍ପର ବିଭିନ୍ନ ଆନ୍ତଃରାଜ୍ୟ ସମସ୍ୟା ସମାଧାନ ନେଇ ଏକାଦଶତମ ଗାଲୁଡ଼ିହି ମିଳିତ ପ୍ରକଳ୍ପର କାର୍ଯ୍ୟକାରୀ କମିଟି ବୈଠକ ଆଜି ପୂର୍ବାହ୍ନରେ ରାଜ୍ୟ ଜଳସଂପଦ ବିଭାଗ ସମ୍ମିଳନୀ…
Read More...

ଆସନ୍ତାକାଲିଠାରୁ ୫ଦିନ ସ୍କୁଲ ଛୁଟି, କିନ୍ତୁ ଚାଲୁ ରହିବ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ଅତ୍ୟଧିକ ରହୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସ୍କୁଲ ୫ଦିନ ପର୍ଯ୍ୟନ୍ତ ଛୁଟି ରହିବ ବୋଲି ସରକାରଙ୍କ…
Read More...

ବ୍ୟବସାୟୀଙ୍କୁ ହତ୍ୟା ଓ ଯୁବତୀଙ୍କ ଆତ୍ମହତ୍ୟା ପରେ ଉତ୍ତେଜନା, ପୁଲିସ ଉପରକୁ ଆକ୍ରମଣ କଲେ ଉତ୍ୟକ୍ତ ଲୋକେ

ବ୍ରହ୍ମପୁର: ବ୍ୟବସାୟୀଙ୍କୁ ହତ୍ୟା ଓ ଯୁବତୀଙ୍କ ଆତ୍ମହତ୍ୟା ଘଟଣାରୁ ହଂସପୁର ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ବ୍ୟବସାୟୀଙ୍କୁ ବିବାହ କରିବାକୁ ଥିବା ଯୁବତୀଙ୍କ ଆତ୍ମହତ୍ୟା କରିବାରୁ ଉତ୍ତେଜନା ସୃଷ୍ଟି ହୋଇଛି।…
Read More...

ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପୁରାତନ କୀର୍ତ୍ତିରାଜିର ସୁରକ୍ଷା

ଭୁବନେଶ୍ବର: ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପୁରାତନ କୀର୍ତ୍ତିରାଜିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଉପରେ ଜେ.ଡି. ସେଣ୍ଟର ଅଫ୍ ଆର୍ଟ ତରଫରୁ ଏହାର ଭି.ଆଇ.ପି. କଲୋନୀସ୍ଥିତ କାର୍ଯ୍ୟାଳୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ…
Read More...

ଆଦିବାସୀ ମେଳାରେ ଢ଼ୋଲ ପ୍ରତି ଦର୍ଶକଙ୍କ ବଢୁଛି ଜିଜ୍ଞାସା

ଭୁବନେଶ୍ବର: ଆଦିବାସୀ ମେଳା ଭୁବନେଶ୍ୱର ବାସୀଙ୍କ ପାଇଁ ଏକ ଅବସର। ଯେଉଁଠି ସେମାନେ ଏକାସାଙ୍ଗରେ ସଂସ୍କୃତି ସହିତ ଅର୍ଥନୀତିକୁ ଅତିନିକଟରୁ ଦେଖିବାର ସୁଯୋଗ ପାଇଥାନ୍ତି। ଏଠାରେ ପ୍ରତ୍ୟହ ବିିଭିନ୍ନ ସଂପ୍ରଦାୟର ନୃତ୍ୟ…
Read More...

ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳା ସାମଗ୍ରୀ ପ୍ରଦର୍ଶନୀରେ କଳା ସାମଗ୍ରୀ ପ୍ରଦର୍ଶନ ମଣ୍ଡପ

ଭୁବନେଶ୍ୱର: ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆ ଠାରେ ଏପ୍ରିଲ୍ ୨୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ କେନ୍ଦ୍ର ସ୍ଥଳରେ କଳା ସାମଗ୍ରୀ ପ୍ରଦର୍ଶନ ମଣ୍ଡପ ପ୍ରତିଷ୍ଠିତ…
Read More...

ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, ୨୫ରୁ ଅଧିକ ଆହତ

ପାପଡାହାଣ୍ଡି: ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଝିଟିକୁଗୁଡା ନିକଟରେ ରବିବାର ସନ୍ଧ୍ୟାରେ ଏକ ପିକଅପ ଭାରସାମ୍ୟ ହରାଇ ଓଲଟିପଡିବା ଯୋଗୁଁ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଗୁରୁତର ୯ଜଣଙ୍କୁ ଜିଲା…
Read More...

ଫୁଲବାଣୀ କୁଇ ସମାଜ ସେବା ସମିତିର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ଫୁଲବାଣୀ: ରବିବାର ଫୁଲବାଣୀ କୁଇ ସମାଜ ସେବା ସମିତିର ଏକ ସାଧାରଣ ବୈଠକ ସ୍ଥାନୀୟ ସମିତି କାର୍ଯ୍ୟାଳୟ ସଭାଗୃହ ଠାରେ ସ୍ଥାୟୀ ସଭାପତି ସୁଦର୍ଶନ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂପାଦକ ଅବନୀ…
Read More...

ନାବାଳିକାକୁ ଦୁଷ୍କର୍ମ ପରେ ପେଟ୍ରୋଲ ଢାଳି ହତ୍ୟା ମାମଲା, ୭ ବର୍ଷ ପରେ ପୁଲିସ ଜାରି କଲା ସନ୍ଦିଗ୍ଧଙ୍କ ଫଟୋ ଚିତ୍ର

ବଲାଙ୍ଗିର: ସଇଁନ୍ତଲା ଥାନା ବରଗାଁ-ଡଙ୍ଗରମୁଣ୍ଡା ରାସ୍ତାର ଚାଷ ଜମିରୁ ଜଣେ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ଶବ ୨୦୧୫ ଜୁଲାଇ ମାସରେ ଜବତ କରିଥିଲା ସଇଁନ୍ତଲା ପୁଲିସ। ବିଭିନ୍ନ ଦିଗରୁ ମାମଲାକୁ ଛାନବିନ ଚଳାଇଥିଲା।…
Read More...

ଉଲିବୁରୁରେ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

ବଡ଼ବିଲ: ଉଲିବୁରୁରେ ରାଜନୈତିକ ଶତ୍ରୁତାକାରଣରୁ ଗୋଷ୍ଠୀ ସଂଘର୍ଷରେ ୩ଜଣ ଗୁରୁତର ହୋଇଛନ୍ତି। ବଡ଼ବିଲ ଥାନା ଉଲିବୁରୁରେ ଦୁଇ ଗୋଷ୍ଠୀ ମଧ୍ୟରେ ହଣାହଣି ଓ ଗୁଳିମାଡ଼। ଗୋଟିଏ ଗୋଷ୍ଠୀର ଗୁଳିମାଡ଼ରେ ଜଣେ ଗୁରୁତ ହୋଇଛି।…
Read More...

ନାଗାବଳୀ ନଦୀରେ ବୁଡ଼ି ୨ ନାବାଳକ ମୃତ

ରାୟଗଡ଼ା: ରାୟଗଡ଼ାରେ ନାଗାବଳୀ ନଦୀରେ ବୁଡ଼ି ୨ ନାବାଳକ ମୃତ୍ୟୁ ହୋଇଛି। ତୁମ୍ବିଗୁଡ଼ା ଘାଟରେ ଗାଧୋଇବାବେଳେ ୩ଜଣ ନାବାଳକ ବୁଡ଼ିଗଲେ। ୮ରୁ୧୦ଜଣ ସାଙ୍ଗଙ୍କ ସହ ସନ୍ଧ୍ୟାରେ ଗାଧୋଇବାବେଳେ ଅଘଟଣ ଘଟିଛି। ୨ ନାବାଳକ…
Read More...

ଜିଲାପାଳଙ୍କୁ ମିଛ କହିବା ପଡ଼ିଲା ମହଙ୍ଗା, ନିଲମ୍ବିତ ହେଲେ ପୌର ଯନ୍ତ୍ରୀ

ବଲାଙ୍ଗିର: ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣାଙ୍କୁ ମିଛ କହିବା ପୌରପାଳିକାର ଯନ୍ତ୍ରୀ ଗୋଲକବିହାରୀ ସାହୁଙ୍କୁ ମହଙ୍ଗା ପଡିଛି। ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି। ଏଥିସହିତ ସେ କରିଥିବା କାମର…
Read More...

ଅବକାରୀ ଚଢାଉ, ୨ଗିରଫ

ବାଙ୍କୀ: ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ରବିବାର ଦିନ ବିଭିନ୍ନ ଜାଗା ଉପରେ ଚଢାଉ କରାଯାଇ ୮୦ଲିଟର ଚୋରା ବେଆଇନ ରନ୍ଧା ମଦ ଜବତ୍ ହେବା ସହ ଏଥିରେ ବ୍ୟବହୃତ ସୁଜୁକି ସ୍କୁଟି ଗାଡିକୁ ଜବତ୍ କରିବାରେ ଅବକାରୀ ବିଭାଗ…
Read More...

ପାଥପୁରରେ ମାଗଣା ସ୍ୱାସ୍ଥ୍ୟ ଶିବିର, ଉଦଘାଟନ କଲେ କଟକ ଜିଲାପାଳ

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଅଧିନ ପାଥପୁର ପଞ୍ଚାୟତ ଅନ୍ତର୍ଗତ ପାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରବିବାର ଦିନ ଏକଦିବସୀୟ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କଟକ ସାଆନ୍ତ ସାହି…
Read More...

ରାଜଧାନୀରେ ଡବଲ ମର୍ଡର : ସ୍ତ୍ରୀ ଓ ଶାଳୀକୁ ହତ୍ୟା, ୩ ଦିନ ପରେ ଘର ଭିତରୁ ମିଳିଲା ମୃତଦେହ

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଡବଲ ମର୍ଡର। ନିଜ ସ୍ତ୍ରୀ ଓ ଶାଳୀଙ୍କୁ ଅତି ବିଭତ୍ସ ଭାବେ ହତ୍ୟା ପରେ ଘରେ ଲୁଚାଇ ରଖିଥିଲା ଅଭିଯୁକ୍ତ। ୩ ଦିନ ପରେ ଘର ଭିତରୁ ମିଳିଲା ଦୁଇ ଜଣ…
Read More...

ଗିରଫ ହେଲେ ଅଭିନେତା ଏମ ସୁମନ କୁମାର

ଭୁବନେଶ୍ବର: ଓଡିଆ ଧାରାବାହିକ ଅଭିନେତା ଏମ୍ ସୁମନ କୁମାର ତଥା ମିଲନ ମହାରଣା ଗିରଫ ହୋଇଛି। ଜଣେ ଅଭିନେତ୍ରୀଙ୍କଙ୍କ ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି। ଦୁଇ ବର୍ଷ ହେଲା ‘ଲିଭ-ଇନ-ରିଲେସନସିପ’ ସମ୍ପର୍କରେ…
Read More...

ସାଢେ ୪ଲକ୍ଷ ଲାଞ୍ଚ ନେଲାବେଳେ ଦିଲ୍ଲୀ ଇଓଡବ୍ଲ୍ୟୁ କନଷ୍ଟେବଳ ଅମିତ ଲାହୁଚା ଭୁବନେଶ୍ବରରୁ ଗିରଫ

ଭୁବନେଶ୍ବର: ଲାଞ୍ଚ ନେଇ ଭୁବନେଶ୍ବରରୁ ବନ୍ଧା ହେଲେ ଦିଲ୍ଲୀ ପୁଲିସ। ସିବିଆଇ ପକ୍ଷରୁ ଦିଲ୍ଲୀ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) କନଷ୍ଟେବଲ୍‌ ଅମିତ ଲାହୁଚାଙ୍କୁ ଭୁବନେଶ୍ବରରୁ ଗିରଫ କରାଯାଇଛି। ଉଦୟନାଥ…
Read More...

ନୀତି ଆୟୋଗ କେନ୍ଦ୍ର ପ୍ରଭାରୀ ସଞ୍ଜୀବ କୁମାରଙ୍କ କଳାହାଣ୍ଡି ଜିଲା ଗସ୍ତ

ଭବାନୀପାଟଣା: ନୀତି ଆୟୋଗ କେନ୍ଦ୍ର ପ୍ରଭାରୀ ଅଧିକାରୀ ସଞ୍ଜୀବ କୁମାର କଳାହାଣ୍ଡି ଜିଲା ଗସ୍ତ କରି କ୍ଷେତ୍ର ପରିଦର୍ଶନ ସହ ଆକାଂକ୍ଷୀର ସମୀକ୍ଷା ବୈଠକରେ ଅଧକ୍ଷତା କରିଥିଲେ। ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଆୟୋଜିତ…
Read More...

ଟ୍ରାକ୍ଟର ସହ ୭୫ଖଣ୍ଡ କାଠ ଗଣ୍ଡି ଜବତ, ୨ଗିରଫ

ଫୁଲବାଣୀ:କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ଦାରିଙ୍ଗ ବାଡ଼ି ସେକ୍ସନ ଉହାମାହା ଜଙ୍ଗଲରୁ ଆଜି ଦାରିଙ୍ଗବାଡ଼ି ବନ ବିଭାଗ ଏକ ଟ୍ରାକ୍ଟର ସହିତ ୭୫ଖଣ୍ଡ କାଠ ଗଣ୍ଡି ବୋଝେଇ ହୋଇଥିବା ଟ୍ରାକ୍ଟରକୁ ଜବତ…
Read More...

ଡାକ୍ତରୀ ଛାତ୍ର ମୃତ୍ୟୁ ମାମଲା: ରାଗିଂ ଅଭିଯୋଗ ଆଣିଲେ ବାପା-ମା ଓ ମାମୁ, ସାଇଣ୍ଟିଫିକ୍ ଟିମର ଛାନଭିନ

ବଲାଙ୍ଗିର: ପୁଅ ଡାକ୍ତରୀ ପାଠ ପଢିବ। ପଢାପଢି ପରେ ଡାକ୍ତର ହେବ। ଏକମାତ୍ର ପୁଅକୁ ନେଇ ଏଭଳି ସ୍ୱପ୍ନ ଦେଖୁଥିଲେ ପ୍ରାଧ୍ୟାପକ ବାପା ଓ ମା’ ତଥା ସଂପର୍କୀୟ। ହରିୟାଣାର ନିଶାନ୍ତ କୁମାର ବଲାଙ୍ଗିର ଭୀମ ଭୋଇ ସରକାରୀ…
Read More...

ଅବ୍ୟବସ୍ଥା ଘେରରେ ନଳାଘାଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ମୋହନା: ଗଜପତି ଜିଲା ମୋହନା ବ୍ଲକର ବିଭିନ୍ନ ବିଦ୍ୟାଳୟ ଗୁଡିକର ପାରିପାର୍ଶ୍ବିକ ସ୍ଥିତି ଭଲ ନାହିଁ। ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି ବହୁ ବିଦ୍ୟାଳୟ। ଏପରିକି ଅନେକ ବିଦ୍ୟାଳୟ ରହିଛି ଯେଉଁଠି ବିଦ୍ୟୁତ ବଲଵ ଓହଳିଛି…
Read More...

କରୋନା ପାଇଁ ସର୍ବଭାରତୀୟ ଟେନିସ୍ କ୍ରିକେଟ ପ୍ରତିଯୋଗିତାରେ ଭାଗ ନେବ ନାହିଁ ଓଡ଼ିଶା ଦଳ

ଭୁବନେଶ୍ୱର : ଟେନିିସ୍ କ୍ରିକେଟ ଆସୋସିଏସନ ଅଫ୍ ଇଣ୍ଡିଆ ଦ୍ୱାରା ଚଳିତମାସ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ରୋହିଣୀ କ୍ରିକେଟ ଗ୍ରାଉଣ୍ଡରେ ବରିଷ୍ଠ ବର୍ଗର ସର୍ବଭାରତୀୟ ଟେନିସ୍ କ୍ରିକେଟ…
Read More...

ନିରନ୍ତର ଉଦ୍ୟମ ଓ ଜ୍ଞାନ ଆହରଣରେ ଆଗ୍ରହ ହିଁ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତାର ଚାବିକାଠି

ଭୁବନେଶ୍ବର: ପ୍ରତିବର୍ଷ ଛାତ୍ରଛାତ୍ରୀଙ୍କୁ ଭାରତୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ପରୀକ୍ଷା ନିମନ୍ତେ ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ଶିକ୍ଷା (କୋଚିଂ) ଦିଆଯିବା…
Read More...

ଆଦିବାସୀ ମେଳା ହେଉଛି ଆଦିବାସୀ ସଂସ୍କୃତିକୁ ଭଲ ପାଇବାର ଏକ ମହାନ୍‌ ପରମ୍ପରା – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ଉଦ୍‌ଘାଟନ କରିଛନ୍ତି। ଏହା ସହିତ ଜନଜାତି ହାଟ ଓ ଜନଜାତି କଳା ପ୍ରଦର୍ଶନୀକୁ ମଧ୍ୟ ଉଦଘାଟନ…
Read More...

ବସ୍ତିରେ ଆରମ୍ଭ ହେଲା ନାମଲେଖା ସଚେତନତା ଅଭିଯାନ

ଭୁବନେଶ୍ୱର: ଅଧାରୁ ପାଠ ଛାଡିଥିବା ଶିଶୁ ଏବଂ ଶିଶୁଶ୍ରମିକମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଆକ୍ସନଏଡ୍ ଓ ସିସିଡବ୍ଲୁଡିର ମିଳିତ ଆନୁକୁଲ୍ୟରେ ରାଜଧାନୀର ୫୦ଟି ବସ୍ତି ଅଞ୍ଚଳରେ ନାମଲେଖା ସଚେତନତା…
Read More...

ଲୋୟର୍ ସୁକତେଲ ଡ୍ୟାମ କାମ ଦେଖିଲେ ଜିଲାପାଳ

ବଲାଙ୍ଗିର: ବଲାଙ୍ଗିର ଜିଲାର ଜୀବନରେଖା କୁହାଯାଉଥିବା ଲୋୟର୍ ସୁକତେଲ ଜଳସେଚନ ପ୍ରକଳ୍ପର ଡ୍ୟାମ କାମ ଜିଲା ପ୍ରଶାସନ ପକ୍ଷରୁ ପରିଦର୍ଶନ କରାଯାଇଛି। ଏହି ପରିଦର୍ଶନରେ ଜିଲାପାଳ ଚଞ୍ଚଳ ରାଣା, ଆରକ୍ଷୀ…
Read More...

ଖର୍ଲିକାନି ସରକାରୀ ସ୍କୁଲରେ ଶିକ୍ଷକ ତାଲିମ ଶିବିର

ବଲାଙ୍ଗିର: ଖର୍ଲିକାନି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସାଧା କେନ୍ଦ୍ର ସଂଯୋଜକ ଗୋପାଳଜୀ ଚୌଧୁରୀଙ୍କ ଆବାହକତ୍ୱରେ ଶିକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଶିକାଛିଡ଼ା ପଞ୍ଚାୟତ ସରପଞ୍ଚ ମୁଖ୍ୟଅତିଥି…
Read More...

ରାଣୀପୁର ଝିରଆଲ୍ ଯୋଗିନୀ ପୀଠ ସୋମେଶ୍ୱର ମନ୍ଦିର ଦାନ ବାକ୍ସର ତାଲା ଭାଙ୍ଗି ଚୋରି

ବଙ୍ଗୋମୁଣ୍ଡା/ସିନେ୍ଧକେଲା: ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ସୋମେଶ୍ୱର ମନ୍ଦିର ଦାନ ବାକ୍ସର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସମେତ ସିସି ଟିଭି କ୍ୟାମେରା ଓ ହାର୍ଡଡିସ୍କ ଚୋରି ହୋଇଥିବା ଅଭିଯୋଗ ହୋଇଛି।…
Read More...

ମାଟି, ଜଳ ଓ ବାୟୁକୁ ପ୍ରଦୂଷଣ ମୁକ୍ତ କରିବା ଆମ ସମସ୍ତଙ୍କର ଦାୟିତ୍ୱ

ଭୁବନେଶ୍ୱର: ମାଟି, ଜଳ ଓ ବାୟୁକୁ ପ୍ରଦୂଷଣ ମୁକ୍ତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଆକ୍ସନ୍ଏଡ୍ ଓ ସିସିଡବ୍ଲ୍ୟୁଡିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ନୀଳମାଧବ ବସ୍ତି ଠାରେ ‘ବିଶ୍ୱ ଧରିତ୍ରୀ ଦିବସ’ ଅବକାଶରେ…
Read More...

ମଇଁଷି ପଲ ଉପରେ ମାଡ଼ିଗଲା ଟ୍ରେନ, ୨୭ ମଇଁଷି ମୃତ

ରାୟଗଡ଼ା: ମଇଁଷି ପଲ ଉପରେ ମାଡ଼ିଗଲା ଟ୍ରେନ, ୨୭ ମଇଁଷି ମୃତ। ରାୟଗଡ଼ା ପିତାମହଲ ନିକଟରେ ମଇଁଷି ପଲକୁ ଧକ୍କା ଦେଲା ଏକ୍ସପ୍ରେସ ଟ୍ରେନ। ମଇଁଷି ପଲ ଟ୍ରେନ ଲାଇନ ପାର ହେବାବେଳେ ଆଲେପି-ଧାନବାଦ ଏକ୍ସପ୍ରେସ ଚଢ଼ିଗଲା।…
Read More...

୪୧.୭ ଡିଗ୍ରୀ ସହ ଭୁବନେଶ୍ବର ରାଜ୍ୟରେ ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ୱର : ଗତ କିଛି ଦିନ ହେବ ରାଜ୍ୟରେ ଅଧିକାଂଶ ଜିଲାରେ ପ୍ରଚଣ୍ଡ ଖରା ଅନୁଭୁତ ହେଉଛି। ଗ୍ରୀଷ୍ମ ପ୍ରବାହ, ଗୁଳୁଗୁଳି ଓ ପ୍ରଚଣ୍ଡ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ତାତିରେ ରାଜଧାନୀ ଭୁବନେଶ୍ବର…
Read More...

ଧାମରା ଅଞ୍ଚଳରେ ଶିକ୍ଷା ସଚେତନତା ରଥ, ସଭିଏ ପଢନ୍ତୁ ସଭିଏ ବଢନ୍ତୁ

ଧାମରା: ଚାନ୍ଦବାଲି ବ୍ଲକ ସମଗ୍ର ଶିକ୍ଷା ଅଭିଯାନ ତରଫରୁ ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ସୁକଚାନ୍ଦ ମାନ୍ନା ସରକାରୀ ଉପ୍ରା ବିଦ୍ୟାଳୟରୁ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ସହକାରୀ ଜିଲା…
Read More...

ରାସାୟନିକ ବିସ୍ପୋରଣର ମୁଖ୍ୟ ୨ଅଭିଯୁକ୍ତ କୋର୍ଟ ଚାଲାଣ, ତଦନ୍ତ ରିପୋର୍ଟ ପରେ କାର୍ଯ୍ୟନୁଷ୍ଠାନ

ଧାମରା: ଧାମରାରେ ଗତ ୨୦ ତାରିଖ ଘଟିଥିବା ରାସାୟନିକ ବିସ୍ପୋରଣର ମୁଖ୍ୟ ଅଭିଯୁକ୍ତକୁ ଧାମରା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ବେଲ ପାଇଁ ଆବେଦନ କରିଥିବା ବେଳେ ସେମାନଙ୍କର ଆବେଦନ ଖାରଜ ହେବାରୁ…
Read More...

ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ବଲାଙ୍ଗିର:ବଲାଙ୍ଗିର ଜିଲା ପୁଇଁତଳା ବ୍ଳକ ଫଲସାପଦର ଗ୍ରାମର ଶିବରାଜ ରାଉତ ନାମକ ଜଣେ ଯୁବକ ଗତ ୫ ବର୍ଷ ତଳେ ସେହି ଗ୍ରାମର ୧୬ ବର୍ଷୀୟ ଜଣେ ନାବାଳିକାଙ୍କୁ ତାର ସରଳତାର ସୁଯୋଗ ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲେ।…
Read More...

ଛେପ ପକାଇ ନାକ ଘଷାଇବା ଘଟଣା, ନିଜ ଆଡୁ ମାମଲା ରୁଜୁ କଲେ ଜାତୀୟ ମାନବାଧିକାର ଆେୟାଗ

ଭୁବନେଶ୍ୱର/କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ତିଖିରୀ ଗ୍ରାମରେ ଚାନ୍ଦା ନ ଦେବାରୁ ଜଣେ ବ୍ୟକ୍ତିଙ୍କୁ ଛେପ ପକାଇ ନାକ ଘଷାଇବା ଘଟଣାକୁ ଜାତୀୟ ମାନବାଧିକାର ଆୟୋଗ ଗୁରୁତର ସହ ଗ୍ରହଣ କରି…
Read More...

ଶିଳ୍ପପତିଙ୍କ ଘରେ ସିବିଆଇ ଚଢ଼ଉ, ୪ କୋଟିରୁ ଉର୍ଦ୍ଧ ଟଙ୍କାର ଠକେଇ ଅଭିଯୋଗ

ସମ୍ବଲପୁର : ସମ୍ବଲପୁରର ଶିଳ୍ପପତି ନଟବରଲାଲ ଅଗ୍ରୱାଲଙ୍କ ଘରେ ଶୁକ୍ରବାର ସିବିଆଇ ଚଢ଼ଉ ହୋଇଛି। ସୂଚାନୁଯାୟୀ, ୟୁନିୟନ ବ୍ୟାଙ୍କ ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ଏଜିଏମ ତପନ କୁମାର ସାହୁ ବ୍ୟାଙ୍କର ମୁଖ୍ୟ ଶାଖାରୁ ୪…
Read More...

କନ୍ଧମାଳ ଜିଲାରେ ହାଇସ୍କୁଲକୁ ପଟ୍ଟା ବଣ୍ଟନ କଲେ ଉପଜିଲାପାଳ

ଫୁଲବାଣୀ:କନ୍ଧମାଳ ଜିଲାରେ ଥିବା ଅନେକ ବିଦ୍ୟାଳୟ ନିର୍ମାଣ ହେବାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ତାହାର ମାଲିକାନା ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ନିକଟରେ ନହିଁ। କେଉଁଠେ ସରକାରୀ ଜମି ରହିଛି ତ କେଉଁ ସ୍ଥାନରେ କିଛି…
Read More...

କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା, ବଳକା ରାଜ୍ୟ ଓ ଗୁଣାତ୍ମକ ମାନ ବୃଦ୍ଧି ହାସଲ ଆମର ଲକ୍ଷ୍ୟ : କୃଷି ମନ୍ତ୍ରୀ

ଭୁବନେଶ୍ୱର: କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା, ଏହାପରେ ବଳକା ରାଜ୍ୟର ସ୍ଥିତି ଓ ସର୍ବୋପରି ଗୁଣାତ୍ମକ ମାନବୃଦ୍ଧି ହାସଲ କରିବା ଆମର ଲକ୍ଷ୍ୟ। କୃଷକ ଓ ଖାଉଟି ମଧ୍ୟରେ ଥିବା ଦୂରତାକୁ କମାଇଲେ ଉଭୟ…
Read More...

ନକଲି ପ୍ରଶ୍ନପତ୍ର ସଞ୍ଚାରକାରୀ ଓ ପ୍ରଶ୍ନପତ୍ର ଗୁଜବକାରୀଙ୍କ ପ୍ରତି ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଆଗାମୀ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ସୁପାରିଚାଳନା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ନକଲି ପ୍ରଶ୍ନପତ୍ର ସଞ୍ଚାରକାରୀ…
Read More...

ଜୁନ ୧୨ରେ ବାରବାଟୀରେ ଟି-୨୦

ଭୁବନେଶ୍ବର: କ୍ରିକେଟପ୍ରେମୀଙ୍କ ପାଇଁ ବଡ଼ ଖବର। ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ ଟି-୨୦ ମ୍ୟାଚ। ଏ ନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ଆଜି ଗଣମାଧ୍ୟମକୁ ସୂଚନା ଦେଇ ଓସିଏ ସମ୍ପାଦକ ସଞ୍ଜୟ…
Read More...

ସାଧାରଣ ଜୀବନକୁ ଅର୍ଥପୂର୍ଣ୍ଣ କରିବାରେ ସହାୟକ ହୋଇଥାଏ ଧର୍ମର ଦିବ୍ୟ ଓ ପବିତ୍ର ଶାସ୍ତ୍ର

ଭୁବନେଶ୍ୱର: ଧର୍ମ ହେଉଛି ନିର୍ଦ୍ଧିଷ୍ଟ ଆଚରଣ, ଅଭ୍ୟାସ ଓ ନୈତିକତା; ଯାହା ମାନବକୁ ଅଲୌକିକ କିମ୍ବା ଆଧ୍ୟାତ୍ମିକ ଉପାଦାନ ସହିତ ଜଡ଼ିତ କରୁଥିବା ସାମାଜିକ-ସାଂସ୍କୃତିକ ବ୍ୟବସ୍ଥା। ଭିନ୍ନ ଭିନ୍ନ ଧର୍ମର ଦିବ୍ୟ ଓ…
Read More...

ସମସ୍ତେ ମିଳିମିଶି, କଠିନ ପରିଶ୍ରମ କରି ଅଞ୍ଚଳର ବିକାଶକୁ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ନବୀନ ନିବାସଠାରେ ହିଞ୍ଜିଳି ଓ ଶେରଗଡ ଅଞ୍ଚଳର ପୌରାଞ୍ଚଳ ଓ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକର ନବ ନିର୍ବାଚିତ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଛନ୍ତି।…
Read More...

ନାବାଳିକାକୁ ଗଣଦୁଷ୍କର୍ମ, ୩ ଗିରଫ

ବିନିକା: ନାବାଳିକାକୁ ବାରମ୍ବାର ଗଣଦୁଷ୍କର୍ମ ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାକୁ ବ୍ଲାକ…
Read More...

ଘାଟିରେ ଓଲଟିଲା ବସ, ୧୫ରୁ ଅଧିକ ଯାତ୍ରୀ ଆହତ

ଫୁଲବାଣୀ: ଆଜି କନ୍ଧମାଳଜିଲା ରୁତୁଭଙ୍ଗିଆ ନିକଟ ଗସ୍ତମୁଣ୍ଡା ଘାଟିରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସରେ ୩୦ରୁ ଅଧିକ ଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୫ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଲୋକେ…
Read More...

ନାବାଳିକାଙ୍କୁ ଦୁଷ୍କର୍ମ-ପୂର୍ବତନ ସରପଞ୍ଚ ଗିରଫ

ଭୁବନେଶ୍ବର: ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ଜବରଦସ୍ତ ବିବାହ ଅଭିଯୋଗରେ ପୂର୍ବତନ ସରପଞ୍ଚ ଗିରଫ ଗିରଫ ହୋଇଛନ୍ତି। ନାକଟି ଦେଉଳ ଥାନା ସାହେବୀ ପଞ୍ଚାୟତ ପୂର୍ବତନ ସରପଞ୍ଚ ବିରଞ୍ଚି ବେହେରା ସ୍ତ୍ରୀଙ୍କ ଦେହ ଖରାପ…
Read More...

ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, ରାଗିଂ ଅଭିଯୋଗ ଆଣିଲେ ପରିବାର ଲୋକ

ବଲାଙ୍ଗିର: ବଲାଙ୍ଗିର ମେଡ଼ିକାଲ କଲେଜ ହଷ୍ଟେଲ ଛାତରୁ ଖସି ଜଣେ ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବଲାଙ୍ଗିର ମେଡ଼ିକାଲ କଲେଜ ହଷ୍ଟେଲ ଛାତରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ ଘଟଣା ନେଇ…
Read More...

କାଳବୈଶାଖୀ ସମ୍ଭାବନା, ୧୫ ଜିଲାକୁ ସତର୍କ ସୂଚନା

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କାଳବୈଶାଖୀ ଜନିତ ଝଡ଼ବର୍ଷା ନେଇ ୧୫ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର କଳାହାଣ୍ଡି, କୋରାପୁଟ,…
Read More...

ବଲାଙ୍ଗିର ମେଡ଼ିକାଲ କଲେଜ ହଷ୍ଟେଲ ଛାତରୁ ଖସି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ବଲାଙ୍ଗିର: ବଲାଙ୍ଗିର ମେଡ଼ିକାଲ କଲେଜ ହଷ୍ଟେଲ ଛାତରୁ ଖସି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହଷ୍ଟେଲ ଛାତ ଉପରୁ ପଡ଼ି ପ୍ରଥମ ବର୍ଷ ଏମବିବିଏସ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ହରିୟାଣାର ନିଶାନ୍ତ…
Read More...

ଦୁଇଦିନିଆ ମନରେଗା ମେଟ ତାଲିମ ଶିବିର 

ଫୁଲବାଣୀ/ଫିରିଙ୍ଗିଆ):କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ପରିସରରେ ଥିବା ସଭାଗୃହ ଠାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମାହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାର୍ଯ୍ୟରତ ଥିବା ମେଟ୍ ମାନଙ୍କ ପାଇଁ…
Read More...

ବିଜ୍ଞାନ ମାଧ୍ୟମରେ ସମାଜର ବିକାଶ ସାଧିତ ହୋଇଥାଏ:ରାଜ୍ୟପାଳ

ରାଜଗାଙ୍ଗପୁର: ସତ୍ୟର ଅନୁସନ୍ଧାନ ହିଁ ବିଜ୍ଞାନ। ବିଜ୍ଞାନ ମାଧ୍ୟମରେ ସମାଜର ବିକାଶ ସାଧିତ ହୋଇଥାଏ। ବିଜ୍ଞାନକୁ ବିନାଶରେ ନୁହେଁ ବିକାଶରେ ବ୍ୟବହାର କରାଯିବା ଉଚିତ। ଧ୍ୱଂସ ପାଇଁ ମିସାଇଲ ତିଆରି କରିବା ପରିବର୍ତ୍ତେ…
Read More...

ଗୁଣ୍ଡିମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ-ଶ୍ରେଣୀ ଗୃହ ଅଭାବ ବାରଣ୍ଡାରେ ଚାଲିଛି ପାଠ ପଢା

ମୋହନା: ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବିନିମୟରେ ଛାତ୍ର ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସ୍ମାର୍ଟ ଶ୍ରେଣୀ ଗୃହ, ଖେଳ ପଡ଼ିଆ, ଶୌଚାଳୟ, ବଗିଚା, ପାଚେରୀ ନିର୍ମାଣ ହେଉଛି। ଯେଉଁଠି…
Read More...

ଧାମରାରେ ରାସାୟନିକ ବିସ୍ପୋରଣ ସ୍ଥାନରେ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ

ଧାମରା: ଧାମରାରେ ଗତକାଲି ଘଟିଥିବା ଏକ ରାସାୟନିକ ବିସ୍ପୋରଣର ତଦନ୍ତ କରିବା ପାଇଁ ବାଲେଶ୍ୱରରୁ ଏକ ସାଇଂଟିଫିକ ଟିମ ଆସି ଧାମରାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ ଅଫିସର ସଙ୍ଗିତା ହାଂସଦାଙ୍କ…
Read More...

ସେବା ମନୋବୃତ୍ତି ନେଇ ଉତ୍ସର୍ଗୀକୃତ ଭାବେ ଓଡ଼ିଶାର ରାଜନୈତିକ ଇତିହାସକୁ ଗୌରବମୟ କରିଥିଲେ ସଦାଶିବ ତ୍ରିପାଠୀ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀ ରାଜନୀତି କ୍ଷେତ୍ରର ବିରଳ ଦୃଷ୍ଟାନ୍ତ। ସେବା ମନୋବୃତ୍ତି ନେଇ ଉତ୍ସର୍ଗୀକୃତ ଭାବେ ଓଡ଼ିଶାର ରାଜନୈତିକ ଇତିହାସକୁ…
Read More...

୫ରୁ୧୨ ବର୍ଷ ପିଲାଙ୍କୁ ମିଳିବ କୋଭିଡ ଟିକା

ନୂଆଦିଲ୍ଲୀ: ସ୍କୁଲ ଯାଉଥିବା ୫ରୁ୧୨ ବର୍ଷ ପିଲାଙ୍କ ପାଇଁ ବଡ଼ଖବର। ଏଣିକି ସେମାନଙ୍କୁ ବି ମିଳିପାରିବ କରୋନା ଟୀକା। ଆଜି ୫ରୁ୧୨ ବର୍ଷ ପିଲାଙ୍କୁ କୋଭିଡ ଟୀକା ଦେବା ପାଇଁ ସୁପାରିଶ କରାଯାଇଛି। ୫ରୁ୧୨ ବର୍ଷ ବୟସ…
Read More...

ଉତ୍କଳକନିକାରେ ହେବ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫେଶନ ଶୋ, ଟ୍ରାନ୍ସଜେଣ୍ଡରଙ୍କୁ ବି ମିଳିବ ସୁଯୋଗ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଖରେ ଫେଶନ ଷ୍ଟାଇଲକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଉତ୍କଳକନିକା ଗ୍ୟାଲେରିଆ ମଲ୍ ଆୟୋଜିତ କରୁଛି ମିଷ୍ଟର ଆଣ୍ଡ ମିସ୍ ଉତ୍କଳ – ୨୦୨୨। ଆସନ୍ତା ମେ’ ୧ ରେ ଏହାର ଦ୍ୱିତୀୟ ସଂସ୍କରଣ ମେଗା ଫେଶନ…
Read More...

କୋଣାର୍କ ଓ କାକଟପୁର ଅଞ୍ଚଳ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ଇଲେକଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି କୋଣାର୍କ ପୌରାଞ୍ଚଳ ଏବଂ କାକଟପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ସହ ଏଠାକାର କ୍ରୀଡ଼ା ଭିତ୍ତିଭୂମିର…
Read More...

ରାଜ୍ୟ ସରକାରଙ୍କୁ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ୧ କୋଟି ୪୦ ଲକ୍ଷ ଟଙ୍କା ଲାଭାଂଶ ପ୍ରଦାନ

ଭୁବନେଶ୍ବର: ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୧୮-୧୯ ବର୍ଷ ପାଇଁ ୧,୪୦,୨୭,୧୦୩ ଟଙ୍କା ଲାଭାଂଶ ବାବଦରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରା ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
Read More...

ବାକି ସ୍ଥାନରେ ପଞ୍ଚାୟତ ନିର୍ବାଚନ: ମେ’ ୨୭ରେ ମତଦାନ, ୨୮ରେ ଗଣତି

ଭୁବନେଶ୍ବର: ନିର୍ବାଚନ ସ୍ଥଗିତ ଥିବା ସ୍ଥାନରେ ମେ’ ୨୭ରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ଏପ୍ରିଲ ୨୬ରେ ଏ ନେଇ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ବିଜ୍ଞପ୍ତି ପ୍ରକାଶ ପାଇବ। ପଞ୍ଚାୟତ ନିର୍ବାଚନ ହେବା…
Read More...

ଝଡ଼ବର୍ଷା ସମ୍ଭାବନା, ରାଜ୍ୟର ୧୨ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ବର: ଉତ୍ତରପୂର୍ବ ମଧ୍ୟପ୍ରଦେଶ ଏବଂ ସମୀପବର୍ତ୍ତି ଅଞ୍ଚଳରେ ପୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର କିଛି ଜିଲାରେ ମଧ୍ୟମ ଧରଣର ଝଡ଼ବର୍ଷ ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଘଡ଼ଘଡ଼ି…
Read More...

କୃଷିର ବିକାଶ ଦିଗରେ ଅଧିକ ସହାୟତା ଯୋଗାଇ ଦିଆଯିବ:କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ

ନବରଙ୍ଗପୁର: ଛୋଟ ଚାଷୀ ଓ ମଧ୍ୟମ ଧରଣର ଚାଷୀମାନଙ୍କୁ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର ପ୍ରତି ଆଗ୍ରହ ସୃଷ୍ଟି କରିବା ଦରକାର ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କୁମାରୀ ଶୋବା କରଣ୍ଡେଲଜି ପରାମର୍ଶ…
Read More...

ଢେଙ୍କିକୋଟ ଜୋନ ଜିଲା ପରିଷଦ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ମେ୨୭ରେ ହେବ ନିର୍ବାଚନ

ପାଟଣା: ଗତ ପଞ୍ଚାୟତିରାଜ ନିର୍ବାଚନରେ ଢେଙ୍କିକୋଟ ୮ ନମ୍ବର ଜୋନ ବିଜୁ ଜନତା ଦଳ ପ୍ରାର୍ଥୀ ଅନାଦି ଚରଣ ସିଂଙ୍କ ଅକାଳ ବିୟୋଗ ଯୋଗୁଁ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ଏହି ଜିଲା ପରିଷଦ ସଭ୍ୟ ପଦବୀ ନିମନ୍ତେ ଭୋଟ…
Read More...

ଆଇପିଏଲ ବେଟିଂ, ୬ ଗିରଫ

ଆସିକା: ପାଟପୁର ଥାନା ପୁଲିସ ପକ୍ଷରୁ ଆଇପିଏଲ ବେଟିଂ ଅଭିଯୋଗରେ ୬ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ୬ଜଣ ଅଭିଯୁକ୍ତଙ୍କଠାରୁ ପୁଲିସ ୧.୪୫ଲକ୍ଷ ଟଙ୍କା ଜବତ କରିଛି। ପାଟପୁର ଥାନା ପୋଡ଼ାମାରିସ୍ଥିତ କଲେଜ…
Read More...

ଅଟୋକୁ ପିଟିଲା ହାଇୱା ଟ୍ରକ, ୩ ମୃତ

ଆନନ୍ଦପୁର: ସଡ଼କ ଦୁର୍ଘଟଣାରେ ୩ମୃତ, ୨ ଗୁରୁତର। କୋଡ଼ପଡ଼ା ନିଟକରେ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ। ଅଟୋରେ ସାତକୋଶିଆରୁ ହାଟଡିହି ଫେରୁଥିଲାବେଳେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଆଜି…
Read More...

ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ସମ୍ବଲପୁର: ସମ୍ବଲପୁରର ବଡବଜାର ସ୍ଥିତ ଅମରିପଡା ଠାରେ ଶ୍ରୀ ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ସ୍ଥାନୀୟ ସମଲେଇ ଘାଟରେ ମହାନଦୀରୁ ୫୧ ଜଣ ମହିଳା କଳସରେ ଜଳ ଧାରଣ…
Read More...

ରାସ୍ତାରୁ ପାଇଥିବା ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ଫେରାଇଲେ ତାପସ ସ୍ବା,ଇଁ ସମ୍ମାନୀତ କଲା ସମ୍ବଲପୁର ପୁଲିସ

ସମ୍ବଲପୁର: ସୋମବାର ରାତ୍ରିରେ ସମ୍ବଲପୁରର ଅଇଁଠାପାଲି ଥାନା ଅର୍ନ୍ତଗତ ଏସଆରଆଇଟି କଲୋନୀ ନିବାସୀ ତଥା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ସହାୟକ ତାପସ କୁମାର ସ୍ୱାଇଁ ସାନ୍ଧ୍ୟ ଭ୍ରମଣ ସମୟରେ ଯାଉଥିବା…
Read More...

ଅଗ୍ନିଶମ ସେବା ସପ୍ତାହ ପାଳନ ଅବସରରେ ଚିତାକର୍ଷକ ପରେଡ

ଭୁବନେଶ୍ବର: ଅଗ୍ନିଶମ ସେବା ସପ୍ତାହ ପାଳନ ଅବସରରେ ଅଗ୍ନିଶମ ସେବା ସଂସ୍ଥା ତରଫରୁ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନଠାରେ ଏକ ଚିତାକର୍ଷକ ପରେଡ ଅନୁଷ୍ଠିତ ହୋଇଥିଲା। ଏହି ପରେଡରେ ଗୃହ ରାଷ୍ଟ୍ର…
Read More...

ବିରାଜ ଷ୍ଟିଲରେ ପୁଣି ଦୁର୍ଘଟଣା; କାର୍ଯ୍ୟରତ କର୍ମଚାରୀ ଗୁରୁତର

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଗୁରୁପାଲିରେ ଥିବା ବିରାଜ ଷ୍ଟିଲ ଆଣ୍ଡ୍ ଏନାର୍ଜି କାରଖାନାର ଡବ୍ଲ୍ୟୁ ଏଚଆର ବି ସାଇଟରେ ଡକ୍ ୟାର୍ଡ ସଫା କରୁଥିବା ସମୟରେ ଏକ ଦୁର୍ଘଟଣା ଘଟି ତତଲା ପାଉଁଶରେ ପଡିଯାଇ ଜନୈକ କର୍ମଚାରୀ…
Read More...

ବିପଦ ସଙ୍କୁଳ ଅବସ୍ଥାରେ ପୋଲ, ଶୀଘ୍ର ମରାମତି ପାଇଁ ଦାବି

ନୟାହାଟ: ପୁରୀ ଜିଲା ଗୋପ ବ୍କ ଜଙ୍ଗଲବୋରୀ ଅନ୍ତର୍ଗତ ବଲଗୋରଡ଼ାଠାରେ ଥିବା ପୋଲ ଅନେକ ଦିନ ହେବ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ବ୍ରିଜ୍ର ଉଭୟ ପାର୍ଶ୍ବ କାନ୍ଥ ଭାଙ୍ଗି ଦିଆଯାଇଥିବାରୁ ଯାତାୟତ କରୁଥିବା ଯାନବାହନ ପୋଲ…
Read More...

ଦୁର୍ଗମ ଅଞ୍ଚଳରେ ମିଳିଲା ପାନୀୟ ଜଳ ସୁବିଧା, ଜନ ପ୍ରତିନିଧିଙ୍କ କାର୍ଯ୍ୟକୁ ଅଞ୍ଚଳବାସୀଙ୍କ ପ୍ରଶଂସା

ପାପଡାହାଣ୍ଡି : ଦୁର୍ଗମ ଓ ପାହାଡିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ମୁହଁରେ ହସ ଫୁଠାଇ ଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ପାପଡାହାଣ୍ଡି ବ୍ଲକ ମୈଦଲପୁର, ମାଝୀଗୁଡା ଓ ବାର୍ଲି ପଞ୍ଚାୟତରେ ପ୍ରାୟ ୮/୧୦ଟି…
Read More...