ଫୁଲବାଣୀ କୁଇ ସମାଜ ସେବା ସମିତିର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ଫୁଲବାଣୀ: ରବିବାର ଫୁଲବାଣୀ କୁଇ ସମାଜ ସେବା ସମିତିର ଏକ ସାଧାରଣ ବୈଠକ ସ୍ଥାନୀୟ ସମିତି କାର୍ଯ୍ୟାଳୟ ସଭାଗୃହ ଠାରେ ସ୍ଥାୟୀ ସଭାପତି ସୁଦର୍ଶନ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂପାଦକ ଅବନୀ କୁମାର କହଁର ସଭା ପରିଚାଳନା କରିଥିଲ। ଏହି ଅବସରରେ ବିଭିନ୍ନ ସାମାଜିକ ଉନ୍ନୟନ ଦିଗରେ ଆଲୋଚନା କରାଯିବା ସହିତ ସଂଗଠନକୁ ଆହୁରି ଦୁଦୃଢ ଉପରେ ଅତିଥିମାନେ ମତ ଦେଇଥିଲେ। ବୈଠକ ପରେ ପରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଫୁଲବାଣୀ କେନ୍ଦ୍ରର ନୂତନ କର୍ମକର୍ତ୍ତା ମୁଖ୍ୟ ସଭ୍ୟ ଭାବେ ଗୌତମ ପ୍ରଧାନଙ୍କୁ ମନୋନୀତ କରାଯାଇଥିଲା। ସେହିପରି ସଭାପତି ଭାବେ ସୁଦର୍ଶନ କହଁର , ଉପସଭାପତି ରମାକାନ୍ତ ମଲିକ , ସଂପାଦକ ଅବନୀ କୁମାର କହଁର , ସହ ସଂପାଦକ ଭାବେ ଅଚ୍ୟୁତ ଯାନୀ, କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର ଓ ନାରୀ ସଭାନେତ୍ରୀ ଭାବେ ସୌଦାମିନି କହଁର ଏବଂ ଉପସଭାନେତ୍ରୀ ଭାବେ ସାଇବେଣୀ କହଁରଙ୍କୁ ମନୋନୀତ କରାଯାଇଥିଲା। ସେହିଭଳି ଉପଦେଷ୍ଟା ଭାବେ ଦୁର୍ଯ୍ୟୋଧନ ପ୍ରଧାନ, ବିଶ୍ୱମ୍ବର ପ୍ରଧାନ, ପଞ୍ଚାନନ କହଁର, ଦିନବନ୍ଧୁ କହଁର, ମୁକୁନ୍ଦ କହଁରଙ୍କୁ ମନୋନୀତ କରାଯାଇଥିଲା।

 

ଏଥିରେ ପୂର୍ବତନ ମୁଖ୍ୟ ସଭ୍ୟ ଅନାଦି ମଲିକ ଶପଥ ପାଠ କରାଇଥିଲେ । ଡ.ନିରଦଚନ୍ଦ୍ର କହଁର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବେଗ୍ରିଂକିଆ ଶାଖା ସଂପାଦକ ବସନ୍ତ କୁମାର ପ୍ରଧାନ, ବରଗୋଛା ସଭାପତି ଲକ୍ଷ୍ମଣ ଝାଙ୍କର, ବାରପଲ୍ଳୀ ଶାଖା ସଭାପତି କୁବେର ଯାନୀ, ଡ଼ମସିଂ ଶାଖା ସଭାପତି ଅଚ୍ୟୁତାନନ୍ଦ କହଁର, ବେଟିମେଣ୍ଡି ଶାଖା ସଭାପତି ଚନ୍ଦ୍ରମଣି କହଁର, ଉପସଭାନେତ୍ରୀ ମଦନାବତୀ କହଁର, ଫିରିଙ୍ଗିଆ ଶାଖା ସଭାପତି ମୁକୁନ୍ଦ କହଁର ଓ ସଂପାଦକ ଏସିଆ କହଁର, ପିତାମ୍ବର ମଲିକ, କୁଇ ସମାଜ ଯୁବ ପରିଷଦ ଉପସଭାପତି ମଙ୍ଗରାଜ ପ୍ରଧାନ, ଅଶୋକ କହଁର, ଲଳିତ କୁମାର ମଲିକ, ସୁବଳ କହଁର, ପୂର୍ବତନ ସଂପାଦକ ଶରତଚନ୍ଦ୍ର ମଲିକ, ସଭାନେତ୍ରୀ ଜମୁନା କହଁର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.