ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଅଧ୍ୟୟନ ରତ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ୨୬୪ ଜଣ ପ୍ରଥମ ବର୍ଷ ଛାତ୍ରୀଙ୍କୁ ୮ ଦିନ ଧରି ଦିଆଯାଇଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଛି। କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ମନ୍ଦାକିନି ନାଏକଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଜଗନ୍ନାଥ ମହାନ୍ତ, ସମ୍ମାନୀତ ଅତିଥି ଭାବେ ଏନସିସି ଅଧିକାରୀ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ ଓ ମଦନ ମହାନ୍ତ ପ୍ରମୁଖ ଯୋଗଦେଇ ଛାତ୍ରୀମାନଙ୍କୁ ଏହି ପ୍ରଶିକ୍ଷଣ ଭବିଷ୍ୟତରେ ବେଶ ପ୍ରେରଣା ଯୋଗାଇବା ସହ ଉପାଦେୟ ହେବ ବୋଲି ମତ ରଖିଥିଲେ। ପ୍ରଶିକ୍ଷିକା କୁମୁଦିନି ବେହେରା ଓ ପ୍ରିୟଙ୍କା ବାରିକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
Popular Categories



