www.samajalive.in
Monday, December 8, 2025
13.1 C
Bhubaneswar

‘ସାହିତ୍ୟ ସାଧାରଣ ଲୋକଙ୍କ ଭାଷା ପ୍ରକାଶ କରୁ’

କଟକ: ସାହିତ୍ୟ ସାଧାରଣ ଲୋକଙ୍କ ସମସ୍ୟା ପ୍ରକାଶ କରି ସମାଧାନର ମାର୍ଗ ଦେଖାଉ ବୋଲି କହିଛନ୍ତି  ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି। ବନ୍ଦେ ଉତ୍କଳ ପକ୍ଷରୁ ବୁଧବାର ସନ୍ଧ୍ୟାରେ ବଙ୍ଗାଳିସାହିସ୍ଥିତ ମା’ ଶାରଳା ସଦନରେ ବ୍ୟାସକବି ଫକୀର ମୋହନ ସେନାପତି ଓ ସୁସାହିତ୍ୟିକ, ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଭାପତି ଅନ୍ନଦା ପ୍ରସାଦ ରାୟଙ୍କ ଜୟନ୍ତୀ ଉତ୍ସବକୁ ଉଦଘାଟନ କରି କୋରେଇର ପୂର୍ବତନ ବିଧାୟିକା ମହାନ୍ତି ଏହି ମତପ୍ରକାଶ କରିଛନ୍ତି। ଅନୁଷ୍ଠାନର ପ୍ରତିଷ୍ଠାତା ଆଇନଜୀବୀ ଦେବସ୍ନାନ ଦାସ ଉତ୍ସବରେ ସଭାପତିତ୍ୱ କରିଥିଲେ। ପ୍ରଫେସର ଡ଼ ହେମେନ୍ଦ୍ର ନାରାୟଣ ଦାସ ଓ ପ୍ରଫେସର ଡାକ୍ତର ସୁଦର୍ଶନ ପଟ୍ଟନାୟକ ବରେଣ୍ୟ ଅତିଥି ଭାବେ ଯୋଗଦେଇ ବ୍ୟାସକବି ଫକୀର ମୋହନ ସେନାପତି ଓ ସାହିତ୍ୟିକ ଅନ୍ନଦା ପ୍ରସାଦ ରାୟଙ୍କର ସାରସ୍ବତ କୃତି ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ସବରେ ସଞ୍ଚିତା ମହାନ୍ତିଙ୍କୁ ବ୍ୟାସକବି ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ଡ଼ ଜୟନ୍ତ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ। ଆଇନଜୀବୀ ବ୍ରଜ ଭୂଷଣ ସାହୁ ମାନପତ୍ର ପାଠ କରିଥିଲେ। ସଂଗଠକ କୃଷ୍ଣଚନ୍ଦ୍ର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ। ଶ୍ରୀମାଳିନୀ ଦାସଙ୍କ ସଂଯୋଜନାରେ କଳାକାରମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। ପ୍ରାରମ୍ଭରେ ଉଭୟ ସାରସ୍ୱତ ସ୍ରଷ୍ଟାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ଉତ୍ସବରେ ଇଞ୍ଜିନିୟର ମନୋଜ କୁମାର ଦାସ, ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସମ୍ପାଦକ ବିଜୟ କୁମାର ରଗଡ଼, ଆୟକର ଅଧିକାରୀ ନିରଞ୍ଜନ ବେହେରା, ଡାକ୍ତର ସୁସ୍ମିତା ନାୟକ, ସ୍ତମ୍ଭକାର ପ୍ରତାପ ଚନ୍ଦ୍ର ସାମଲ, ଲୁନା ଦାସ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଉତ୍ସବକୁ ଆଇନଜୀବୀ ଆଦ୍ୟାଶକ୍ତି ପ୍ରିୟା,  ଆୟୁଷ୍ମାନ ସିଂହ ପରିଚାଳନା କରିଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories