www.samajalive.in
Monday, December 15, 2025
17.1 C
Bhubaneswar

‘ସାହିତ୍ୟ ସାଧାରଣ ଲୋକଙ୍କ ଭାଷା ପ୍ରକାଶ କରୁ’

କଟକ: ସାହିତ୍ୟ ସାଧାରଣ ଲୋକଙ୍କ ସମସ୍ୟା ପ୍ରକାଶ କରି ସମାଧାନର ମାର୍ଗ ଦେଖାଉ ବୋଲି କହିଛନ୍ତି  ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି। ବନ୍ଦେ ଉତ୍କଳ ପକ୍ଷରୁ ବୁଧବାର ସନ୍ଧ୍ୟାରେ ବଙ୍ଗାଳିସାହିସ୍ଥିତ ମା’ ଶାରଳା ସଦନରେ ବ୍ୟାସକବି ଫକୀର ମୋହନ ସେନାପତି ଓ ସୁସାହିତ୍ୟିକ, ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଭାପତି ଅନ୍ନଦା ପ୍ରସାଦ ରାୟଙ୍କ ଜୟନ୍ତୀ ଉତ୍ସବକୁ ଉଦଘାଟନ କରି କୋରେଇର ପୂର୍ବତନ ବିଧାୟିକା ମହାନ୍ତି ଏହି ମତପ୍ରକାଶ କରିଛନ୍ତି। ଅନୁଷ୍ଠାନର ପ୍ରତିଷ୍ଠାତା ଆଇନଜୀବୀ ଦେବସ୍ନାନ ଦାସ ଉତ୍ସବରେ ସଭାପତିତ୍ୱ କରିଥିଲେ। ପ୍ରଫେସର ଡ଼ ହେମେନ୍ଦ୍ର ନାରାୟଣ ଦାସ ଓ ପ୍ରଫେସର ଡାକ୍ତର ସୁଦର୍ଶନ ପଟ୍ଟନାୟକ ବରେଣ୍ୟ ଅତିଥି ଭାବେ ଯୋଗଦେଇ ବ୍ୟାସକବି ଫକୀର ମୋହନ ସେନାପତି ଓ ସାହିତ୍ୟିକ ଅନ୍ନଦା ପ୍ରସାଦ ରାୟଙ୍କର ସାରସ୍ବତ କୃତି ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ସବରେ ସଞ୍ଚିତା ମହାନ୍ତିଙ୍କୁ ବ୍ୟାସକବି ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ଡ଼ ଜୟନ୍ତ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ। ଆଇନଜୀବୀ ବ୍ରଜ ଭୂଷଣ ସାହୁ ମାନପତ୍ର ପାଠ କରିଥିଲେ। ସଂଗଠକ କୃଷ୍ଣଚନ୍ଦ୍ର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ। ଶ୍ରୀମାଳିନୀ ଦାସଙ୍କ ସଂଯୋଜନାରେ କଳାକାରମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। ପ୍ରାରମ୍ଭରେ ଉଭୟ ସାରସ୍ୱତ ସ୍ରଷ୍ଟାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ଉତ୍ସବରେ ଇଞ୍ଜିନିୟର ମନୋଜ କୁମାର ଦାସ, ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସମ୍ପାଦକ ବିଜୟ କୁମାର ରଗଡ଼, ଆୟକର ଅଧିକାରୀ ନିରଞ୍ଜନ ବେହେରା, ଡାକ୍ତର ସୁସ୍ମିତା ନାୟକ, ସ୍ତମ୍ଭକାର ପ୍ରତାପ ଚନ୍ଦ୍ର ସାମଲ, ଲୁନା ଦାସ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଉତ୍ସବକୁ ଆଇନଜୀବୀ ଆଦ୍ୟାଶକ୍ତି ପ୍ରିୟା,  ଆୟୁଷ୍ମାନ ସିଂହ ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories